ETV Bharat / sports

Cricket World Cup 2023: 'ହାଇଦ୍ରାବାଦରେ ଖେଳିବାର ଅନୁଭବ ରାୱଲପିଣ୍ଡି ଭଳି', ଶ୍ରୀଲଙ୍କା ବିଜୟ ପରେ ଏମିତି କହିଲେ ରିଜ୍‌ୱାନ

ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଧୂଆଁଧାର ୧୩୧ ରନ୍‌ର ପାଳି ଖେଳି ନିଜ ଦଳକୁ ବିଜୟୀ କରାଇଥିଲେ ପାକ୍‌ ଷ୍ଟାର ବ୍ୟାଟର ମହମ୍ମଦ ରିଜ୍‌ୱାନ । ତେବେ ମ୍ୟାଚ୍‌ ପରେ ସେ ଭାରତର ଆତିଥ୍ୟତାକୁ ପ୍ରଶଂସା କରିବା ସହ ହାଇଦ୍ରାବାଦରେ ଖେଳିବାର ଅନୁଭବ ରାୱଲପିଣ୍ଡି ଭଳି ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

'ହାଇଦ୍ରାବାଦରେ ଖେଳିବାର ଅନୁଭବ ରାୱଲପିଣ୍ଡି ଭଳି'

author img

By ETV Bharat Odisha Team

Published : Oct 11, 2023, 4:14 PM IST

ହାଇଦ୍ରାବାଦ: ମଙ୍ଗଳବାର ବିଶ୍ବକପ୍‌ରେ ଏକ ନୂଆ ଇତିହାସ ରଚିଛି ପାକିସ୍ତାନ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବିଶ୍ବକପ୍‌ ଇତିହାସରେ ସବୁଠାରୁ ବଡ଼ ସଫଳ ଚେଜ୍‌ କରିଛି ପାକ୍‌ ଦଳ । ଏହି ବିଜୟ ପାଇଁ ହିରୋ ସାଜିଥିଲେ ଦଳର ୱିକେଟକିପର ଓ ବ୍ୟାଟର ମହମ୍ମଦ ରିଜ୍‌ୱାନ । ୧୨୧ ବଲରୁ ସେ ୧୩୧ ରନର ଧୂଆଁଧାର ପାଳି ଖେଳିଥିଲେ, ଯାହା ତାଙ୍କ ଦଳକୁ ୧୦ ବଲ ବାକି ଥାଇ ବିଜୟୀ କରାଇଥିଲା । ତେବେ ଏହି ଦମଦାର ଇନଂସ ପରେ ସେ ଏକ ରୋଚକ କଥା କହିଛନ୍ତି । ହାଇଦ୍ରାବାଦ୍‌ରେ ଖେଳିବା ତାଙ୍କୁ ରାୱଲପିଣ୍ଡିରେ ଖେଳିବା ଭଳି ଅନୁଭବ ଦେଇଥିବା କହିଛନ୍ତି ପାକ୍‌ର ଏହି ଷ୍ଟାର ବ୍ୟାଟର ।

'ଘରୋଇ ଷ୍ଟାଡିୟମ ଭଳି ସମର୍ଥନ ମିଳିଲା': ରିଜ୍‌ୱାନ୍‌ କହିଛନ୍ତି, "ମୁଁ ଅନୁଭବ କଲି ଯେ ମୁଁ ରାୱଲପିଣ୍ଡିରେ ଏହି ମ୍ୟାଚ୍‌ ଖେଳୁଛି । କେବଳ ମୋତେ ବା ପାକିସ୍ତାନ ଟିମ୍‌କୁ ନୁହେଁ, ଶ୍ରୀଲଙ୍କା ଦଳକୁ ମଧ୍ୟ ଦର୍ଶକଙ୍କର ଭରପୁର ସମର୍ଥନ ଓ ଭଲପାଇବା ମିଳିଥିଲା । ବାସ୍ତବରେ ହାଇଦ୍ରାବାଦରେ ଦର୍ଶକ କ୍ରିକେଟକୁ ସମର୍ଥନ କରିଛନ୍ତି ।" ଭାରତରର ଆତିଥ୍ୟତାକୁ ନେଇ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ରିଜ୍‌ୱାନ । ସେ କହିଛନ୍ତି, ଆପଣ ସମସ୍ତେ ନିଶ୍ଚୟ ଦେଖିଥିବେ, ଯେତେବେଳେ ଆମେ ବିମାନବନ୍ଦରକୁ ଆସିଲୁ କେହି ନା କେହି ନିଶ୍ଚୟ ଫଟୋ ଉଠାଉଥିଲେ । ମୁଁ ଯେପରି ପୂର୍ବରୁ କହିଥିଲି ଯେ ମୋତେ ରାୱଲପିଣ୍ଡିରେ ଖେଳୁଥିବା ପରି ଅନୁଭବ ହୋଇଥିଲା । ଲାହୋରରେ ଆମର ଷ୍ଟାଡିୟମ ମଧ୍ୟ ବେଶ ବଡ, ବହୁତ ଲୋକ ସେଠାକୁ ଆସନ୍ତି । କିନ୍ତୁ ଆଜି ଏପରି ଲାଗୁଥିଲା ଯେପରି ପାକିସ୍ତାନର ମ୍ୟାଚ୍‌ ରାୱଲପିଣ୍ଡିରେ ଚାଲିଛି ।

