ETV Bharat / sports

Independence Day 2022 : ଭାରତୀୟ କ୍ରିକେଟର ୭୫ ବର୍ଷର ସ୍ୱର୍ଣ୍ଣିମ ଅଧ୍ୟାୟ - ଭାରତୀୟ କ୍ରିକେଟ ଇତିହାସ

ଦେଶ ଆଜି ୭୬ ତମ ସ୍ବାଧୀନତା ଦିବସ ପାଳୁଛି । ଦେଶ ସ୍ବାଧୀନ ପରେ ଭାରତୀୟ କ୍ରିକେଟର ୭୫ ବର୍ଷର ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଛି । ଏହି ୭୫ ବର୍ଷରେ ଭାରତୀୟ କ୍ରିକେଟ ଦଳ ନିଜକୁ ମଜବୁତ କରିବା ସହିତ ବହୁ ହାର ଜିତକୁ ସାମନା କରିଛି । ଅଧିକ ପଢନ୍ତୁ

Independence Day 2022 : ଭାରତୀୟ କ୍ରିକେଟର ୭୫ ବର୍ଷର ସ୍ବର୍ଣ୍ଣିମ ଅଧ୍ୟାୟ

author img

By

Published : Aug 15, 2022, 9:46 PM IST

ହାଇଦ୍ରାବାଦ: ଦେଶ ଆଜି ୭୬ ତମ ସ୍ବାଧୀନତା ଦିବସ ପାଳୁଛି । ଦେଶ ସ୍ବାଧୀନ ପରେ ଭାରତୀୟ କ୍ରିକେଟର ୭୫ ବର୍ଷର ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଛି । ଏହି ୭୫ ବର୍ଷରେ ଭାରତୀୟ କ୍ରିକେଟ ଦଳ ନିଜକୁ ମଜବୁତ କରିବା ସହିତ ବହୁ ହାର ଜିତକୁ ସାମନା କରିଛି ।

  • ଦେଶ ସ୍ବାଧୀନ ପରେ ଭାରତ ୧୯୪୭ ମସିହା ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳିଥିଲା । ଏଥିରେ ଅଷ୍ଟେଲିଆ ୪-୦ ରେ ଆଗୁଆ ରହିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ଏହା ଥିଲା ଦେଶ ସ୍ବାଧୀନ ପରେ ଭାରତୀୟ କ୍ରିକେଟ ଦଳର ପ୍ରଥମ କ୍ରିକେଟ ଟୁର ।
  • ଏହା ପରେ ୧୯୪୮ ମସିହାରେ ପ୍ରଥମ ଥର ପାଇଁ ଅଲ ଇଣ୍ଡିଆ ରେଡିଓ ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷ କ୍ରିକେଟ ମ୍ୟାଚର ପ୍ରସାରଣ କରିଥିଲା ।
  • ସେହିପରି ୧୯୫୨ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏଥିରେ ଭାରତ ଟେଷ୍ଟ ସିରିଜ ପ୍ରଥମ ଥର ପାଇଁ ଜିତି ଥିଲା ।
  • ଏହାପରେ ୧୯୫୫ ମସିହାରେ ଭାରତୀୟ କ୍ରିକେଟର ପୋଲି ଉମରିଗର ଟେଷ୍ଟ ମ୍ୟାଚରେ ଦ୍ବିଶତକ(୨୩୩) ମାରି ଭାରତୀୟ କ୍ରିକେଟରେ ରେକର୍ଡ କରିଥିଲେ ।
  • ସେହିପରି ୧୯୭୪ ମସିହାରେ ଭାରତ ଇଲଣ୍ଡ ବିପକ୍ଷରେ ପାଇଁ ଜୁଲାଇ ୧୩ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା ।
  • ଏହାପରେ ଭାରତୀୟ କ୍ରିକେଟ ଦଳ ୧୯୮୩ ମସିହାରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ନେତୃତ୍ବରେ ପ୍ରଥମ ବିଶ୍ବକପ ହାତେଇ ଥିଲା ।
  • ସେହିପରି ୨୦୦୭ ମସିହା ଭାରତୀୟ କ୍ରିକେଟ ଦଳ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ପ୍ରଥମ ଟି-୨୦ ବିଶ୍ବକପ ହାତେଇଥିଲା ।
  • ଏହାପରେ ୨୦୧୧ ମସିହାରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ବିଶ୍ବ ବିଜୟୀ ହୋଇଥିଲା ।
  • ସେହିପରି ୨୦୧୩ ମସିହାରେ ଭାରତ ପ୍ରଥମ ଥର ପାଇଁ ଚମ୍ପିଆନ୍ସ ଟ୍ରଫି ହାତେଇଥିଲା ।
  • ୨୦୧୮ ମସିହାରେ ଭାରତ ସପ୍ତମ ଥର ପାଇଁ ଏସିଆ କପ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଥିଲା ।
  • ୨୦୧୯ ମସିହାରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଏହି ଟେଷ୍ଟ ସିରିଜରେ ଭାରତ ଅଷ୍ଟ୍ରେଲିଆକୁ ୨-୧ ରେ ହରାଇଥିଲା ।
  • ସେହିପରି ୨୦୨୦ ଅଗଷ୍ଟ ପନ୍ଦର ତାରିଖରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ ।
  • ୨୦୨୨ ମସିହାରେ ଟିମ ଇଣ୍ଡିଆ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଲଗାତାର ସିରିଜ ବିଜୟରେ ବିଶ୍ବ ରେକର୍ଡ କରିଛି । ବର୍ଷ 2007ରୁ 2022 ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଲଗାତାର 12ଟି ସିରିଜ କବଜା କରିବାରେ ସଫଳତା ହାସଲ କରିଛି ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.