ETV Bharat / sports

Cricket World Cup 2023: ପାକିସ୍ତାନୀ ଫ୍ୟାନ୍ସଙ୍କ ପାଇଁ MMTର ମଜାଦାର ଅଫର୍‌, ଏମିତି କହିଲେ ସେହୱାଗ୍‌

author img

By ETV Bharat Odisha Team

Published : Oct 14, 2023, 7:34 PM IST

ବିଶ୍ବକପ୍‌ ୨୦୨୩ରେ ଭାରତ ପାକିସ୍ତାନ ମ୍ୟାଚ୍‌କୁ ନେଇ ପାକିସ୍ତାନୀ ଫ୍ୟାନ୍ସଙ୍କ ପାଇଁ ମଜାଦାର ଅଫର୍‌ ଘୋଷଣା କଲା ଭାରତର ଜଣାଶୁଣା ଟ୍ରାଭେଲ୍‌ କମ୍ପାନୀ 'ମେକ୍‌ ମାଇଁ ଟ୍ରିପ୍‌' । ସୋସିଆଲ ମିଡିଆରୁ ମିଳିଲା ୟୁଜର୍ସଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା । ଅଧିକ ପଢ଼ନ୍ତୁ

ପାକିସ୍ତାନୀ ଫ୍ୟାନ୍ସଙ୍କ ପାଇଁ MMTର ମଜାଦାର ଅଫର୍‌

ଅହମ୍ମଦାବାଦ: ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଆଜି ଖେଳାଯାଉଛି ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ । ଏହା ପୂର୍ବରୁ ଭାରତର ଜଣାଶୁଣା ଟ୍ରାଭେଲ୍‌ କମ୍ପାନୀ 'ମେକ୍‌ ମାଇଁ ଟ୍ରିପ୍‌' ଜାରି କରିଥିବା ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚାକୁ ଆସିଛି । ଯଦି ପାକିସ୍ତାନ ଦଳ ହାରିଯାଏ, ତେବେ 'ମେକ୍‌ ମାଇ ଟ୍ରିପ୍‌' କମ୍ପାନୀ ପକ୍ଷରୁ ପାକିସ୍ତାନ ପ୍ରଶଂସକଙ୍କ ପାଇଁ ଏକ ବିଶେଷ ରିହାତି ପ୍ରଦାନ କରାଯାଇଥିବା ଏକ ବିଜ୍ଞାପନ ପୋଷ୍ଟ କରାଯାଇଛି । ଏହି ବିଜ୍ଞାପନରେ ମଧ୍ୟ ସଂସ୍କୃତ ପଦ 'ଅତିଥି ଦେବୋ ଭବଃ' ଲେଖାଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ବେଶ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

  • Na Ishq mein na Pyaar mein .
    Jo mazza hai Pakistan ki haar mein.

    Aise kaun invite karta hai yaar 🤣

    Sahi khel gaye MMT ! pic.twitter.com/xfN9sk98sG

    — Virender Sehwag (@virendersehwag) October 14, 2023 " class="align-text-top noRightClick twitterSection" data=" ">

ବିଜ୍ଞାପନ ଆରମ୍ଭରୁ ପାକିସ୍ତାନୀ ପ୍ରଶଂସକଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ଲେଖାଯାଇଛି, "ପାକିସ୍ତାନୀ ପ୍ରଶଂସକଙ୍କ ପାଇଁ ଏକ ଖୋଲା ନିମନ୍ତ୍ରଣ । ପ୍ରିୟ ପଡ଼ୋଶୀମାନେ, ଚାଲନ୍ତୁ କିଛି ସମୟ ନେବା ଏବଂ ଆମ ମଧ୍ୟରେ ରହିଥିବା ପ୍ରତିଦ୍ବନ୍ଦ୍ବିତାକୁ ଭୁଲିଯିବା । ଆପଣ ପ୍ରତିଦିନ ଆମ ପାଖକୁ ଆସନ୍ତି ନାହିଁ । ଆଶାକରୁ, ଆପଣ ଆମ ଭଲ ଖେଳକୁ ନେଇ ଖରାପ ଭାବିବେ ନାହିଁ । ଆଜିର ଦିନ ଗୋଟିଏ ବଡ଼ ଦିନ ହେବାକୁ ଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଘାତକ ବୋଲିଂ ଆଟାକ୍‌ରେ ଘାଇଲା ପାକିସ୍ତାନ, ଭାରତ ଆଗରେ ଟାର୍ଗେଟ୍‌ ୧୯୨

