ETV Bharat / sports

Mumbai Test: ଏଜାଜଙ୍କ ପରେ ସିରାଜ ଶୋ, ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ରୋମାଞ୍ଚକର ସ୍ଥିତିରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ । ଏଜାଜ ପଟେଲଙ୍କ ୧୦ ୱିକେଟ ହାସଲ ସହ ଭାରତକୁ ୩୨୫ ରନ୍‌ରେ ରୋକିବା ପରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ଅଧିକ ପଢନ୍ତୁ

author img

By

Published : Dec 4, 2021, 3:41 PM IST

Ind vs NZ, 2ND Test: Ajaz's historic 10-wicket haul restricts hosts to 325, visitors struggle at 38/6
Mumbai Test: ଏଜାଜଙ୍କ ପରେ ସିରାଜ ଶୋ, ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ମୁମ୍ବାଇ: ରୋମାଞ୍ଚକର ସ୍ଥିତିରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ । ଟସ୍‌ ଜିତି ଭାରତୀୟ କ୍ୟାପଟେନ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ପ୍ରଥମ ଇଂନିସରେ ଘରୋଇ ଟିମ ୩୨୫ ରନ୍‌ କରିପାରିଛି ।

ଓପନର ମୟଙ୍କ ଅଗ୍ରୱାଲ ଦମଦାର ଶତକ ହାସଲ କରିଥିବାବେଳେ ଭାରତୀୟ ଇଂନିସର ସମସ୍ତ ୧୦ ୱିକେଟ ଅକ୍ତିଆର(10-wicket haul) କରି ବିରଳ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ ।

ଏହାମଧ୍ୟ ପଢନ୍ତୁ: ଇତିହାସ ରଚିଲେ Ajaz Patel, ଭାରତର ସମସ୍ତ ୧୦ ୱିକେଟ ନେଲେ

ଦ୍ବିତୀୟ ଦିନରେ ୱାଙ୍ଖଡେ ପିଚ୍‌ରେ ବୋଲରଙ୍କ କମାଲ ଦେଖିବାକୁ ମିଳିଛି । ପ୍ରଥମେ କିୱି ସ୍ପିନର ଏଜାଜ ପଟେଲ ଓ ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଦ୍ବିତୀୟ ଦିନ ଖେଳ ଟି' ବ୍ରେକ୍‌ ସୁଦ୍ଧା ନ୍ୟୁଜିଲାଣ୍ଡ ମାତ୍ର ୩୮ ରନ୍‌ରେ ୬ଟି ୱିକେଟ ହରାଇଛି ।

ସିରାଜ ୩ଟି ୱିକେଟ ହାସଲ କରି ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି । ଏଥିସଗ ୩ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ ଓ ଜୟନ୍ତ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି । ଭାରତର ପ୍ରଥମ ଇଂନିସ ସ୍କୋର ଠାରୁ ଭ୍ରମଣକାରୀ ଟିମ ୨୮୭ ରନ୍‌ ପଛରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.