ETV Bharat / sports

ହିଟ୍‌ମ୍ୟାନ୍‌ଙ୍କ ବିସ୍ଫୋରକ ଶତକ ପରେ ରିଙ୍କୁ ବି ଧୋଇଲେ, ୨୧୨ ରନର ବିଶାଳ ସ୍କୋର କଲା ଭାରତ - India vs Afghanistan

IND vs AFG 3rd T20I: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଭାରତର ବିଶାଳ ସ୍କୋର । ବିସ୍ଫୋରକ ଶତକ ହାସଲ କଲେ କ୍ୟାପ୍ଟେନ ରୋହିତ ଶର୍ମା । ରିଙ୍କୁ ସିଂହଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ୨୧୨ ରନ ସ୍କୋର କରିଛି । ଅଧିକ ପଢ଼ନ୍ତୁ

୨୧୨ ରନର ବିଶାଳ ସ୍କୋର କଲା ଭାରତ
୨୧୨ ରନର ବିଶାଳ ସ୍କୋର କଲା ଭାରତ
author img

By ETV Bharat Odisha Team

Published : Jan 17, 2024, 8:54 PM IST

Updated : Jan 17, 2024, 9:05 PM IST

ବେଙ୍ଗାଲୁରୁ: ଏମ୍‌ ଚିନ୍ନାସ୍ବାମୀରେ ରୋହିତ ଶର୍ମାଙ୍କ ବିସ୍ଫୋରଣ । ରିଙ୍କୁ ସିଂହ ବି ଧୋଇଲେ । ଆଫଗାନିସ୍ତାନ ବିପକ୍ଷରେ ଭାରତର ଟପ୍‌ ଅର୍ଡର ବିଫଳ ହୋଇଥିଲେ ମଧ୍ୟ ହାର ମାନିନଥିଲେ ସେନାପତି ରୋହିତ ଶର୍ମା । ରିଙ୍କୁ ସିଂହଙ୍କ ସହ ମିଶି ଆଫଗାନିସ୍ତାନ ବୋଲରଙ୍କୁ ଧୂଳି ଚଟାଇଲେ ହିଟ୍‌ମ୍ୟାନ୍‌ ରୋହିତ । ଏକଦା ୨୨ ରନରେ ୪ ୱିକେଟ୍‌ ହରାଇଥିବା ଭାରତ ସେହି ୪ ୱିକେଟ୍‌ ବିନିମୟରେ ହିଁ ୨୧୨ ରନର ବିଶାଳ ସ୍କୋର କରିଛି । ରୋହିତଙ୍କ ବିସ୍ଫୋରକ ୧୨୧ ଓ ରିଙ୍କୁଙ୍କ ୬୯ ରନର ଧୂଆଁଧାର ପାଳି ଦଳକୁ ଏହି ମଜଭୁତ ସ୍ଥିତିରେ ପହଞ୍ଚାଇଛି । ସମ୍ମାନ ବଞ୍ଚାଇବାକୁ ୩ୟ ଟି୨୦ ଖେଳୁଥିବା ଆଫଗାନିସ୍ତାନ ଏହି ମ୍ୟାଚ୍‌ ଜିତିବାକୁ ହେଲେ ଦଳକୁ ୨୧୩ ରନ ଆବଶ୍ୟକ ।

