ମୋହାଲି(ପଞ୍ଜାବ): ମୋହାଲିରେ ଖେଳାଯାଉଥିବା ଶୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ଶନିବାର ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର ପ୍ରଥମ ଇଂନିସ ରନ୍ ଠାରୁ ଶ୍ରୀଲଙ୍କା ୪୬୬ ରନ୍ ପଛରେ ରହିଛି । ଷ୍ଟମ୍ପ୍ ଅପସାରଣ ବେଳକୁ ଶ୍ରୀଲଙ୍କା ୧୦୮ ରନ୍ରେ ୪ ୱିକେଟ ହରାଇ ସଂଘର୍ଷ କରୁଛି ।
-
Another commanding day for India comes to an end as bowlers press home the advantage.#WTC23 | #INDvSL | https://t.co/mo5BSRmFq2 pic.twitter.com/VWza9lWTiA
— ICC (@ICC) March 5, 2022 " class="align-text-top noRightClick twitterSection" data="
">Another commanding day for India comes to an end as bowlers press home the advantage.#WTC23 | #INDvSL | https://t.co/mo5BSRmFq2 pic.twitter.com/VWza9lWTiA
— ICC (@ICC) March 5, 2022Another commanding day for India comes to an end as bowlers press home the advantage.#WTC23 | #INDvSL | https://t.co/mo5BSRmFq2 pic.twitter.com/VWza9lWTiA
— ICC (@ICC) March 5, 2022
ସିଂହଳ ଟିମ ପାଇଁ ପାଥୁମ ନିସାଙ୍କା ୨୬ ଓ ଚାରିଥ ଅସଲାଙ୍କା ୧ ରନ୍ରେ ଅପରାଜିତ ରହିଛନ୍ତି । କ୍ୟାପଟେନ ଦିମୁଥ କରୁଣରତ୍ନେ ୨୮, ଲାହିରୁ ଥିରିମାନେ ୧୭ ଓ ଆଞ୍ଜେଲୋ ମାଥ୍ୟୁସ ୨୨ ରନ୍ କରି ଆଉଟ୍ ହୋଇଛନ୍ତି । ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ବିନ ୨ଟି, ଜଶପ୍ରୀତ ବୁମରା ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।
ପୂର୍ବରୁ ଭାରତ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ମାରାଥନ ୧୭୫ ରନ୍ର ଇଂନିସ ଓ ଋଷଭ ପନ୍ତଙ୍କ ୯୬ ରନ୍ ବଳରେ ୫୭୪/୮ରେ ପ୍ରଥମ ଇଂନିସ ଘୋଷଣା କରିଥିଲା । ହନୁମା ବିହାରୀ ୫୮ ଓ ରବିଚନ୍ଦ୍ରନ ଅଶ୍ବିନ ୬୧ ରନର୍ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।