ETV Bharat / sports

ଟସ୍‌ ହାରି ବ୍ୟାଟିଂ କରୁଛି ଭାରତ, ଅଷ୍ଟ୍ରେଲିଆ ଦଳକୁ ଫେରିଲେ ମ୍ୟାକ୍ସୱେଲ୍‌-ଜାମ୍ପା - India batting first

ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ସିରିଜକୁ ଫେରିବା ଲକ୍ଷ୍ୟରେ ଅଭିଜ୍ଞ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଆଡାମ ଜାମ୍ପାଙ୍କୁ ଦଳକୁ ଫେରାଇଛି ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

Australia win the toss and opted to bowl first
ଟସ୍‌ ହାରି ବ୍ୟାଟିଂ କରୁଛି ଭାରତ
author img

By ETV Bharat Odisha Team

Published : Nov 26, 2023, 7:23 PM IST

ଥିରୁଅନନ୍ତପୁରମ: ସୁପର ସନ୍‌ଡେ'ରେ ସୁପର ମୁକାବିଲା ଆରମ୍ଭ ହୋଇଯାଇଛି । ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ ପାଇଁ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଛି ଅଷ୍ଟ୍ରେଲିଆ । କେରଳର ଥିରୁବନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଇଣ୍ଟରନାସ୍‌ନାଲ୍‌ କ୍ରିକେଟ୍‌ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ । ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି । ତେବେ ଦ୍ବିତୀୟ ମ୍ୟାଚ୍‌ରେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ପ୍ରଥମେ ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ ।

ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଏହି ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ରୋମାଞ୍ଚକ ଭାବେ ଜିତି ନେଇଥିଲା ଟିମ୍‌ ଇଣ୍ଡିଆ । ଦୃଢ ମନୋବଳ ସହିତ ଆଜିର ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛନ୍ତି ମେନ୍‌ ଇନ୍‌ ବ୍ଲ୍ୟୁ । ଅନ୍ୟପଟେ ଅଷ୍ଟ୍ରେଲିଆ ସିରିଜକୁ ଫେରିବା ପାଇଁ ବ୍ୟାକୁଳ ରହିଛି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରୁଛି । ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇ ନଥିବାବେଳେ ଅଷ୍ଟ୍ରେଲିଆ କିନ୍ତୁ ପ୍ରଥମ ପରାଜୟ ପରେ ଭୟ କରିଯାଇଛି । ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି କଙ୍ଗାରୁ ଦଳ । ଜାଶନ ବେହେରନଡଫ୍‌ଙ୍କ ସ୍ଥାନରେ ଆଡାମ ଜାମ୍ପା ଓ ଆରୋନ ହାର୍ଡିଙ୍କ ବଦଳରେ ଗ୍ଲେନ ମ୍ୟାକ୍ସୱେଲ୍‌ଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରିଛି ଅଷ୍ଟ୍ରେଲିଆ ।

ଏହା ମଧ୍ୟ ପଢ଼ନ୍ତୁ...ଦ୍ବିତୀୟ ଟି୨୦ ପାଇଁ ପ୍ରସ୍ତୁତ ମେନ୍‌ ଇନ୍‌ ବ୍ଲ୍ୟୁ, ମ୍ୟାଚ୍‌ ପୂର୍ବରୁ ଫଟୋ ସେସନ୍‌ ଝଲକ ଦେଖାଇଲା ବିସିସିଆଇ

ପ୍ରକାଶ ଥାଉ, ଅଷ୍ଟ୍ରେଲିଆ ଗତ ୧ ବର୍ଷରୁ ଅଧିକ ସମୟ ହେବ କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ଭାରତକୁ ହରାଇ ପାରିନାହିଁ । ଶେଷଥର ୨୦୨୨ ସେପ୍ଟେମ୍ବରରେ ଟି୨୦ ବିଶ୍ବକପ୍‌ରେ ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ । ବିଶାଖାପଟନମ୍‌ ମୁକାବିଲାରେ ମଧ୍ୟ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍‌ର ବିଶାଳ ସ୍କୋର କରିବା ସତ୍ତ୍ବେ ଅଷ୍ଟ୍ରେଲିଆ ପରାଜିତ ହୋଇଥିଲା । ତେଣୁ ଆଜି ମ୍ୟାଚ୍‌ରେ ସିରିଜ୍‌କୁ ଫେରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ରଣକୌଶଳ ସହ ମୈଦାନକୁ ଓହ୍ଲାଇଛି ଅଷ୍ଟ୍ରେଲିଆ । ସେପଟେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ମଧ୍ୟ ଏହି ସିରିଜ୍‌ରେ ବିଜୟଧାରା ବଜାୟ ରଖିବାକୁ ହେଲେ ଅଷ୍ଟ୍ରେଲିଆ ଆଗରେ ବଡ଼ ସ୍କୋର ରଖିବାକୁ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-ଟ୍ବେଣ୍ଟି, ବିଜୟଧାରା ବଜାୟ ଲକ୍ଷ୍ୟରେ ସୂର୍ଯ୍ୟ ସେନା

ଭାରତୀୟ ଚୂଡ଼ାନ୍ତ ଏକାଦଶ: ଇଶାନ କିଷାନ, ଯଶସ୍ବୀ ଜୈସ୍ବାଲ୍‌, ଋତୁରାଜ ଗାଏକୱାଡ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର

ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ଷ୍ଟିଭ୍‌ ସ୍ମିଥ୍‌, ମାଥ୍ୟୁ ସର୍ଟ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ଜୋଶ ଇଂଲିଶ୍‌, ମାର୍କସ ଷ୍ଟୋଇନିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଡ୍‌ (ଅଧିନାୟକ), ସିନ୍‌ ଆବୋଟ୍‌, ନାଥନ ଏଲିସ୍‌, ଆଡାମ ଜାମ୍ପା, ତନବୀର ସାଂଘା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.