ପାକିସ୍ତାନୀ ପ୍ରଶଂସକଙ୍କୁ MMT ଅଫର୍‌: ଏଥିରେ ପାକିସ୍ତାନୀ ଫ୍ୟାନ୍ସଙ୍କୁ ପ୍ରଥମ ଅଫର ବିଷୟରେ ଲେଖାଯାଇଛି, "ଯଦି ପାକିସ୍ତାନ ୧୦ ୱିକେଟ୍ କିମ୍ବା ୨୦୦ ରନ୍‌ରେ ହାରିଯାଏ, ତେବେ ଆପଣ ୫୦ ପ୍ରତିଶତ ରିହାତି ପାଇବେ । ଏଥିପାଇଁ 'BoysPlayedWell' କୋଡ୍‌ ବ୍ୟବହାର କରନ୍ତୁ ।" ଦ୍ବିତୀୟ ଅଫର ଲେଖାଯାଇଛି, "ଯଦି ପାକିସ୍ତାନ ୬ ୱିକେଟ୍‌ କିମ୍ବା ୧୦୦ ରନ୍‌ରେ ହାରିଯାଏ, ତେବେ ଆପଣ ୩୦ ପ୍ରତିଶତ ରିହାତି ପାଇବେ । ଏଥିପାଇଁ 'EkShaheenHaar' କୋଡ୍‌ ବ୍ୟବହାର କରନ୍ତୁ ।" ସେହିଭଳି ପାକିସ୍ତାନୀ ଫ୍ୟାନ୍ସଙ୍କ ପାଇଁ ତୃତୀୟ ଅଫର ଲେଖାଯାଇଛି, "ଯଦି ପାକିସ୍ତାନ ୩ ୱିକେଟ୍‌ କିମ୍ବା ୫୦ ରନ୍‌ରେ ହାରିଯାଏ, ତେବେ ଆପଣ ୧୦ ପ୍ରତିଶତ ରିହାତି ପାଇବେ । ଏଥିପାଇଁ 'NoMaukaMauka' କୋଡ୍‌ ବ୍ୟବହାର କରନ୍ତୁ ।"

ତେବେ ମେକ୍‌ ମାଇଁ ଟ୍ରିପ୍‌ର ଏହି ପ୍ରକାରର ବିଜ୍ଞାପନ ଅନେକ ସମାଲୋଚନା କରିଥିବାବେଳେ କିଛି ଏହା ସପକ୍ଷରେ ନିଜର ମତ ରଖିଛନ୍ତି । ଭାରତର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗ ଏହି ବିଜ୍ଞାପନର ବେଶ ମଜା ଉଠାଇଛନ୍ତି । ସେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଏହାକୁ ନେଇ ମଧ୍ୟ ମଜାଦାର ପୋଷ୍ଟ ଲେଖିଛନ୍ତି । ଅନ୍ୟ କିଛି ପ୍ରଶଂସକ ମଧ୍ୟ ଏହି ଆଡ୍‌ର ମଜା ଉଠାଇଛନ୍ତି । ହେଲେ କିଛି ୟୁଜର୍ସ ସୋସିଆଲ ମିଡିଆରେ ଏଭଳି ଆଡ୍‌ ଘୃଣା ସୃଷ୍ଟି କରିବ ବୋଲି କହି ଏହାକୁ ନାପସନ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.