ETV Bharat / sports

Border Gavaskar Trophy: ଅଷ୍ଟ୍ରେଲିଆକୁ ଇର୍ଫାନଙ୍କ ଚେତାବନୀ, କହିଲେ ଭାରତୀୟ ବୋଲର ଭାରି ପଡିପାରନ୍ତି

author img

By

Published : Feb 4, 2023, 10:16 PM IST

ଅଷ୍ଟ୍ରେଲିଆ ଭାରତକୁ ଓପନ ଚ୍ୟାଲେଞ୍ଜ କରିଥିବା ବେଳେ ଭାରତର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ମଧ୍ୟ ଟିମ କଙ୍ଗାରୁ ଟିମକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ଷ୍ଟିଭ ସ୍ମିଥ ଏବଂ ଇର୍ଫାନ ପଠାନ
ଷ୍ଟିଭ ସ୍ମିଥ ଏବଂ ଇର୍ଫାନ ପଠାନ

ହାଇଦ୍ରାବାଦ : ବୋର୍ଡର ଗାଭାସ୍କର ଟ୍ରଫି ନେଇ ଆରମ୍ଭ ହୋଇଗଲାଣି ଆଲୋଚନା ଏବଂ ପର୍ଯ୍ୟାଲୋଚନା । ଅଷ୍ଟ୍ରେଲିଆ ଭାରତକୁ ଓପନ ଚ୍ୟାଲେଞ୍ଜ କରିଥିବା ବେଳେ ଭାରତର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ମଧ୍ୟ କଙ୍ଗାରୁ ଟିମକୁ ଚେତାବନୀ ଦେଇଛନ୍ତି । ଟିମ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର କହିଛନ୍ତି ଅଷ୍ଟ୍ରେଲିଆ ଟିମ ଉପରେ ଭାରତୀୟ ବୋଲର ଭାରି ପଡିବେ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଏହି ସିରିଜ ନେଇ ଷ୍ଟିଭ ସ୍ମିଥ ପୂର୍ବରୁ ଭାରତକୁ ଓପନ ଚ୍ୟାଲେଞ୍ଜ କରିଥିଲେ । ସେ କହିଥିଲେ ତାଙ୍କୁ ସ୍ପିନିଂ ମାଟିରେ ଖେଳିବାକୁ ବେଶ୍ ପସନ୍ଦ । ତେବେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର ଷ୍ଟିଭ ସ୍ମିଥଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ସେପଟେ ଭାରତ ବିପକ୍ଷରେ ଷ୍ଟିଭ ସ୍ମିଥଙ୍କର ରେକର୍ଡ ବେଶ୍ ଦମଦାର ରହିଛି ।

ଫେବୃଆରୀ ୯ ତାରିଖରୁ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଏହି ଟେଷ୍ଟ ସିରିଜକୁ ଗୁରୁତର ଭାବରେ ନେଇଛି ଟିମ ଇଣ୍ଡିଆ । ବୋର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ନିଜର ମତାମତ ରଖିଛନ୍ତି ଭାରତର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ । ସେ କହିଛନ୍ତି ଘରୋଇ ମାଟିରେ ଭାରତୀୟ ବୋଲର କଙ୍ଗାରୁ ଟିମର ବ୍ୟାଟରଙ୍କ ଉପରେ ଭାରି ପଡିପାରନ୍ତି ।

ଅକ୍ଷର ପଟେଲ ସ୍ମିଥଙ୍କ ଉପରେ ଭାରି ପଡିପାରନ୍ତି

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଷ୍ଟିଭ ସ୍ମିଥ ବିପକ୍ଷରେ ଖେଳିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଇର୍ଫାନ ପଠାନ । ସେ କହିଛନ୍ତି ସ୍ପିନର ଅକ୍ଷର ପଟେଲ ସ୍ମିଥ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଅକ୍ଷର ପଟେଲଙ୍କୁ ଯଦି ସମସ୍ତ ମ୍ୟାଚ ଖେଳିବାର ସୁଯୋଗ ମିଳେ ତାହେଲେ ସେ ଷ୍ଟିଭ ସ୍ମିଥଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିପାରନ୍ତି । କାରଣ ଅକ୍ଷର ଯେଉଁ ଲାଇନ ଲେନ୍‌ଥକୁ ନେଇ ବୋଲିଂ କରିଥାନ୍ତି ସେଥିରେ ସ୍ମିଥଙ୍କୁ LBW ଏବଂ ବୋଲ୍ଡ କରାଯାଇପାରେ । ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର ଭାରତ ବିପକ୍ଷରେ ୧୪ ଟି ଟେଷ୍ଟ ମ୍ୟାଚ ଖେଳି ଦମଦାର ପ୍ରଦର୍ଶନ କରିଛନ୍ତି । ସ୍ମିଥ ଏହି ମୁକାବିଲାରେ ଖେଳି ୭୨.୫୮ ଆଭରେଜ ସହିତ ୧୭୪୨ ରନ କରିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, "ଏଥିରେ କୌଣସି ସନ୍ଦେହ ନାହିଁ ଯେ ସ୍ମିଥ ଅଷ୍ଟ୍ରେଲିଆର ଜଣେ ଷ୍ଟାର କ୍ରିକେଟର । ସେ ତାଙ୍କ ପ୍ରଦର୍ଶନ ବଳରେ ଭାରତୀୟ ବୋଲର ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି । ତଥାପି ଭାରତୀୟ ବୋଲର ମଧ୍ୟ କିଛି କମ ନୁହଁ । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.