ETV Bharat / sports

IND vs AUS 1st Test: ଡ୍ରାଇଭର୍ ସିଟରେ ଭାରତ, ୧୪୪ ରନର ଲିଡ୍

author img

By

Published : Feb 10, 2023, 5:40 PM IST

Updated : Feb 10, 2023, 7:30 PM IST

ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରି ଦ୍ବିତୀୟ ଦିନର ୱିକେଟ ଅପସାରଣ ବେଳକୁ ୭ ୱିକେଟ ହରାଇ ୩୨୧ ରନ କରିଛି । ଏହା ସହିତ କଙ୍ଗାରୁଦଳଠାରୁ ୧୪୪ ରନରେ ଆଗୁଆ ରହିଛି ରୋହିତବାହିନୀ । ଜାଡେଜା ଓ ଅକ୍ଷର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି । ଅଧିକ ପଢନ୍ତୁ

Border Gavaskar Trophy
Border Gavaskar Trophy

ନାଗପୁର : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିଛନ୍ତି । ଏହା ସହିତ ରବୀନ୍ଦ୍ର ଜଡେଜା ଏବଂ ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୩୨୭ ରନ୍‌ କରିବାରେ ସକ୍ଷମ ହୋଇପାରିଛି । ନାଗପୁରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରି ଦ୍ବିତୀୟ ଦିନର ୱିକେଟ ଅପସାରଣ ବେଳକୁ ୭ ୱିକେଟ ହରାଇ ୩୨୧ ରନ କରିଛି । ଏହା ସହିତ କଙ୍ଗାରୁଦଳଠାରୁ ୧୪୪ ରନ୍‌ରେ ଆଗୁଆ ରହିଛି ରୋହିତବାହିନୀ । ଜାଡେଜା ଓ ଅକ୍ଷର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ପ୍ରଥମେ ବ୍ୟାଟିଂ କରି ୧୭୭ ରନ କରି ଅଲଆଉଟ ହୋଇଥିଲା ।

It's Stumps on Day 2 of the first #INDvAUS Test! #TeamIndia move to 321/7 & lead Australia by 144 runs. 👏 👏

1⃣2⃣0⃣ for captain @ImRo45
6⃣6⃣* for @imjadeja
5⃣2⃣* for @akshar2026

We will be back for Day 3 action tomorrow.

Scorecard ▶️ https://t.co/SwTGoyHfZx pic.twitter.com/1lNIJiWuwX

— BCCI (@BCCI) February 10, 2023

ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ମଇଦାନରେ ଦୃଢ ବ୍ୟାଟିଂ ଜାରି ରଖି ଦମଦାର ଶତକ ହାସଲ କରିଥିଲେ ରୋହିତ ଶର୍ମା । ହିଟ୍ ମ୍ୟାନ ୧୫ ଟି ଚୌକା ଏବଂ ୨ ଟି ଛକା ସହିତ ୧୨୦ ରନର ଇନିଂସ ଖେଳି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଏହାପରେ ଅକ୍ଷର ପଟେଲ ମଇଦାନକୁ ଆସି ଜାଡେଜାଙ୍କ ସହିତ ପାଳି ସମ୍ଭାଳିଥିଲେ । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି । ଅକ୍ଷର ପଟେଲ ୧୦୨ ବଲରୁ ୮ ଚୌକା ସହିତ ୫୨ ରନ କରିଛନ୍ତି । ରବୀନ୍ଦ୍ର ଜାଡେଜା ୧୭୦ ବଲରୁ ୯ଟି ଚୌକା ବଲ୍‌ରେ ୬୬ ରନ୍‌ କରିଥିଲେ । ସେପଟେ ଚେତେଶ୍ବର ପୂଜାରା ଏବଂ ବିରାଟ କୋହଲି ନିରାଶ କରିଛନ୍ତି । ଉଭୟ କ୍ରମଶଃ ୭ ଓ ୧୨ ରନ କରି ଆଉଟ ହୋଇଛନ୍ତି । ସେହିପରି କେଏଲ ରାହୁଲ ୨୦ ରନ, ରବିଚନ୍ଦ୍ରନ ଅଶ୍ବୀନ ୨୩ ରନ, ସୂର୍ଯ୍ୟକୁମାର ଯାଦବ ଓ କେଏସ ଭରତ ଉଭୟ ୮ ରନ କରିଛନ୍ତି ।