ଏହା ମଧ୍ଯ ପଢ଼ନ୍ତୁ...World Cup 2023: ନଜର ପକାନ୍ତୁ କିଛି ନୂଆ ରେକର୍ଡ ଉପରେ

ଫଖର ଜମାନଙ୍କୁ ବାଦ ଦେବା ନେଇ ଏମିତି କହିଲେ ରିଜ୍‌ୱାନ୍‌: ଏହି ମ୍ୟାଚ୍‌ରେ ପ୍ରଥମ ବିଜୟ ସନ୍ଧାନରେ ରହିଥିବା ଶ୍ରୀଲଙ୍କା ବ୍ୟାଟର୍‌ ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ଶ୍ରୀଲଙ୍କାର କୁସଲ ମେଣ୍ଡିସ ଓ ସଦୀରା ସମରବିକ୍ରମ ଯଥାକ୍ରମେ ୧୨୨ ଓ ୧୦୮ ରନରେ ବିସ୍ଫୋରକ ପାଳି ଖେଳି ବିପକ୍ଷ ଦଳ ଆଗରେ ୩୪୫ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରାଇଥିଲେ । ହେଲେ ଉଭୟଙ୍କ ପାଳିକୁ ଫିକା କରିଦେଇଥିଲେ ପାକିସ୍ତାନର ଅବଦୁଲ୍ଲା ସଫିକ୍‌ ଓ ମହମ୍ମଦ ରିଜ୍‌ୱାନ । ଉଭୟ ତୃତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୭୬ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଯାହା ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲା । ତେବେ ଲୟ ହରାଇଥିବା ଫଖର ଜମାନଙ୍କୁ ବାହାରେ ରଖି ସେଫିକ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବା ବିଷୟରେ ରିଜ୍‌ୱାନ କହିଛନ୍ତି, "ଏହା ଟିମ୍‌ ମ୍ୟାନେଜ୍‌ମେଣ୍ଟ ଓ ଅଧିନାୟକଙ୍କ ନିଷ୍ପତ୍ତି । ଜଣେ ବରିଷ୍ଠ ଖେଳାଳି ଭାବେ ଆମେ କେବଳ ଉପଦେଶ ଦେଇପାରିବୁ ।"

ଏହା ମଧ୍ଯ ପଢ଼ନ୍ତୁ...Cricket World Cup 2023: ସଫିକ୍‌-ରିଜ୍‌ୱାନଙ୍କ ଶତକୀୟ ପାଳି, ୬ ୱିକେଟ୍‌ରେ ଜିତିଲା ପାକିସ୍ତାନ

'ବିଭିନ୍ନ ସ୍ଥାନରେ ଖେଳିବାକୁ ସୁଯୋଗ ପାଇବା ଫାଇଦା ଦେଇଛି': ଦଳର ସହକାରୀ ପ୍ରଶିକ୍ଷକ ଅବ୍‌ଦୁଲ ରେହମାନ୍‌ ମ୍ୟାଚ୍‌ ଆରମ୍ଭରୁ ଏହି ପିଚ୍‌ ବ୍ୟାଟିଂ ପାଇଁ ସୁହାଇବ ବୋଲି ପୂର୍ବାନୁମାନ କରିଥିବା ରିଜ୍‌ୱାନ କହିଛନ୍ତି । ସେ କହିଛନ୍ତି, "୩୨ କିମ୍ବା ୩୩ ତମ ଓଭରରେ ମୁଁ ମହମ୍ମଦ ନୱାଜ ଓ ଅନ୍ୟ କିଛି ଖେଳାଳିଙ୍କୁ କହିଥିଲେ ଯେ, ବର୍ତ୍ତମାନ ପିଚ୍‌ର ଯାହା ସ୍ଥିତି, ଆମେ ଯଦି ଶ୍ରୀଲଙ୍କାକୁ ୩୪୦ ସ୍କୋର ପାଖାପାଖି ଅଟକାଇ ଦେଉଛେ ଏହା ଆମ ପାଇଁ ଭଲ ହେବ । ଯଦି ସ୍କୋର ଏହାଠାରୁ ଅଧିକ ହୁଏ, ତେବେ ଆମେ ସଠିକ ବୋଲିଂ କରିନାହିଁ ବୋଲି ଧରିନେବାକୁ ହେବ ।" ତେବେ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ଫର୍ମାଟ୍‌ରେ ଭିନ୍ନ ଭିନ୍ନ ସ୍ଥାନରେ ଖେଳିବାକୁ ଆସିବା ତାଙ୍କୁ ଫାଇଦା ଦେଉଥିବା ରିଜୱାନ୍‌ ଅନୁଭବ କରିଛନ୍ତି । ସେ ଟି୨୦ରେ ଓପନିଂ କରୁଥିବାବେଳେ ଦିନିକିଆରେ ୪ର୍ଥ ସ୍ଥାନରେ ଖେଳିବାକୁ ଆସୁଛନ୍ତି । ଯାହା ଫଳରେ ସେ ଖେଳକୁ ବିଭିନ୍ନ ସ୍ଥିତିରୁ ଦେଖିବାକୁ ସୁଯୋଗ ପାଉଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.