ଇନ୍ଦୋର (ମଧ୍ୟପ୍ରଦେଶ): ଦ୍ବିତୀୟ ଟି20ରେ ଆଫଗାନିସ୍ତାନ ପାଇଁ ଲଢ଼ିଲେ ଗୁଲବଦିନ ନଇବ । 35 ବଲରୁ ଖେଳିଲେ 57 ରନର ଗୁରୁତ୍ବପୂର୍ଣ୍ଣ ପାଳି । ଅନ୍ୟ ବ୍ୟାଟରଙ୍କ ଛୋଟ ଛୋଟ ଭାଗିଦାରୀ ବଳରେ 172 ରନ୍ର ଲଢ଼ୁଆ ସ୍କୋର କରି ସମସ୍ତ ୱିକେଟ୍ ହରାଇଛି ଭ୍ରମଣକାରୀ ଆଫଗାନିସ୍ତାନ । ସିରିଜ୍ ବିଜୟ ପାଇଁ ଭାରତ ଆଗରେ 173 ରନ ଲକ୍ଷ୍ୟ ରହିଛି । 14 ମାସ ପରେ ଟି20କୁ ଫେରିଥିବା କୋହଲି ଓ ରୋହିତଙ୍କ ଉପରେ ନଜର ।
-
Four wickets fall in the final over as Afghanistan are all out for 172 runs in 20 overs.#TeamIndia chase underway.
— BCCI (@BCCI) January 14, 2024 " class="align-text-top noRightClick twitterSection" data="
Live - https://t.co/CWSAhSZc45 #INDvAFG@IDFCFIRSTBank pic.twitter.com/uiAjfzf35O
">Four wickets fall in the final over as Afghanistan are all out for 172 runs in 20 overs.#TeamIndia chase underway.
— BCCI (@BCCI) January 14, 2024
Live - https://t.co/CWSAhSZc45 #INDvAFG@IDFCFIRSTBank pic.twitter.com/uiAjfzf35OFour wickets fall in the final over as Afghanistan are all out for 172 runs in 20 overs.#TeamIndia chase underway.
— BCCI (@BCCI) January 14, 2024
Live - https://t.co/CWSAhSZc45 #INDvAFG@IDFCFIRSTBank pic.twitter.com/uiAjfzf35O
ଆଫଗାନିସ୍ତାନ ବ୍ୟାଟିଂ: ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଘରୋଇ ଦଳର ଅଧିନାୟକ ରୋହିତ ଶର୍ମା । ହେଲେ ଦୁଇ ଓପନର ଗୁରବାଜ୍ (14) ଓ ଇବ୍ରାହିମ୍ ଜଦ୍ରାନ୍ (8) ସେତେଟା ସଫଳ ହୋଇପାରିନଥିଲେ । ଗୁଲବଦିନ ନଇବ୍ ଏକାକୀ ଦଳ ପାଇଁ ସଙ୍ଘର୍ଷ କରିଥିଲେ । ମହମ୍ମଦ ନବୀ 14, ନଜିବୁଲ୍ଲା 23, କରିମ ଜନତ 20 ଓ ମୁଜୀବୁର ରେହମାନ 21 ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ 35 ବଲରୁ 5 ଚୌକା ଓ 4 ଛକା ବଳରେ 57 ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ ଗୁଲବଦିନ ନଇବ୍ । ତେବେ ନିର୍ଦ୍ଧାରିତ 20 ଓଭରରେ 172 ରନ କରି ସମସ୍ତ ୱିକେଟ୍ ହରାଇଥିଲା ଆଫଗାନିସ୍ତାନ ।
ଭାରତ ବୋଲିଂ: ଭାରତୀୟ ଯୁବ ବୋଲିଂ ଆଟାକ୍ ପକ୍ଷରୁ ଆଜି ଶୃଙ୍ଖଳିତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅର୍ଶଦୀପ ସିଂହ ସର୍ବାଧିକ 3ଟି ୱିକେଟ୍ ଅକ୍ତିଆର କରିଥିଲେ । ସେ 4 ଓଭରରୁ 32 ରନ ବ୍ୟୟ କରିଛନ୍ତି । ସେହିଭଳି ରବି ବିଷ୍ଣୋଇ ଓ ଅକ୍ଷର ପଟେଲ 2ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଶିବମ ଦୁବେ 3 ଓଭରରେ 36 ରନ ବ୍ୟୟ କରିଥିବା ବେଳେ ତାଙ୍କୁ ଗୋଟିଏ ସଫଳତା ମିଳିଥିଲା ।
ଏହା ମଧ୍ଯ ପଢ଼ନ୍ତୁ...ନେଟସ୍ରେ ଝାଳବୁହା ଅଭ୍ୟାସ, ଆଜି ଟି20କୁ ଫେରିବେ କୋହଲି
ପ୍ରକାଶ ଥାଉ, 3 ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳା ଖେଳିବାକୁ ଭାରତ ଗସ୍ତରେ ଅଛି ଆଫଗାନିସ୍ତାନ । ପ୍ରଥମ ଟି20କୁ ଭାରତ 6 ୱିକେଟ୍ରେ ଜିତି ନେଇଛି । ଶିବମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଏହି ମ୍ୟାଚ୍ ଜିତିଥିଲା ଭାରତୀୟ ଦଳ । ଏବେ ଦ୍ବିତୀୟ ମ୍ୟାଚ୍ ଜିତିଲେ ଶୃଙ୍ଖଳା ଆଗୁଆ କବ୍ଜା କରିନେବ ଭାରତ । ଏଥିପାଇଁ ଭାରତକୁ କେବଳ 173 ରନ ଟାର୍ଗେଟ୍ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