ETV Bharat / sports

Ind vs NZ: ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ

author img

By

Published : Nov 27, 2021, 6:38 PM IST

ଟେଷ୍ଟ କ୍ରିକେଟରେ ୪୧୬ ୱିକେଟ ସହ ସର୍ବାଧିକ ଟେଷ୍ଟ ୱିକେଟ ନେବାରେ ପାକିସ୍ତାନୀ ବୋଲର ୱାସିମ ଆକ୍ରମଙ୍କୁ ପଛରେ ପକାଇଛନ୍ତି ଅଭିଜ୍ଞ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଅଧିକ ପଢନ୍ତୁ

Ind vs NZ: Ravichandran Ashwin test wickets record
Ind vs NZ: ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ

କାନପୁର: ସ୍ଥାନୀୟ ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି ଅଭିଜ୍ଞ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଟେଷ୍ଟ କ୍ରିକେଟରେ ୪୧୬ ୱିକେଟ ସହ ସର୍ବାଧିକ ଟେଷ୍ଟ ୱିକେଟ (Ashwin test wickets record)ନେବାରେ ପାକିସ୍ତାନୀ ବୋଲର ୱାସିମ ଆକ୍ରମଙ୍କୁ ପଛରେ ପକାଇଛନ୍ତି ଅଶ୍ବିନ ।

ଏଥିସହ ଅନ୍ୟତମ ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ଟେଷ୍ଟ ୱିକେଟ ଠାରୁ ମାତ୍ର ଗୋଟିଏ ୱିକେଟ ଦୂରରେ ରହିଛନ୍ତି ଅଶ୍ବିନ । ହରଭଜନଙ୍କ ନାମରେ ୪୧୭ଟି ଟେଷ୍ଟ ୱିକେଟ ରହିଛି ।

ଏହା ମଧ୍ୟ ପଢନ୍ତୁ: Kanpur Test: ନ୍ୟୁଜିଲାଣ୍ଡ ୨୯୬ ରନ୍‌ରେ ଅଲଆଉଟ, ଭାରତକୁ ୪୯ ରନ୍‌ର ଲିଡ୍‌

ଭାରତୀୟ ବୋଲର ଭାବେ ତାଲିକାର ଶୀର୍ଷରେ ଦୁଇ ପୂର୍ବତନ ଭାରତୀୟ କ୍ୟାପଟେନ ଅନିଲ କୁମ୍ବଲେ ଓ କପିଳ ଦେବ ରହିଛନ୍ତି । ୬୧୯ ୱିକେଟ ସହ ଶୀର୍ଷରେ ରହିଛନ୍ତି କୁମ୍ବଲେ ଓ ୪୩୪ ୱିକେଟ ସହ ଦ୍ବିତୀୟ ସ୍ଥାନରେ କପିଳ ଦେବ ରହିଛନ୍ତି । ୩୧୧ ୱିକେଟ ସହ ଅଶ୍ବିନଙ୍କ ପଛକୁ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ଇଶାନ୍ତ ଶର୍ମା ।

୨୦୨୧ ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ବେଶ୍ ସଫଳ ବର୍ଷ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ସେ ବିଶ୍ବର ସର୍ବାଧିକ ଟେଷ୍ଟ ୱିକେଟ୍ ଦଖଲକାରୀ ବୋଲରର ମାନ୍ୟତା ପାଇଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ସେ ୩୯ଟି ୱିକେଟ୍ ନେଇସାରିଲେଣି । କାନପୁର ଟେଷ୍ଟରେ ସେ ୱିଲ ୟଙ୍ଗଙ୍କ ୱିକେଟ୍ ହାସଲ କରିବା ପରେ ଟେଷ୍ଟ ୱିକେଟ ସଂଖ୍ୟାରେ ଆକ୍ରମଙ୍କୁ ଟପିଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.