ETV Bharat / sports

Cricket World Cup 2023: ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ, ହିଟ୍‌ମ୍ୟାନଙ୍କ ଏକାଧିକ ରେକର୍ଡ

author img

By ETV Bharat Odisha Team

Published : Oct 11, 2023, 9:55 PM IST

ବିଶ୍ବକପ୍‌ ୨୦୨୩ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି କେବଳ ୮୪ ବଲରୁ ୧୩୧ ରନ ସଂଗ୍ରହ କରିଥିଲେ । ଏହି ଦମଦାର ପାଳି ସହ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ହିଟ୍‌ମ୍ୟାନ୍‌ । ଅଧିକ ପଢ଼ନ୍ତୁ

ଆଫଗାନିସ୍ତାନ ବିପକ୍ଷ ଶତକ ପରେ ହିଟ୍‌ମ୍ୟାନଙ୍କ ଏକାଧିକ ରେକର୍ଡ

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ରେ ଆଜି ଦ୍ବିତୀୟ ମ୍ୟାଚ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଆଫଗାନିସ୍ତାନ ବିପକ୍ଷରେ ଚଳିତ ସଂସ୍କରଣର କ୍ରମାଗତ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ବ୍ୟାଟିଂ କରୁଛି ଭାରତ । ତେବେ ଦଳର ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ କରିଛନ୍ତି । କେବଳ ୬୩ ବଲ୍‌ରେ ବିସ୍ଫୋରକ ଶତକ ହାସଲ କରିବାବେଳେ ଏକାଧିକ ରେକର୍ଡ ହାସଲ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ପାଳି ଆରମ୍ଭରୁ ଆଫଗାନୀ ବୋଲରଙ୍କୁ ଲଗାତାର ଆକ୍ରମଣ କରିଥିଲେ ରୋହିତ ଶର୍ମା । ସେ ଆଜିର ମ୍ୟାଚ୍‌ରେ ୮୪ ବଲରୁ ୫ ଛକା ଓ ୧୬ ଚୌକା ସହିତ ୧୩୧ ରନ ସଂଗ୍ରହ କରି ଦଳର ବିଜୟରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ସଚିନ୍‌ଙ୍କୁ ପଛରେ ପକାଇଲେ ରୋହିତ୍‌: ବିଶ୍ବକପ୍‌ରେ ଇତିହାସରେ ରୋହିତ ଶର୍ମା ସର୍ବାଧିକ ଶତକ ହାସଲ କରିଛନ୍ତି । ବିଶ୍ବ କ୍ରିକେଟ୍‌ର ଏକାଧିକ ମହାରଥୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ରୋହିତ । ସେ ବିଶ୍ବକପ୍‌ରେ ୭ ଶତକ ହାସଲ କରି ଏହି ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା । ସେ ୬ ଶତକ ସହ ଏବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୫ ବିଶ୍ବକପ୍‌ ଶତକ ସହ ତାଲିକାର ତୃତୀୟ ଓ ଚତୁର୍ଥରେ ରହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂ ଓ ଶ୍ରୀଲଙ୍କାର କିମ୍ବଦନ୍ତୀ କୁମାର ସାଙ୍ଗାକାରା ।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇଛନ୍ତି ରୋହିତ ଶର୍ମା । ଏହି ତାଲିକାରେ ୱେଷ୍ଟ୍‌ଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟର କ୍ରିସ୍‌ ଗେଲ୍‌ ଶୀର୍ଷରେ ରହିଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗେଲ୍‌ଙ୍କ ନାମରେ ୫୫୩ ଛକା ରହିଥିଲା । ଆଫଗାନିସ୍ତାନ ବିପକ୍ଷରେ ତୃତୀୟ ଛକା ମାରିବା ମାତ୍ରେ ସେ କ୍ରିସ ଗେଲ୍‌ଙ୍କୁ ପଛରେ ପକାଇଥିଲେ । ବର୍ତ୍ତମାନ ରୋହିତଙ୍କ ନାମରେ ୫୫୬ ଅନ୍ତର୍ଜାତୀୟ ଛକା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ହିଟ୍‌ମ୍ୟାନ୍‌ଙ୍କ ବିସ୍ଫୋରକ ଶତକ, ୮ ୱିକେଟ୍‌ରେ ଜିତିଲା ଭାରତ

