ETV Bharat / sports

ଶ୍ରୀଲଙ୍କାକୁ ଝଟକା, ଭାରତ ବିପକ୍ଷ ସିରିଜରୁ ପରେରା ବାହାର

author img

By

Published : Jul 15, 2021, 10:49 PM IST

ଶ୍ରୀଲଙ୍କାର ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ କୁଶଲ ପରେରା ଭାରତ ବିପକ୍ଷ ସିରିଜ ପୂର୍ବରୁ ଆହତ । ଅଧିକ ପଢନ୍ତୁ...

Ind vs SL: Kusal Perera set to be ruled out of limited-overs series
ଶ୍ରୀଲଙ୍କାକୁ ଝଟକା, ଭାରତ ବିପକ୍ଷ ସିରିଜରୁ ପରେରା ବାହାର

କଲମ୍ବୋ: ଭାରତ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଆୟୋଜକ ଶ୍ରୀଲଙ୍କାକୁ ବଡ ଝଟକା । ଟିମର ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ କୁଶଲ ପରେରା ଭାରତ ବିପକ୍ଷ ସିରିଜରୁ ବାଦ ପଡିଛନ୍ତି ।

ପରେରା କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି ଓ ସୁସ୍ଥ ହେବା ପାଇଁ 6ରୁ 8 ସପ୍ତାହ ସମୟ ଲାଗିବ ବୋଲି କହିଛନ୍ତି ଟିମ ଡାକ୍ତର ।

ୟୁକେରେ କୋଭିଡ ନିୟମ ଉଲ୍ଲଙ୍ଘନ କରିବା ପରେ ୱିକେଟ କିପର ନିରୋସାନ ଡିକୱାଲା ନିଲମ୍ବିତ ହୋଇଥିଲେ । ଫଳରେ ପରେରା ୱିକେଟକିପର ପାଇଁ ପ୍ରମୁଖ ବିକଳ୍ପ ଥିଲେ ।

ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ଆଗାମୀ ଭାରତ ଓ ଶ୍ରୀଲଙ୍କା ସୀମିତ ଓଭର ସିରିଜର ସଂଶୋଧିତ ସୂଚୀ ଘୋଷଣା କରିଛନ୍ତି ।

ଏହି ଗସ୍ତରେ ଶ୍ରୀଲଙ୍କା ବିପକ୍ଷରେ ଟିମ ଇଣ୍ଡିଆ 3ଟି ଦିନିକିଆ ଓ 3ଟି ଟି20 ମ୍ୟାଚ ଖେଳିବା ନେଇ ସୂଚୀ ରହିଛି । ସିରିଜର ପ୍ରଥମ ମ୍ୟାଚ 18 ଜୁଲାଇ 2021ରୁ ଆରମ୍ଭ ହେବ ।

ଦିନିକିଆ ସିରିଜର ମ୍ୟାଚ ଜୁଲାଇ 18, 20 ଓ 23ରେ ଖେଳାଯିବ । ସେହିପରି ଟି20 ସିରିଜର 3ଟି ମ୍ୟାଚ୍‌ ଜୁଲାଇ 25, 27 ଓ 29ରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.