ETV Bharat / sports

Cricket World Cup 2023: ହିଟ୍‌ମ୍ୟାନ୍‌ଙ୍କ ବିସ୍ଫୋରକ ଶତକ, ୮ ୱିକେଟ୍‌ରେ ଜିତିଲା ଭାରତ - ଭାରତ ବନାମ ଆଫଗାନିସ୍ତାନ

ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ପ୍ରଥମେ ବ୍ୟାଟିଂ ଆଫଗାନିସ୍ତାନ ୨୭୨ ରନର ଲଢ଼ୁଆ ସ୍କୋର କରିଥିଲା । ଜବାବରେ ୩୫ ଓଭରରେ କେବଳ ୨ ୱିକେଟ୍‌ ହରାଇ ଭାରତ ଏହି ଲକ୍ଷ୍ୟ ହାସଲ କରିନେଇଛି । ଅଧିକ ପଢ଼ନ୍ତୁ

India wins by 8 wickets
୮ ୱିକେଟ୍‌ରେ ଜିତିଲା ଭାରତ
author img

By ETV Bharat Odisha Team

Published : Oct 11, 2023, 9:09 PM IST

Updated : Oct 11, 2023, 9:19 PM IST

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ରେ ଭାରତ ଏହାର ବିଜୟଧାରା ଜାରି ରଖିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଚଳିତ ସଂସ୍କରଣର କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଭାରତ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଭାରତୀୟ ବୋଲିଂ ବିଭାଗକୁ ବେଶ ଚ୍ୟାଲେଞ୍ଜ ଦେଇ ୨୭୨ ରନ୍‌ର ଲଢ଼ୁଆ ସ୍କୋର କରିଥିଲା । ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ନେଇଛି ଭାରତ । ବିସ୍ଫୋରକ ବ୍ୟାଟିଂ ପାଇଁ ରୋହିତ ଶର୍ମା ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଆଫଗାନିସ୍ତାନ ବ୍ୟାଟିଂ: ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆଫଗାନିସ୍ତାନ ଅଧିନାୟକ ହସମତୁଲ୍ଲା ଶାହିଦି । ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ ଦୁଇ ଓପନର ରାମାନୁଲ୍ଲା ଗୁର୍‌ବାଜ ଓ ଇବ୍ରାହିମ୍‌ ଜଦ୍ରନ । ହେଲେ ଜଦ୍ରନ ୨୨ ରନ କରି ଯଶପ୍ରୀତ ବୁମ୍‌ରାଙ୍କ ପ୍ରଥମ ଶିକାର ପାଲଟିଥିଲେ । ଏହାପରେ ଦଳୀୟ ସ୍କୋର ୬୩ ହୋଇଥିବାବେଳେ ଅନ୍ୟତମ ଓପନର ଗୁର୍‌ବାଜ (୨୧) ମଧ୍ୟ ଆଉଟ୍‌ ହୋଇଥିଲେ । ଏହାପର ଓଭରରେ ତୁରନ୍ତ ରେହମତ ଶାହଙ୍କୁ ପାଭିଲୟନ ଫେରାଇଦେଇଥିଲେ ଶାର୍ଦ୍ଦୁଲ ଠାକୁର । ତେବେ ଅଧିନାୟକ ହସମତୁଲ୍ଲା ଶାହିଦି ଓ ଆଜମତୁଲ୍ଲା ଓମରଜାଇ ପରିସ୍ଥିତିକୁ ସମ୍ଭାଳିଥିଲେ । ଉଭୟ ବୁଝି ବିଚାରି ଭାରତୀୟ ବୋଲରଙ୍କୁ ପ୍ରହାର କରିଥିଲେ । ଉଭୟଙ୍କ ଭାଗିଦାରୀ ଦଳକୁ ମଜଭୁତ ସ୍ଥିତିକୁ ନେଇଥିଲା । ଏହାପରେ ୬୯ ବଲରୁ ୬୨ ରନ କରିଥିବା ଓମରଜାଇଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଅଧିନାୟକ ହସମତୁଲ୍ଲା ଦଳ ପାଇଁ ସର୍ବାଧିକ ୮୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ଯଦିଓ ଅନ୍ୟ କୌଣସି ବ୍ୟାଟର ୨୦ ରନ ସ୍ପର୍ଶ କରିବାରେ ସକ୍ଷମ ହୋଇନଥିଲେ, ହେଲେ ଦଳ ୨୭୨ ରନ କରି ଏକ ଲଢ଼ୁଆ ସ୍ଥିତିରେ ପହଞ୍ଚିଥିଲା ।

