ETV Bharat / sports

ଦୁବେ-ଜୟସ୍ବାଲଙ୍କ ବିସ୍ଫୋରଣରେ ଅଚେତ ଆଫଗାନିସ୍ତାନ, ସିରିଜ୍‌ କବ୍‌ଜା କଲା ଭାରତ

author img

By ETV Bharat Odisha Team

Published : Jan 14, 2024, 10:06 PM IST

Updated : Jan 14, 2024, 10:21 PM IST

IND vs AFG 2nd T20I: ଆଫଗାନିସ୍ତାନ ବିପକ୍ଷ 2ୟ ଟି20କୁ 6 ୱିକେଟ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ । 3 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ 2ଟି ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କଲା ଭାରତ । ଯଶସ୍ବୀ ଜୟସ୍ବାଲ ଓ ଶିବମ ଦୁବେ ଖେଳିଲେ ମ୍ୟାଚ୍‌ ବିଜୟୀ ଇନିଂସ୍‌ । ଅଧିକ ପଢ଼ନ୍ତୁ

ସିରିଜ୍‌ କବ୍‌ଜା କଲା ଭାରତ
ସିରିଜ୍‌ କବ୍‌ଜା କଲା ଭାରତ

ଇନ୍ଦୋର: ହୋଲକରରେ ବର୍ଷିଲା ଚୌକା- ଛକା । ଚମକିଲେ ଭାରତୀୟ ୟଙ୍ଗଷ୍ଟାର । କ୍ରମାଗତ 2ୟ ଟି20 ସହ 3 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ 2ଟି ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କଲା ଭାରତ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ 173 ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଆଫଗାନିସ୍ତାନ । ଜବାବରେ ଯଶସ୍ବୀ ଜୟସ୍ବାଲ ଓ ଶିବମ ଦୁବେଙ୍କ ବିସ୍ଫୋରକ ପାଳି ବଳରେ କେବଳ 15.4 ଓଭରରେ 4 ୱିକେଟ୍‌ ହରାଇ ଏହି ମ୍ୟାଚ୍‌ ଜିତି ନେଇଛି ଭାରତ । ସେପଟେ ଦୀର୍ଘ 14 ମାସ ପରେ ଟି20କୁ ଫେରିଥିବା ବିରାଟ କୋହଲି ମଧ୍ୟ ନିଜର ପ୍ରତ୍ୟାବର୍ତ୍ତନର ଝଲକ ସ୍ବରୂପ ଦମଦାର ପ୍ରଦର୍ଶନ କରିଥିଲେ ।

ଆଫଗାନିସ୍ତାନ ବ୍ୟାଟିଂ: ଟସ୍‌ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଘରୋଇ ଦଳର ଅଧିନାୟକ ରୋହିତ ଶର୍ମା । ହେଲେ ଦୁଇ ଓପନର ଗୁରବାଜ୍‌ (14) ଓ ଇବ୍ରାହିମ୍‌ ଜଦ୍ରାନ୍‌ (8) ସେତେଟା ସଫଳ ହୋଇପାରିନଥିଲେ । ଗୁଲବଦିନ ନଇବ୍‌ ଏକାକୀ ଦଳ ପାଇଁ ସଙ୍ଘର୍ଷ କରିଥିଲେ । ମହମ୍ମଦ ନବୀ 14, ନଜିବୁଲ୍ଲା 23, କରିମ ଜନତ 20 ଓ ମୁଜୀବୁର ରେହମାନ 21 ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ 35 ବଲରୁ 5 ଚୌକା ଓ 4 ଛକା ବଳରେ 57 ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ ଗୁଲବଦିନ ନଇବ୍‌ । ତେବେ ନିର୍ଦ୍ଧାରିତ 20 ଓଭରରେ 172 ରନ କରି ସମସ୍ତ ୱିକେଟ୍‌ ହରାଇଥିଲା ଆଫଗାନିସ୍ତାନ ।

ଭାରତ ବୋଲିଂ: ଭାରତୀୟ ଯୁବ ବୋଲିଂ ଆଟାକ୍‌ ପକ୍ଷରୁ ଆଜି ଶୃଙ୍ଖଳିତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅର୍ଶଦୀପ ସିଂହ ସର୍ବାଧିକ 3ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେ 4 ଓଭରରୁ 32 ରନ ବ୍ୟୟ କରିଛନ୍ତି । ସେହିଭଳି ରବି ବିଷ୍ଣୋଇ ଓ ଅକ୍ଷର ପଟେଲ 2ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ଶିବମ ଦୁବେ 3 ଓଭରରେ 36 ରନ ବ୍ୟୟ କରିଥିବା ବେଳେ ତାଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...2ୟ ଟି20: ଗୁଲବଦିନଙ୍କ ଅର୍ଦ୍ଧଶତକ, ଭାରତ ଆଗରେ 173 ରନ ଟାର୍ଗେଟ୍‌ ରଖିଲା ଆଫଗାନିସ୍ତାନ

ଭାରତ ବ୍ୟାଟିଂ: 173 ରନ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆକୁ ନିରାଶ କରିଥିଲେ ଅଧିନାୟକ ରୋହିତ ଶର୍ମା । ସେ ଖାତା ଖୋଲିବାରେ ମଧ୍ୟ ଅସଫଳ ରହିଥିଲେ । ହେଲେ ଅନ୍ୟତମ ଓପନର ଯଶସ୍ବୀ ଜୟସ୍ବାଲ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରି ପରିସ୍ଥିତିରେ ସୁଧାର ଆଣିଥିଲେ । କୋହଲି କେବଳ 16 ବଲରୁ 5 ଚୌକା ବଳରେ 29 ରନ କରି ଆଉଟ୍‌ ହୋଇଥିଲେ । ହେଲେ ଜୟସ୍ବାଲ ନିଜର ବିସ୍ଫୋରଣ ଜାରି ରଖିଥିଲେ । ସେ କେବଳ 34 ବଲରୁ 5 ଚୌକା ଓ 6 ଛକା ବଳରେ 68 ରନର ଧୂଆଁଧାର ପାଳି ଖେଳି ଦଳକୁ ସହଜ ସ୍ଥାନରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ସେ ଆଉଟ୍‌ ହୋଇଥିଲେ ମଧ୍ୟ ଶିବମ ଦୁବେ ଜୋରଦାର ବ୍ୟାଟିଂ ଜାରି ରଖିଥିଲେ । ସେ 32 ବଲରୁ 5 ଚୌକା ଓ 4 ଛକା ବଳରେ 63 ରନର ଅପରାଜିତ ପାଳି ଖେଳି ଦଳକୁ ଜିତାଇବାରେ ସହାୟକ ହୋଇଥିଲେ । ଅନ୍ୟପଟେ ରିଙ୍କୁ ସିଂହ 9 ରନ କରିଥିଲେ ।

ଆଫଗାନିସ୍ତାନ ବୋଲିଂ: ଭାରତୀୟ ବ୍ୟାଟରଙ୍କ ଆଗରେ ଆଫଗାନିସ୍ତାନର ବୋଲିଂ ଆଟାକ୍‌ ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିଥିଲା । କରିମ ଜନତ କେବଳ ସର୍ବାଧିକ 2ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେ 2 ଓଭର ବୋଲିଂ କରି 13 ରନ ଖର୍ଚ୍ଚ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫଜଲହକ୍‌ ଫାରୁକି ଓ ନବୀନ ଉଲ୍‌ ହକ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 14, 2024, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.