ETV Bharat / sports

IND VS WI: ଭାରତର ରୋମାଞ୍ଚକର ବିଜୟ, ୩ ରନରେ ହାରିଲା ୱେଷ୍ଟ ଇଣ୍ଡିଜ - ତିନି ମ୍ୟାଚ୍‌ ବିଶିଷ୍ଟ ପ୍ରଥମ ଦିନିକିଆ

ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ । ୩ ରନରେ ୱେଷ୍ଟ ଇଣ୍ଡିଜକୁ ହରାଇଲା ୧-୦ରେ ଆଗରେ ରହିଛି ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

IND VS WI: ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ, ୩ ରନରେ ହାରିଲା ୱେଷ୍ଟ ଇଣ୍ଡିଜ

author img

By

Published : Jul 23, 2022, 8:53 AM IST

ପୋର୍ଟ ଅଫ ସ୍ପେନ: ତିନି ମ୍ୟାଚ୍‌ ବିଶିଷ୍ଟ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ । ୩ ରନରେ ୱେଷ୍ଟ ଇଣ୍ଡିଜକୁ ହରାଇଲା ୧-୦ରେ ଆଗରେ ରହିଛି ଟିମ୍ ଇଣ୍ଡିଆ । ଶେଖର ଧାଓ୍ବନଙ୍କ ଅଧିନାୟକତ୍ବରେ ଆରମ୍ଭରୁ ବିଜୟ ଅଭିଯାନ ଆରମ୍ଭ କରିଛି ଦଳ । ୱେଷ୍ଟଇଣ୍ଡିଜ କ୍ୟାପଟେନ ନିକୋଲାସ ପୋରନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ପ୍ରଥମେ ବ୍ୟାଟି ପାଇଁ ପଡିଆକୁ ଓହ୍ଲାଇଥିଲା ଭାରତ । ଦଳ 50 ଓଭରରେ 7 ୱିକେଟ ହରାଇ 308 ରନ ସଂଗ୍ରହ କରିବା ସହ ବିପକ୍ଷ ଦଳକୁ ୩୧୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୦୫ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଓ୍ବେଷ୍ଟ ଇଣ୍ଡିଜ ।

ଭାରତୀୟ ଦଳ ପକ୍ଷରୁ ଶେଖର ଧାଓ୍ବନ 97 ରନ କରି ଶାମରାହ ବ୍ରୁକ୍ସଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେହିପରି ଶୁବମନ୍ ଗିଲ ୬୪, ଶ୍ରେୟାସ ସର୍ବାଧିକ 54 ରନ କରି ପାଭିଲିୟନକୁ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ 13, ସଞ୍ଜୁ ସାମସନ 12, ଅକ୍ଷର ପଟେଲ 21 ଦୀପକ ହୁଡ୍ଡା 27 ରନ କରି ଆଉଟ ହୋଇଥିଲେ । ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଓ୍ବେଷ୍ଟ ଇଣ୍ଡିଜ ଦଳ ପକ୍ଷରୁ ସର୍ବାଧିକ କୈଲେ ମାୟରସ 75, ବ୍ରାଣ୍ଡନ କିଙ୍ଗ 54 ଓ ଶାମରାହ ବ୍ରୁକ୍ସ 46ରନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.