ETV Bharat / sports

Ind Vs Eng Test: ରୋହିତ ଓହରିଲେ, ବୁମରା ଅଧିନାୟକ - ଇଣ୍ଡିଆ ଇଂଲଣ୍ଡ ଟେଷ୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 5ଟି କ୍ରିକେଟ ଟେଷ୍ଟର ମଙ୍ଗ ଧରିବେ ଜଶପ୍ରୀତ ବୁମରା ।

ରୋହିଲ ଓହରିଲେ, ବୁମରା ଅଧିନାୟକ
ରୋହିଲ ଓହରିଲେ, ବୁମରା ଅଧିନାୟକ
author img

By

Published : Jun 30, 2022, 9:36 AM IST

ନୂଆଦିଲ୍ଲୀ: ଆସନ୍ତାକାଲିଠୁ (ଶୁକ୍ରବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ 5ଟି କ୍ରିକେଟ ଟେଷ୍ଟ ଖେଳାଯିବ । କୋରୋନାରୁ ସୁସ୍ଥ ନ ହୋଇଥିବାରୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବର୍ମିହାମରେ ହେବାକୁ ଥିବା ଟେଷ୍ଟରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଦଳ ମଙ୍ଗ ଧରିବେ ଜଶପ୍ରୀତ ବୁମରା । ଭାରତୀୟ କ୍ରିକେଟ ଇତିହାସରେ ଦୀର୍ଘ 35 ବର୍ଷ ପରେ ଜଣେ ଦ୍ରୁତ ବୋଲର ଟେଷ୍ଟ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ ।

ବୁଧବାର ଦ୍ବିତୀୟ ଥର ପାଇଁ କୋରୋନା ପରୀକ୍ଷା କରିବା ପରେ ରୋହିତଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ବର୍ତ୍ତମାନ ରୋହିତ ଆଇସୋଲେସନରେ ଅଛନ୍ତି । ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଦଳର ଉପ ଅଧିନାୟକ ମନୋନୀତ ହୋଇଥିବା ବୁମରା ଏବେ ଅଧିନାୟକ ଦାୟିତ୍ବ ତୁଲାଇବେ ।1932ରୁ ଭାରତ ଟେଷ୍ଟ କ୍ରିକେଟ ଖେଳି ଆସୁଥିବାବେଳେ ଦେଶର 36 ତମ କ୍ରିକେଟର ଭାବେ ବୁମରା ଟିମ ଇଣ୍ଡିଆ ନେତୃତ୍ବ ନେବେ । 29 ଟେଷ୍ଟରୁ 123 ୱିକେଟ ନେଇ ସାରିଥିବା ଫାଷ୍ଟ ବୋଲର ହେଉଛନ୍ତି ବୁମରା । ତାଙ୍କ ପାଖରେ ଭବିଷ୍ୟତ ଅଧିନାୟକ ହେବାର ସାମର୍ଥ ରହିଥିବାରୁ ଚୟନ କର୍ତ୍ତା କମିଟି ତାଙ୍କୁ ଚୟନ କରିଛନ୍ତି । ପୂର୍ବରୁ ଦ୍ରୁତ ବୋଲର କପିଳ ଦେବଙ୍କୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଥିଲେ । 1987ରେ ତାଙ୍କୁ ଅଧିନାୟକ ପଦରୁ ଅବ୍ୟାହତି ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.