ETV Bharat / sports

Ind Vs SA T-20: କେମିତି ରହିବ ବାରବାଟୀରେ ପାଗ ଏବଂ ପିଚ୍

ରାତିପାହିଲେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ T-20 ମ୍ୟାଚ । କିପରି ରହିବ ବାରବାଟୀରେ ପାଗ, ପିଚ ସ୍ଥିତି । ପଢନ୍ତୁ ଏହି ରିପୋର୍ଟ

author img

By

Published : Jun 11, 2022, 8:01 PM IST

Ind Vs SA T-20: କେମିତି ରହିବ ବାରବାଟୀରେ ପାଗ ଏବଂ ପିଚ ସ୍ଥିତି

କଟକ: ରାତିପାହିଲେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ T-20 ମ୍ୟାଚ । ଏଥିପାଇଁ ଆଜି ଦୁଇ ଟିମ୍ ପ୍ଲେୟର ଜୋରଦାର ଅଭ୍ୟାସ କରିଛନ୍ତି । ପୂର୍ବ ମ୍ୟାଚ ଦକ୍ଷିଣ ଆଫ୍ରିକା ଖାତାକୁ ଯାଇ ଥିବାବେଳେ ଏହି ମ୍ୟାଚ ଜିତି ଖାତା ଖୋଲିବା ସହ ବାରବାଟୀରେ ବଦଲା ନେବାକୁ ସମସ୍ତ ପ୍ରୟାସ କରିବା ଟିମ୍ ଇଣ୍ଡିଆ । କାରଣ ଏହିଠାରେ ହିଁ ୨୦୧୫ ରେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ଶୋଚନୀୟ ପରାଜୟ ବରଣ କରିବା ପରେ ଷ୍ଟାଡିୟମ ମଧ୍ୟକୁ ବୋତଲ ଫିଙ୍ଗିଥିଲେ ପ୍ରଶଂସକ ।

ତେବେ ଏହି ମ୍ୟାଚରେ ମୁଖ୍ୟ ଭୂମିକା ନିଭାଇବେ ସ୍ପିନର । ତେଣୁ ୟୁଜବେନ୍ଦ୍ର ଚହଲଙ୍କ କମାଲ ଦେଖିବାକୁ ମିଳିପାରେ । ଏହି ମ୍ୟାଚରୁ ଭାରତୀୟ ଟିମ୍ ବିଜୟ ଧାରା ଆରମ୍ଭ କରିପାରେ ବୋଲି ଆକଳନ କରାଯାଉଛି ।

କେମିତି ରହିବ କଟକ ପାଣିପାଗ:-

ଉଭୟ ଭାରତୀୟ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ଖେଳାଳିଙ୍କ ପାଇଁ କଟକର ବାରବାଟୀ ଷ୍ଟାଡିୟମ ପ୍ରଭାବ ପକାଇବ । କଟକ ଏକ ଉପକୂଳବର୍ତ୍ତୀ ସହର, ତେଣୁ ଆର୍ଦ୍ରତା ଅଧିକ ହେବ । ଉଭୟ ଦଳର ଖେଳାଳିଙ୍କୁ ସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ । କାରଣ ରାଜ୍ୟରେ ମୌସୁମୀ ପହଞ୍ଚିନି କି ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା ସେତେଟା ନାହିଁ । ଯଦିଓ ଆସନ୍ତାକାଲି ଅପରାହ୍ଣରେ ସାମାନ୍ୟ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ରବିବାର କଟକ ଠାରେ ତାପମାତ୍ରା ୨୮ ଡିଗ୍ରୀ 69 ପ୍ରତିଶତ ମେଘୁଆ ପାଗ ରହିବାର ଆଶଙ୍କା କରାଯାଉଛି ।

ପିଚ୍ ରିପୋର୍ଟ:-

ଉପଯୁକ୍ତ ବ୍ୟାଟିଂ ଟ୍ରାକ୍ ପାଇଁ କ୍ୟୁରେଟରମାନେ ବା ପ୍ରସ୍ତୁତକର୍ତ୍ତାମାନେ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ପ୍ରଥମ ମ୍ୟାଚରେ ଦିଲ୍ଲୀରେ ଯେଭଳି ଲମ୍ବା ସ୍କୋର ହୋଇଥିଲା ତାହା ଆଶାକରାଯାଇ ନ ପାରେ । ପିଚ୍ ଟିକେ ଧିର ଅଛି, ସ୍ପିନରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.