ETV Bharat / sports

Cricket World Cup 2023: ପାକ୍‌ ବୋଲରଙ୍କୁ ଛେଚିଦେଲେ ମେଣ୍ଡିସ୍‌-ସମରବିକ୍ରମ, ପାକିସ୍ତାନ ଆଗରେ ୩୪୫ର ବିଶାଳ ଲକ୍ଷ୍ୟ - କୁସଲ ମେଣ୍ଡିସ

ବିଶ୍ବକପ୍‌ ୨୦୨୩ରେ ଆଜି ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ହାଇଦ୍ରାବଦରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ପାକିସ୍ତାନ । ତେବେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୪୪ ରନ ସଂଗ୍ରହ କରିଛି । ପାକିସ୍ତାନକୁ ବିଜୟଧାରା ବଜାୟ ରଖିବାକୁ ହେଲେ ୩୪୫ ରନ୍‌ ଆବଶ୍ୟକ । ଅଧିକ ପଢ଼ନ୍ତୁ

ପାକିସ୍ତାନ ଆଗରେ ୩୪୫ର ବିଶାଳ ଲକ୍ଷ୍ୟ
ପାକିସ୍ତାନ ଆଗରେ ୩୪୫ର ବିଶାଳ ଲକ୍ଷ୍ୟ
author img

By ETV Bharat Odisha Team

Published : Oct 10, 2023, 6:12 PM IST

Updated : Oct 10, 2023, 6:28 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ମଙ୍ଗଳବାର ଅଷ୍ଟମ ମ୍ୟାଚ୍‌ ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ଶ୍ରୀଲଙ୍କା । ନେଦରଲାଣ୍ଡ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଜିତି ବିଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ପାକିସ୍ତାନ ଏଥର ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ହେଲେ ପ୍ରଥମ ବିଜୟ ସନ୍ଧାନରେ ରହିଥିବା ଶ୍ରୀଲଙ୍କା ବ୍ୟାଟର୍‌ ଆଜି ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଛନ୍ତି । ଶ୍ରୀଲଙ୍କାର କୁସଲ ମେଣ୍ଡିସ ଓ ସଦୀରା ସମରବିକ୍ରମ ଯଥାକ୍ରମେ ୧୨୨ ଓ ୧୦୮ ରନରେ ବିସ୍ଫୋରକ ପାଳି ଖେଳି ବିପକ୍ଷ ଦଳ ଆଗରେ ଏକ ବିଶାଳ ଲକ୍ଷ୍ୟ ଛିଡ଼ା କରାଇଛନ୍ତି । ଉଭୟଙ୍କ ଶତକୀୟ ପାଳି ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୪୪ ରନ୍‌ ସଂଗ୍ରହ କରିଛି । ବିଶ୍ବକପ୍‌ ଅଭିଯାନରେ ନିଜର ବିଜୟଧାରା ବଜାୟ ରଖିବାକୁ ହେଲେ ପାକିସ୍ତାନକୁ ୩୪୫ ରନ ଆବଶ୍ୟକ ।

ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଦସୁନ ସଣକା । ଏହାପରେ ଦ୍ବିତୀୟ ଓଭରରେ ହିଁ ଦଳକୁ ପ୍ରଥମ ଝଟ୍‌କା ଲାଗିଥିଲା । କୁସଲ ପେରେରା ଖାତା ଖୋଲିବା ଆଗରୁ ରିଜ୍‌ୱାନଙ୍କ ଶିକାର ପାଲଟିଥିଲେ । ଏହାପରେ ଦଳର ଅନ୍ୟତମ ଓପନର ପଥୁମ ନିଶଙ୍କଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ କୁସାଲ ମେଣ୍ଡିସ । ଉଭୟ ଦ୍ବିତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୦୨ ରନ୍‌ ଯୋଡ଼ିଥିଲେ । ନିଶଙ୍କ ୬୧ ବଲରୁ ୫୧ ରନ୍‌ କରିଥିବାବେଳେ ସାଫିକ୍‌ଙ୍କ ବଲ୍‌ରେ ପାଭିଲିୟନ ଫେରିଥିଲେ । ତେବେ ମେଣ୍ଡିସ ତାଙ୍କର ଜୋରଦାର ଆକ୍ରମଣ ଜାରି ରଖିଥିଲେ । ସେ ଆଜି ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଦୃତତମ ଶତକ ହାସଲ କରିଛନ୍ତି । କେବଳ ୬୫ ବଲରୁ ନିଜର ଶତକ ହାସଲ କରିନେଇଥିବା ମେଣ୍ଡିସ ଆଜିର ମ୍ୟାଚ୍‌ରେ ୭୭ ବଲ ଖେଳି ୧୪ ଚୌକା ଓ ୬ ଛକା ବଳରେ ୧୨୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ଏହାପରେ ମଧ୍ୟ ସଦୀରା ସମରବିକ୍ରମଙ୍କ ଆକ୍ରମଣରୁ ବର୍ତ୍ତିପାରିନଥିଲେ ପାକ୍‌ ବୋଲର । ସମରବିକ୍ରମ ୮୯ ବଲରୁ ୧୧ ଚୌକା ଓ ୨ ଛକା ସହିତ ୧୦୮ ରନର ବଡ଼ ପାଳି ଖେଳି ଦଳୀୟ ସ୍କୋରବୋର୍ଡକୁ ଏକ ବିଶାଳ ସ୍କୋର ଆଡ଼କୁ ଗତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଧନଞ୍ଜୟ ଡି ସିଲ୍‌ଭା ୨୫ ରନର ପାଳି ଖେଳିଛନ୍ତି । ଅନ୍ୟ କୌଣସି ବ୍ୟାଟର ୨୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ ୩୪୪ ରନ୍‌ ସଂଗ୍ରହ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ମଲାନଙ୍କ ବିସ୍ଫୋରକ ଶତକ, ବାଂଲାଦେଶକୁ ୩୬୫ ରନ୍‌ର ବିଶାଳ ଟାର୍ଗେଟ

ପାକିସ୍ତାନ ପକ୍ଷରୁ ହାସନ ଅଲ୍ଲୀ ଯଦିଓ ସର୍ବାଧିକ ୪ ୱିକେଟ ସଫଳତା ପାଇଛନ୍ତି, ହେଲେ ସେ ୧୦ ଓଭରରୁ ୭୧ ରନ ବ୍ୟୟ ମଧ୍ୟ କରିଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହାରିସ ରୌଫ ୨ଟି ୱିକେଟ ନେଇଥିବାବେଳେ ସାହୀନ ଆଫ୍ରିଦି, ମହମ୍ମଦ ନୱାଜ ଓ ଶଦାବ ଖାନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି । ତେବେ ପାକ୍‌ ଦଳ ଏହାର ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ବିପକ୍ଷରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଦଳକୁ ବିଜୟଧାରା ଜାରି ରଖିବାକୁ ହେଲେ ୫୦ ଓଭରରେ ୩୪୫ ରନର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 10, 2023, 6:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.