ଦୃତତମ ୧୦୦୦ ଦିନିକିଆ ବିଶ୍ବକପ୍‌ ରନ୍‌: ରୋହିତ ଶର୍ମା ଦିନିକିଆ ବିଶ୍ବକପ୍‌ରେ ଆଜି ୧୦୦୦ ରନ୍‌ ପୂରା କରିଛନ୍ତି । ଏହି କୀର୍ତ୍ତିମାନ ହାସଲ କରିବାରେ ରୋହିତ ମିଳିତ ଦ୍ରୁତତମ ବ୍ୟାଟର ହୋଇଛନ୍ତି । ରୋହିତ ଦିନିକିଆ ବିଶ୍ବକପ୍‌ରେ ୧୦୦୦ ରନ୍ ପୂରଣ କରିବା ପାଇଁ ୧୯ ପାଳି ଖେଳିଛନ୍ତି । ଡେଭିଡ ୱାର୍ନର ମଧ୍ୟ ୧୯ ପାଳିରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ସଚିନ ତେନ୍ଦୁଲକର ଏବଂ ଏବି ଡିଭିଲିୟର୍ସ ୧୦୦୦ ବିଶ୍ବକପ୍‌ ରନ୍‌ ସ୍କୋର କରିବାକୁ ୨୦ ଲେଖାଏଁ ଇନିଂସ ଖେଳିଥିଲେ । କ୍ରିକେଟ୍‌ କିମ୍ବଦନ୍ତୀ ଭିଭିଆନ୍ ରିଚାର୍ଡସ ୨୧ ଇନିଂସରେ ଏହି କୀର୍ତ୍ତିମାନ ନିଜ ନାମରେ କରିଥିଲେ । ତେବେ ଚତୁର୍ଥ ଭାରତୀୟ ବ୍ୟାଟର ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ରୋହିତ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ୧୦୦୦ ରନ ପୂରଣ କରିସାରିଛନ୍ତି ।

ପଣ୍ଟିଂଙ୍କ ଉପରେ ରୋହିତ: ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି ରୋହିତ ଶର୍ମା । ପଣ୍ଟିଂଙ୍କ ନାମରେ ୩୦ଟି ଶତକ ରହିଥିବାବେଳେ ଆଫଗାନିସ୍ତାନ ବିପକ୍ଷରେ ୩୧ ତମ ଦିନିକିଆ ଶତକ ହାସଲ କରିଛନ୍ତି ରୋହିତ । ଏହି ତାଲିକାରେ ୪୯ ଶତକ ସହ ଶୀର୍ଷରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ରହିଥିବାବେଳେ ୪୭ ଶତକ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଭେଟେରାନ ବ୍ୟାଟର ବିରାଟ କୋହଲି । ୩୧ ଶତକ ସହ ଏହି ତାଲିକାର ତୃତୀୟକୁ ଉନ୍ନୀତ ହୋଇଛନ୍ତି ରୋହିତ ଶର୍ମା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ରୋହିତଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗି ପାରନ୍ତି ଏହି କିମ୍ବଦନ୍ତୀଙ୍କ ରେକର୍ଡ

ଏମିତି ଭାଙ୍ଗିଲେ ଜୟସୁରିୟାଙ୍କ ରେକର୍ଡ: ଓପନର ବ୍ୟାଟର ଭାବେ ରୋହିତ ଶର୍ମା ଆଜି ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ସନଥ ଜୟସୁରିୟାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଜଣେ ଓପନର ବ୍ୟାଟର ଭାବେ ଜୟସୁରିୟା ୨୮ ଦିନିକିଆ ଶତକ ହାସଲ କରିଥିଲେ । ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷରେ ୨୯ ତମ ଦିନିକିଆ ଶତକ ହାସଲ କରି ଜୟସୁରିୟାଙ୍କ ଉପରକୁ ଉନ୍ନୀତ ହୋଇଛନ୍ତି । ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର । ଓପନର ଭାବେ ସେ ୪୫ ଦିନିକିଆ ଶତକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.