ଭାରତ ବ୍ୟାଟିଂ: ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଶୃଙ୍ଖଳା ଆଗୁଆ କବ୍‌ଜା କରିଥିବା ଭାରତ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳକୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । କେବଳ ୪ ରନ କରି ପାଭିଲିୟନ ଫେରିଥିଲେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ । ଏହାପରେ ବହୁ ଆଶା ନେଇ ଆଇପିଏଲ୍‌ର ଘରୋଇ ମୈଦାନକୁ ଓହ୍ଲାଇଥିବା ବିରାଟ କୋହଲି ଏହି ମ୍ୟାଚ୍‌ରେ କେବଳ ଗୋଟିଏ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ । ୧ମ ଓ ୨ୟ ଦୁଇଟି ମ୍ୟାଚ୍‌ର ହିରୋ ସାଜିଥିବା ଯୁବ ଅଲରାଉଣ୍ଡର ଶୁଭମ ଦୁବେ ମଧ୍ୟ ଏହି ମ୍ୟାଚ୍‌ରେ ହାର ମାନିଥିଲେ । ସେ କେବଳ ୧ ରନ ହିଁ କରିପାରିଥିଲେ । ସଞ୍ଜୁ ସାମ୍‌ସନ୍‌ ଖାତା ଖୋଲିନପାରି ଆଉଟ୍‌ ହେବାପରେ ଦଳ ସଙ୍କଟରେ ପଡ଼ିଥିଲା । କେବଳ ୨୨ ରନରେ ୪ଟି ୱିକେଟ୍‌ ହରାଇଥିଲା ଭାରତ ।

ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କ ସାଥ ଦେଇଥିଲେ ରିଙ୍କୁ ସିଂହ । ଉଭୟ ଆଫଗାନିସ୍ତାନ ବୋଲରଙ୍କ ସବୁ ଯୋଜନା ବିଗାଡ଼ି ସେମାନଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ରୋହିତ ଶର୍ମା ୬୯ ବଲରେ ୧୧ ଚୌକା ଓ ୮ ଛକା ବଳରେ ୧୨୧ ରନର ବିଶାଳ ଅପରାଜିତ ପାଳି ଖେଳିଥିଲେ । ଏହା ସହିତ ରିଙ୍କୁ ସିଂହ ମଧ୍ୟ ରୋହିତଙ୍କ ସହ ମିଶି ଆଫଗାନିସ୍ତାନ ବୋଲରଙ୍କ ଲାଇନ୍‌ ଲେନ୍ଥ ବିଗାଡ଼ିବାରେ ସଫଳ ହୋଇଥିଲେ । ସେ ୩୯ ବଲରେ ୨ ଚୌକା ଓ ୬ ଛକା ବଳରେ ୬୯ ରନର ଧୂଆଁଧାର ପାଳି ଖେଳି ଭାରତର ସ୍କୋରକୁ ୨୧୨ରେ ପହଞ୍ଚାଇଥିଲେ । ଏକଦା ୨୨ ରନରେ ୪ ୱିକେଟ୍‌ ହରାଇଥିବା ଭାରତ ସେହି ୪ ୱିକେଟ୍‌ ବିନିମୟରେ ହିଁ ୨୧୨ ରନର ବିଶାଳ ସ୍କୋର କରିଛି ।

ଏହା ମଧ୍ଯ ପଢ଼ନ୍ତୁ...ଜୟସ୍ବାଲଙ୍କ ରେକର୍ଡ, ସର୍ବ କନିଷ୍ଠ ଭାରତୀୟ ଭାବେ ଟି-20ରେ ସର୍ବାଧିକ ଅର୍ଦ୍ଧଶତକ

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ବୋଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଶୃଙ୍ଖଳିତ ବୋଲିଂ କରିଥିଲେ । ଭାରତୀୟ ଟପ୍‌ ଅର୍ଡର ବ୍ୟାଟର ମାନେ ଖାତା ଖୋଲିବା ପାଇଁ ମଧ୍ୟ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ୨୨ ରନ୍‌ରେ ୪ଟି ୱିକେଟ୍‌ ଅକ୍ତିଆର କରିଥିବା ବୋଲିଂ ଆଟାକ୍‌ ଏହି ପ୍ରଦର୍ଶନକୁ ଜାରି ରଖିବାରେ ଅସଫଳ ହୋଇଥିଲେ । ଶେଷ ୧୯୦ ରନ ମଧ୍ୟରେ ଗୋଟିଏ ମଧ୍ୟ ୱିକେଟ୍‌ ଅକ୍ତିଆର କରିବାରେ ସକ୍ଷମ ହୋଇନଥିଲେ ଆଫଗାନୀ ବୋଲର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 17, 2024, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.