ETV Bharat / sports

ଟିମ ଇଣ୍ଡିଆକୁ କମବ୍ୟାକ୍ କରି ଭାବୁକ ହେଲେ ଜାଡେଜା, କହିଲେ ବହୁ ଦିନ ପରେ ଜର୍ସି ପିନ୍ଧିବି - ravindra jadeja

ବର୍ଡର ଗାଭାସ୍କର ଟ୍ରଫିରେ ନଜର ଆସିବେ ରବୀନ୍ଦ୍ର ଜାଡେଜା । ଟିମ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ ପରେ ଜାଡେଜା ବେଶ୍ ଉତ୍ସାହିତ ଥିବା କହିଛନ୍ତି । ଅଧିକ ପଢନ୍ତୁ

ରବୀନ୍ଦ୍ର ଜାଡେଜା
ରବୀନ୍ଦ୍ର ଜାଡେଜା
author img

By

Published : Feb 5, 2023, 10:38 PM IST

ହାଇଦ୍ରାବାଦ : ଦୀର୍ଘ ୫ ମାସ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ବର୍ଡର ଗାଭାସ୍କର ଟ୍ରଫିରେ ନଜର ଆସିବେ ଟିମ ଇଣ୍ଡିଆର ଏହି ଷ୍ଟାର ଅଲରାଉଣ୍ଡର । ଟିମ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ ପରେ ଜାଡେଜା ବେଶ୍ ଖୁସିଥିବା କହିଛନ୍ତି । ଏହି ସମୟକୁ ସେ ବହୁତ ଅପେକ୍ଷା କରିଥିବା ନେଇ ଭାବବିହ୍ବଳ ହୋଇ କହିଥିଲେ ।

ଏନେଇ ଜାଡେଜା ଏକ ସାକ୍ଷାତକାରରେ କହିଛନ୍ତି "ଟିମ୍‌ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏବଂ ଖେଳିବା ପାଇଁ ମୁଁ ବହୁତ ଅପେକ୍ଷା କରିଥିଲି । ମୋର ଆଣ୍ଠୁ ସମସ୍ୟା ପାଇଁ ମୁଁ ବହୁତ ଚିନ୍ତିତି ଥିଲି । ତେଣୁ ଆଣ୍ଠୁରେ ଅସ୍ତ୍ରୋପଚାର ମୋ ପାଇଁ ବହତୁ ଜରୁରୀ ଥିଲା । ଯେଉଁ ଡାକ୍ତରୀଦଳ ମୋର ଚିକିତ୍ସା କରୁଥିଲେ ସେମାନେ କହିଥିଲେ ଯେ ଟି୨୦ ବିଶ୍ବକପ ପୂର୍ବରୁ ଆଣ୍ଠୁର ଅସ୍ତ୍ରୋପଚାର କରିବା ନିହାତି ଆବଶ୍ୟକ । ମୁଁ ସେହି ସମୟରେ ଆଣ୍ଠୁର ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନେଇଥିଲି । କାରଣ ଟି୨୦ ବିଶ୍ବକପରେ ମୋର ଖେଳିବାରେ ସୁଯୋଗ କମ ରହିଥିଲା । ତେବେ ବର୍ଡର ଗାଭାସ୍କର ଟ୍ରଫି ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ କମବ୍ୟାକ କରିବା ନେଇ ମୁଁ ବେଶ୍ ଉତ୍ସାହିତ ଅଛି । ସବୁଠୁ ବଡ କଥା ହେଲେ ୫ ମାସ ପରେ ଟିମ୍‌ ଇଣ୍ଡିଆର ଜର୍ସି ପିନ୍ଧିବାର ସୁଯୋଗ ମିଳିବ । ମୁଁ ବହୁତ ଭାଗ୍ୟବାନ ଯେ ମୋତେ ଦ୍ବିତୀୟ ଥର ପାଇଁ ଭାରତୀୟ ଦଳକୁ ଫେରିବାର ସୁଯୋଗ ମିଳିଲା । ରିକଭେରୀ କରିବା ସମୟରେ ଅଳ୍ପ ବହୁତ ସଂଘର୍ଷ କରିବାକୁ ପଡିଥିଲା । କାରଣ ଯେତେବେଳେ ଆପଣ କ୍ରିକେଟ ମଇଦାନରୁ ୫ ମାସ ଦୂରେଇ ଯାଉଛନ୍ତି ସେତେବେଳେ ଫିଟ୍ ହୋଇ କମ୍ ବ୍ୟାକ୍ କରିବା ଏତେ ସହଜ କଥା ନୁହଁ ।"

ଆଣ୍ଠୁରେ ଅସ୍ତ୍ରୋପଚାର କାରଣରୁ ରବୀନ୍ଦ୍ର ଜାଡେଜା ୫ ମାସ ପର୍ଯ୍ୟନ୍ତ କ୍ରିକେଟ ମୈଦାନରୁ ଦୂରେଇ ରହିଥିଲେ । ତେବେ ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଜାଡେଜା ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ଅଧିନାୟକ ହିସାବରେ ତାମିଲନାଡୁ ବିପକ୍ଷରେ ଖେଳି ଦମଦାର ସୋ ଦେଖାଇଥିଲେ । ଏହି ମ୍ୟାଚରେ ସେ ୭ ଟି ୱିକେଟ ନେଇ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ । ଏହାପରେ ସେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ତାଙ୍କୁ ଗ୍ରୀନ ସିଗନାଲ ମିଳିଥିଲା । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ନିଜକୁ ଫୁଲ ଦମରେ ପ୍ରସ୍ତୁତ କରିଛନ୍ତି ରବୀନ୍ଦ୍ର ଜାଡେଜା । ନେଟ୍ସରେ ଜାଡେଜା ଝାଳ ବୁହାଇଥିବାର ନଜର ଆସିଛି । ବୋର୍ଡର ଗାଭାସ୍କର ଟ୍ରଫି ଫେବୃଆରୀ ୯ ତାରିଖରୁ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.