ମୁମ୍ବାଇ: ଦ୍ବିତୀୟ ଦିନରେ ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ । ପ୍ରଥମ ପାଳି ଶେଷ କଲା ଇଂଲଣ୍ଡ । ବଡ଼ ସ୍କୋର ଲକ୍ଷ୍ୟରେ ଥିବା ଇଂଲଣ୍ଡ ବ୍ୟାଟରଙ୍କୁ ଅଟକାଇଲେ ଭାରତୀୟ ବୋଲର । ଭାରତୀୟ ମହିଳା ଦଳର ଘାତକ ବୋଲିଂରେ କେବଳ ୧୩୬ ରନ୍ରେ ଅଲ୍ଆଉଟ୍ ହେଲା ନାଇଟ୍ ବାହିନୀ । ପ୍ରଥମ ପାଳିରେ ୪୨୮ ରନ୍ ସ୍କୋର କରିଥିବା ଭାରତ ୨୯୨ ରନ୍ ଲିଡ୍ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରୁଛି । ଦୀପ୍ତି ଶର୍ମା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ସ୍ନେହା ରଣା ୨ଟି, ରେଣୁକା ସିଂହ ଠାକୁର ଓ ପୂଜାବସ୍ତ୍ରକାର ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି ।
-
Tea Break!
— BCCI Women (@BCCIWomen) December 15, 2023 " class="align-text-top noRightClick twitterSection" data="
Strong bowling performance by #TeamIndia 💪 🤩
5️⃣ wickets for @Deepti_Sharma06
2️⃣ wickets for @SnehRana15
1️⃣ wicket each for Renuka Singh Thakur & @Vastrakarp25
India will not enforce the follow-on.
Scorecard ▶️ https://t.co/UB89NFaqaJ #INDvENG | @IDFCFIRSTBank pic.twitter.com/hBbw2GUmBB
">Tea Break!
— BCCI Women (@BCCIWomen) December 15, 2023
Strong bowling performance by #TeamIndia 💪 🤩
5️⃣ wickets for @Deepti_Sharma06
2️⃣ wickets for @SnehRana15
1️⃣ wicket each for Renuka Singh Thakur & @Vastrakarp25
India will not enforce the follow-on.
Scorecard ▶️ https://t.co/UB89NFaqaJ #INDvENG | @IDFCFIRSTBank pic.twitter.com/hBbw2GUmBBTea Break!
— BCCI Women (@BCCIWomen) December 15, 2023
Strong bowling performance by #TeamIndia 💪 🤩
5️⃣ wickets for @Deepti_Sharma06
2️⃣ wickets for @SnehRana15
1️⃣ wicket each for Renuka Singh Thakur & @Vastrakarp25
India will not enforce the follow-on.
Scorecard ▶️ https://t.co/UB89NFaqaJ #INDvENG | @IDFCFIRSTBank pic.twitter.com/hBbw2GUmBB
ଭାରତ ୧ମ ପାଳି: ଦୀର୍ଘ ୯ ବର୍ଷ ପରେ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଖେଳୁଛି ଟିମ୍ ଇଣ୍ଡିଆ ଓମେନ୍ସ ଟିମ୍ । ଗୁରୁବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ଟେଷ୍ଟ୍ ସିରିଜ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀ ଅଧିନାୟିକା ହରମନପ୍ରୀତ କୌର । ଜବାବରେ ବେଶ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ଭାରତୀୟ ବ୍ୟାଟର । ପ୍ରଥମ ଦିନରେ ୭ ୱିକେଟ ହରାଇ ଭାରତ ୪୧୦ ରନ କରିଥିଲା । ଏହା ସହିତ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ସର୍ବାଧିକ ସ୍କୋର ହାସଲ କରିବାର ରେକର୍ଡ ମଧ୍ୟ କରିଥିଲା କୌର ବାହିନୀ । ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ପୁଣି ଥରେ ବ୍ୟାଟିଂ କରି ପ୍ରଥମ ପାଳିକୁ ୪୨୮ ରନରେ ଶେଷ କରିଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଶୁଭା ସତୀଶ ୬୭, ଜେମିମା ୬୮, ଦୀପ୍ତି ଶର୍ମା ୬୭ ଓ ୟସ୍ତିକା ଭାଟିଆ ୬୬ ରନର ଲଢୁଆ ବ୍ୟାଟିଂ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ, 428ରେ ପ୍ରଥମ ପାଳି ଶେଷ କଲା ଭାରତୀୟ ମହିଳା ଦଳ
ଇଂଲଣ୍ଡ ୧ମ ପାଳି: ଭାରତ ପ୍ରଥମ ପାଳିରେ ୪୨୮ ରନର ବିଶାଳ ପାଳି କରିଥିବାବେଳେ ଇଂଲଣ୍ଡ ମଧ୍ୟ ପ୍ରଥମ ପାଳିରେ ବିଶାଳ ସ୍କୋର ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିଲା । ହେଲେ ସବୁ ଲକ୍ଷ୍ୟକୁ ଚୂରମାର କରିଦେଇଥିଲେ ଭାରତୀୟ ମହିଳା ବୋଲିଂ ଆଟାକ୍ । ଏକମାତ୍ର ଇଂଲଣ୍ଡ ବ୍ୟାଟର ନାଟ୍ ସ୍କାଇଭର-ବ୍ରଣ୍ଟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାକୁ ସକ୍ଷମ ହୋଇନଥିଲେ । ସ୍କାଇଭର-ବ୍ରଣ୍ଟ ଇଂଲଣ୍ଡ ପାଇଁ ୭୦ ବଲରୁ ୫୯ ରନର ସବୁଠାରୁ ବଡ଼ ପାଳି ଖେଳିଥିଲେ ।
ସେପଟେ ଭାରତ ପକ୍ଷରୁ ଦୀପ୍ତି ଶର୍ମା ଘାତକ ବୋଲିଂ କରିଥିଲେ । ଏକାକୀ ୫ ୱିକେଟ୍ ସଫଳତା ସହ ସେ ଇଂଲଣ୍ଡ ବ୍ୟାଟରଙ୍କୁ ପାଣି ପିଆଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହା ରାଣା ୨ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ରେଣୁକା ସିଂହ ଠାକୁର ଓ ପୂଜାବସ୍ତ୍ରକାରଙ୍କୁ ଗୋଟିଏ ଲେଖାଁଏ ୱିକେଟ ମିଳିଥିଲା । ଫଳରେ ପ୍ରଥମ ପାଳିରେ ୨୯୨ ରନ୍ ଲିଡ୍ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