ETV Bharat / sports

IND vs ZIM 2st ODI, ମ୍ୟାଚ୍‌ ଜିତିଲେ ସିରିଜ ଜିତିବ ଟିମ ଇଣ୍ଡିଆ

author img

By

Published : Aug 20, 2022, 12:32 PM IST

ଭାରତ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଥିବା ୩ଟିକିଆ ଦିନିକିଆ ସିରିଜର ଆଜି ଦ୍ବିତୀୟ ମ୍ୟାଚ୍‌ । ଜିମ୍ବାଓ୍ବେ ପାଇଁ କର ବା ମର ପରିସ୍ଥିତି । ଅଧିକ ପଢନ୍ତୁ

IND vs ZIM 2st ODI, ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ: ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇ ୧-୦ରେ ଆଗୁଆ ରହିଥିବା ବେଳେ ଆଜି ସିରିଜ ହାତେଇବା ଲକ୍ଷ୍ୟରେ(India Target Series Sweep in Zimbabwe) ପଡିଆକୁ ଓହ୍ଲାଇବ। ଅନ୍ୟପଟେ ଆଜି ଜିମ୍ବାଓ୍ବେ ପାଇଁ 'କର ବା ମର' ପରିସ୍ଥିତି ରହିଛି । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ୍‌ରେ ଭାରତ ହାତରୁ ସିରିଜ ଛଡାଇବାକୁ ଚେଷ୍ଟା କରିବ ଘରୋଇ ଜିମ୍ବାଓ୍ବେ ।

ମଧ୍ୟାହ୍ନ ୧୨ଟା ୪୫ ମିନିଟରେ ଜିମ୍ବାଓ୍ବେରେ ଆରମ୍ଭ ହେବ ଏହି ମ୍ୟାଚ । ଉଭୟ ଦଳ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ । କାହିଁକିନା ପୂର୍ବ ମ୍ୟାଚରେ ଜିମ୍ବାଓ୍ବେ ଘରୋଇ ମାଟିରେ ପରାଜିତ ହୋଇଥିବାବେଳେ ଆଜି ବିଜୟୀ ହେବା ପାଇଁ ନିଜକୁ ପ୍ରସ୍ତୁତ କରିଛି ।

ସେହିପରି ୩ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଭାରତୀୟ ଖେଳାଳୀଙ୍କ ମନୋବଳ ଦୃଢ ରହିଛି । ଉଭୟ ବୋଲି ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ୧୦ ଓ୍ବିକେଟରେ ଜିମ୍ବାଓ୍ବେକୁ ପରାଜିତ କରିଥିଲା ଟିମ୍ ଇଣ୍ଡିଆ । ଭାରତୀୟ ଦଳ ପକ୍ଷରୁ ଦୁଇ ଓପନର ଶିଖର ଧାୱନ ଓ ଶୁଭମନ ଗିଲ୍‌ ଅର୍ଦ୍ଧଶତକ ହାସଲ କରିଥିବାବେଳେ, ଆଜି ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛନ୍ତି ।

ସେହିପରି ବୋଲିଂରେ ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା ଓ ଅକ୍ଷର ପଟେଲ ୩ଟି ଲେଖାଏଁ ୱିକେଟ ନେଇଥିଲେ । ତେବେ ଭାରତୀୟ ଚୂଡାନ୍ତ ଏକାଦଶ ଦଳ ପରିବର୍ତ୍ତନ କରିବା ନେଇ ଏତେଟା ଆଶା ନଥିବାବେଳେ ଜିମ୍ବାଓ୍ବେର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ରେଗିସ ଚକାଭା । ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିରେ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ପରାଜିତ ହୋଇଥିଲା । ଆଜି ଏଥିରେ ସୁଧାର ଆଣିବାକୁ ଦଳ ନିଜକୁ ପ୍ରସ୍ତୁତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.