ETV Bharat / sports

Cricket World Cup 2023: ବଲ୍‌ରେ ମନ୍ତ୍ର ଫୁଙ୍କି ଇମାମ୍‌ଙ୍କ ୱିକେଟ୍‌ ନେଲେ ହାର୍ଦ୍ଦିକ ! ଖେଳ ମଝିରେ ଜର୍ସି ବଦଳାଇଲେ କୋହଲି - ଭୁଲ ଜର୍ସୀ ପିନ୍ଧି ଖେଳୁଥିଲେ କୋହଲି

ବିଶ୍ବକପ୍‌ ୨୦୨୩ରେ ଆଜି ଖେଳାଯାଉଛି ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ । ତେବେ ଏହି ମ୍ୟାଚ୍‌ରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଇମାମ୍‌ ଉଲ୍‌ ହକ୍‌ଙ୍କ ୱିକେଟ୍‌ ନେବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ବଲରେ କିଛି ମନ୍ତ୍ର ପଢ଼ୁଥିବା ଦେଖିବାକୁ ମିଳିଥିଲା । ସେପଟେ ପ୍ରଥମେ ଭୁଲ ଜର୍ସି ପିନ୍ଧି ଖେଳିବାକୁ ଆସିଥିବା କୋହଲି ଖେଳ ଅଧାରେ ଯାଇ ଜର୍ସି ବଦଳାଇଥିଲେ । ଅଧିକ ପଢ଼ନ୍ତୁ

ମନ୍ତ୍ର ଫୁଙ୍କି ଇମାମ୍‌ଙ୍କ ୱିକେଟ୍‌ ନେଲେ ହାର୍ଦ୍ଦିକ ! ଜର୍ସୀ ବଦଳାଇଲେ କୋହଲି

author img

By ETV Bharat Odisha Team

Published : Oct 14, 2023, 6:42 PM IST

ଅହମ୍ମଦାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ବକପ୍‌ ୨୦୨୩ର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଜାରି ରହିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତୀୟ ଘାତକ ବୋଲିଂ ଆଟାକ୍‌ର ସାମ୍ନା କରିନପାରି କେବଳ ୧୯୧ ରନରେ ଅଲ୍‌ ଆଉଟ୍‌ ହୋଇଛି । ତେବେ ଏହି ମ୍ୟାଚ୍‌ରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟିମ୍‌ ଇଣ୍ଡିଆର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କର ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ବଲରେ ମନ୍ତ୍ର ଫୁଙ୍କି ଇମାମ୍‌ଙ୍କୁ ଆଉଟ୍‌ କଲେ ହାର୍ଦ୍ଦିକ: ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପାକିସ୍ତାନ ପକ୍ଷରୁ ଅବଦୁଲ୍ଲା ସେଫିକ୍‌ଙ୍କ ସହ ପାଳି ଆରମ୍ଭ କରିବା ପାଇଁ ଆସିଥିଲେ ଇମାମ୍‌ ଉଲ୍‌ ହକ୍‌ । ଇମାମ୍‌ ମଧ୍ୟ ବେଶ ଲୟରେ ନଜର ଆସିଥିଲେ । ହେଲେ ୧୩ ତମ ଓଭରରବୋଲିଂ କରିବା ପାଇଁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ଏହି ଓଭରର ଦ୍ବିତୀୟ ବଲ ଫିଙ୍ଗିବା ଆଗରୁ ବଲକୁ ମୁହଁ ପାଖକୁ ନେଇ କିଛି କହୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାର ପର ବଲ୍‌ରେ ହିଁ ହାର୍ଦ୍ଦିକଙ୍କ ମନ୍ତ୍ର କାମ କରିଥିଲା ଓ କେଏଲ୍‌ ରାହୁଲ ଏକ ଦମଦାର କ୍ୟାଚ୍‌ ଧରି ଇମାମ୍‌ଙ୍କୁ ଆଉଟ୍‌ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଘାତକ ବୋଲିଂ ଆଟାକ୍‌ରେ ଘାଇଲା ପାକିସ୍ତାନ, ଭାରତ ଆଗରେ ଟାର୍ଗେଟ୍‌ ୧୯୨

ଏମିତି କହି ଇମାମ୍‌ଙ୍କୁ ପାଭିଲିୟନ ଫେରାଇଲେ ପାଣ୍ଡ୍ୟା: ଇମାମ୍‌ ଉଲ୍‌ ହକ୍‌ଙ୍କୁ ଆଉଟ୍‌ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଜୋରଦାର ସେଲିବ୍ରେସନ କରିଥିଲେ । ଇମାମ୍‌ଙ୍କୁ ପାଭିଲିୟନ ପଠାଇବାବେଳେ ବାଏ-ବାଏ କହୁଥିବା ଦେଖିବାକୁ ମିଳିଥିଲା । ସେ କହିଥିଲେ, "ବାଏ-ବାଏ ଇମାମ୍‌ ଉଲ୍‌ ହକ୍‌, ଥ୍ୟାଙ୍କ୍‌ ୟୁ ଫର କମିଂ ।" ଏହି ମ୍ୟାଚ୍‌ରେ ଇମାମ୍‌ ୩୮ ବଲରେ ୬ ଚୌକା ସହିତ ୩୬ ରନ କରି ଆଉଟ୍‌ ହୋଇଥିଲେ ।

ଭୁଲ ଜର୍ସି ପିନ୍ଧି ଆସିଥିଲେ କୋହଲି: ଏହି ମ୍ୟାଚ୍‌ ବେଳେ ଆଉ ଏକ ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଦଳର ଭେଟେରାନ ବ୍ୟାଟର ବିରାଟ କୋହଲି ଆଜି ଫିଲ୍ଡିଂ କରୁଥିବାବେଳେ ବେଶ ଲୟରେ ନଜର ଆସିଥିଲେ । ହେଲେ ସେ ଖେଳିବା ପାଇଁ ପଡ଼ିଆକୁ ଭୁଲ ଜର୍ସୀ ପିନ୍ଧି ଆସିଥିବା ଦେଖିବାକୁ ମିଳିଥିଲା । ଭାରତୀୟ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଜର୍ସିରେ କାନ୍ଧରେ ତ୍ରିରଙ୍ଗା ଷ୍ଟ୍ରିପ୍ ଥିବା ବେଳେ କୋହଲି ପିନ୍ଧିଥିବା ଜର୍ସିରେ କେବଳ ଧଳା ରଙ୍ଗର ତିନୋଟି ଷ୍ଟ୍ରିପ୍ ଥିଲା । କୋହଲି ଏହି ତ୍ରୁଟି ଜାଣିବା ପରେ ଏହାକୁ ତୁରନ୍ତ ସୁଧାରିବାକୁ ସେ ପଡ଼ିଆ ଛାଡ଼ିଥିଲେ । କିଛି ସମୟ ପରେ ସେ ସଠିକ ଜର୍ସୀ ପିନ୍ଧି ପଡ଼ିଆକୁ ଆସିଥିଲେ । ସେତେବେଳେ ଉପସ୍ଥିତ ଦର୍ଶକମାନେ ଜୋରରେ ପାଟି କରି କୋହଲିଙ୍କୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.