ସେପଟେ ଅଷ୍ଟ୍ରେଲିଆ ତରଫରୁ ଡେବ୍ୟୁ କରି ନିଜ ବୋଲିଂର ଯାଦୁ ଦେଖାଇଥିଲେ ଟୋଡ ମର୍ଫି । ସେ ପ୍ରଥମ ପାଳିରେ ବୋଲିଂ କରି 5ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଅଧିନାୟକ ପ୍ୟାଟ୍ କମିନ୍ସ ଓ ନାଥନ ଲିୟୋନ ଗୋଟିଏ ୱିକେଟ ନେଇଥିଲେ । ଟସ୍‌ ଜିତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ମାରନସ ଲାବୁସେନଙ୍କ ସର୍ବାଧିକ ୪୯ ରନର ଇନିଂସ ବଳରେ ଅଷ୍ଟ୍ରେଲିଆ ୧୭୭ ରନ କରିବାକୁ ସକ୍ଷମ ହୋଇଥିଲା । ଷ୍ଟିଭ ସ୍ମିଥ ୩୭ ରନ, ହେଣ୍ଡସ୍କମ ୩୧ ରନ, ଏଲେକ୍ସ କେରୀ ୩୬ ରନ କରିଥିଲେ । ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବୀନ ୩ଟି ୱିକେଟ ନେଇଥିଲେ । ସେହିପରି ସିରାଜ ଏବଂ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ନାଗପୁର : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିଛନ୍ତି । ଏହା ସହିତ ରବୀନ୍ଦ୍ର ଜଡେଜା ଏବଂ ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୩୨୭ ରନ୍‌ କରିବାରେ ସକ୍ଷମ ହୋଇପାରିଛି । ନାଗପୁରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରି ଦ୍ବିତୀୟ ଦିନର ୱିକେଟ ଅପସାରଣ ବେଳକୁ ୭ ୱିକେଟ ହରାଇ ୩୨୧ ରନ କରିଛି । ଏହା ସହିତ କଙ୍ଗାରୁଦଳଠାରୁ ୧୪୪ ରନ୍‌ରେ ଆଗୁଆ ରହିଛି ରୋହିତବାହିନୀ । ଜାଡେଜା ଓ ଅକ୍ଷର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ପ୍ରଥମେ ବ୍ୟାଟିଂ କରି ୧୭୭ ରନ କରି ଅଲଆଉଟ ହୋଇଥିଲା ।

ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ମଇଦାନରେ ଦୃଢ ବ୍ୟାଟିଂ ଜାରି ରଖି ଦମଦାର ଶତକ ହାସଲ କରିଥିଲେ ରୋହିତ ଶର୍ମା । ହିଟ୍ ମ୍ୟାନ ୧୫ ଟି ଚୌକା ଏବଂ ୨ ଟି ଛକା ସହିତ ୧୨୦ ରନର ଇନିଂସ ଖେଳି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଏହାପରେ ଅକ୍ଷର ପଟେଲ ମଇଦାନକୁ ଆସି ଜାଡେଜାଙ୍କ ସହିତ ପାଳି ସମ୍ଭାଳିଥିଲେ । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି । ଅକ୍ଷର ପଟେଲ ୧୦୨ ବଲରୁ ୮ ଚୌକା ସହିତ ୫୨ ରନ କରିଛନ୍ତି । ରବୀନ୍ଦ୍ର ଜାଡେଜା ୧୭୦ ବଲରୁ ୯ଟି ଚୌକା ବଲ୍‌ରେ ୬୬ ରନ୍‌ କରିଥିଲେ । ସେପଟେ ଚେତେଶ୍ବର ପୂଜାରା ଏବଂ ବିରାଟ କୋହଲି ନିରାଶ କରିଛନ୍ତି । ଉଭୟ କ୍ରମଶଃ ୭ ଓ ୧୨ ରନ କରି ଆଉଟ ହୋଇଛନ୍ତି । ସେହିପରି କେଏଲ ରାହୁଲ ୨୦ ରନ, ରବିଚନ୍ଦ୍ରନ ଅଶ୍ବୀନ ୨୩ ରନ, ସୂର୍ଯ୍ୟକୁମାର ଯାଦବ ଓ କେଏସ ଭରତ ଉଭୟ ୮ ରନ କରିଛନ୍ତି ।

ସେପଟେ ଅଷ୍ଟ୍ରେଲିଆ ତରଫରୁ ଡେବ୍ୟୁ କରି ନିଜ ବୋଲିଂର ଯାଦୁ ଦେଖାଇଥିଲେ ଟୋଡ ମର୍ଫି । ସେ ପ୍ରଥମ ପାଳିରେ ବୋଲିଂ କରି 5ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଅଧିନାୟକ ପ୍ୟାଟ୍ କମିନ୍ସ ଓ ନାଥନ ଲିୟୋନ ଗୋଟିଏ ୱିକେଟ ନେଇଥିଲେ । ଟସ୍‌ ଜିତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ମାରନସ ଲାବୁସେନଙ୍କ ସର୍ବାଧିକ ୪୯ ରନର ଇନିଂସ ବଳରେ ଅଷ୍ଟ୍ରେଲିଆ ୧୭୭ ରନ କରିବାକୁ ସକ୍ଷମ ହୋଇଥିଲା । ଷ୍ଟିଭ ସ୍ମିଥ ୩୭ ରନ, ହେଣ୍ଡସ୍କମ ୩୧ ରନ, ଏଲେକ୍ସ କେରୀ ୩୬ ରନ କରିଥିଲେ । ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବୀନ ୩ଟି ୱିକେଟ ନେଇଥିଲେ । ସେହିପରି ସିରାଜ ଏବଂ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Last Updated : Feb 10, 2023, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.