ଭାରତ ବୋଲିଂ: ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ଚିରାଚରିତ ଢଙ୍ଗରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ସେ ୧୦ ଓଭରରୁ ୩୯ ରନ ବ୍ୟୟରେ ୪ ୱିକେଟ୍‌ ଅକ୍ତିଆର କରିଥିଲେ । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ୨ଟି ବହୁମୂଲ୍ୟ ୱିକେଟ୍‌ ହାସଲ କରିଥିଲେ । ସେହିଭଳି ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଦଳର ଷ୍ଟାର ବୋଲର ମହମ୍ମଦ ସିରାଜ ଯଦିଓ ଦଳକୁ କୌଣସି ସଫଳତା ଦେଇନାହାନ୍ତି, ଦଳ ପାଇଁ ବେଶ ମହଙ୍ଗା ମଧ୍ୟ ସାବ୍ୟସ୍ତ ହୋଇଥିଲେ । ସେ ୯ ଓଭରରେ ସର୍ବାଧିକ ୭୬ ରନ ବ୍ୟୟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବୁମ୍‌ରାଙ୍କୁ ୪ ୱିକେଟ୍‌ ସଫଳତା, ଆଫଗାନିସ୍ତାନ ୨୭୨/୮

ଭାରତ ବ୍ୟାଟିଂ: ୨୭୩ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତକୁ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଆରମ୍ଭ ଦେଇଥିଲେ । ଈଶାନ କିଷାନ ମଧ୍ୟ ଅଧିନାୟକଙ୍କୁ ଭରପୁର ସାଥ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦୁଇ ଓପନର ଦଳୀୟ ଖାତାରେ ୧୫୬ ରନ ଯୋଡ଼ିଥିଲେ । ଏହାପରେ ୪୭ ରନ କରି ଈଶାନ କିଷାନ ଆଉଟ୍‌ ହୋଇଯାଇଥିଲେ । ରୋହିତ ଶର୍ମା କିନ୍ତୁ ନିଜ ଆକ୍ରମଣ ଜାରି ରଖିଥିଲେ । ସେ କେବଳ ୬୩ ବଲରୁ ନିଜର ଶତକ ହାସଲ କରିନେଇଥିଲେ । ଆଜିର ପାଳିରେ ସେ ଦଳ ପାଇଁ ୧୩୧ ରନର ପାଳି ଖେଳିଛନ୍ତି । ଏଥିରେ ୧୬ ଚୌକା ଓ ୫ ଛକା ସାମିଲ ରହିଛି । ଅନ୍ୟପଟେ ଭେଟେରାନ କ୍ରିକେଟର ତଥା ପୂର୍ବ ମ୍ୟାଚ୍‌ର ହିରୋ ସାଜିଥିବା ବିରାଟ କୋହଲି ଆଜି ମଧ୍ୟ ନିଜର ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଥିଲେ । ସେ ୫୬ ବଲରୁ ୬ ଚୌକା ବଳରେ ଅପରାଜିତ ୫୫ ରନର ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ତାଙ୍କ ସହିତ ଶ୍ରେୟସ ଆୟର ମଧ୍ୟ ୨୩ ବଲରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହିତ ୨୫ ରନର ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିଲେ ।

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ପାଇଁ ଆଜି ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କେବଳ ରସିଦ ଖାନଙ୍କୁ ୨ଟି ୱିକେଟ ମିଳିଥିଲା । ସେ ମଧ୍ୟ ୮ ଓଭରରୁ ୫୭ ରନ ବ୍ୟୟ କରିଥିଲେ । ହେଲେ ଅନ୍ୟ କୌଣସି ବୋଲର ଦଳକୁ ଆଶାନୁରୂପ ସଫଳତା ଦେଇପାରିନଥିଲେ । ଫଳରେ ଦଳର ପରାଜୟ ଧାରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 11, 2023, 9:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.