ETV Bharat / sports

Cricket World Cup 2023: ମଲାନଙ୍କ ମେଡେନ ବିଶ୍ବକପ୍‌ ଶତକ, ହାସଲ କଲେ ଏକାଧିକ ରେକର୍ଡ

ବିଶ୍ବକପ୍‌ ୨୦୨୩ ପାଇଁ ଇଂଲଣ୍ଡ ଦଳର ସଦସ୍ୟ ଜାସନ ରୟ ଆହତ ହେବାରୁ ଇଂଲଣ୍ଡର ବିଶ୍ବକପ୍‌ ସ୍କ୍ବାଡ୍‌ରେ ସୁଯୋଗ ପାଇଥିଲେ ଡେଭିଡ୍‌ ମଲାନ । ମଙ୍ଗଳବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ଶତକ ସହ ସେ ରଚିଛନ୍ତି ଏକାଧିକ କୀର୍ତ୍ତିମାନ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 10, 2023, 10:15 PM IST

ଏକାଧିକ ରେକର୍ଡ ହାସଲ କଲେ ମଲାନ
ଏକାଧିକ ରେକର୍ଡ ହାସଲ କଲେ ମଲାନ

ଧର୍ମଶାଳା: ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୩୭ ରନ୍‌ର ବୃହତ ବିଜୟ ବିଶ୍ବକପ୍‌ ୨୦୨୩ର ପ୍ରଥମ ବିଜୟ ହାସଲ କରିଛି ବଟଲର୍‌ ବାହିନୀ । ଦଳର ଓପନର୍‌ ଡେଭିଡ୍‌ ମଲାନ ଆଜିର ମ୍ୟାଚ୍‌ରେ ବିସ୍ଫୋରକ ଶତକ ହାସଲ କରିଥିଲେ । ମଲାନଙ୍କ ୧୪୦ ଓ ଜୋ ରୁଟ୍‌ଙ୍କ ୮୨ ରନର ବିସ୍ଫୋରକ ପାଳି ବଳରେ ୩୬୪ ରନ ବିଶାଳ ସ୍କୋର କରିଥିଲା ଇଂଲିସ୍‌ ଦଳ । ଜବାବରେ ବାଂଲାଦେଶ ୪୮.୨ ଓଭରରେ ୨୨୭ ରନରେ ସମସ୍ତ ୱିକେଟ୍‌ ହରାଇଥିଲା । ତେବେ ମଲାନଙ୍କ ଏହି ଶତକ ସହ କିଛି କିର୍ତ୍ତୀମାନ ମଧ୍ୟ ଯୋଡ଼ି ହୋଇଯାଇଛି । ଜାଣନ୍ତୁ ଧର୍ମଶାଳାରେ ଶତକ ହାସଲ କରି ଆଉ କେଉଁ ରେକର୍ଡ କରିଛନ୍ତି ମଲାନ ।

ଭାରତରେ ବିଶ୍ବକପ୍‌ ଶତକ ହାସଲ କରିବାରେ ତୃତୀୟ ଇଂଲିସ୍‌ ବ୍ୟାଟର: ବିଶ୍ବକପ୍‌ରେ ଏହା ମଲାନଙ୍କ ପ୍ରଥମ ଶତକ ଥିଲା । ଏହା ତାଙ୍କ ଦିନିକିଆ କ୍ୟାରିୟରର ଷଷ୍ଠ ଶତକ ହୋଇଥିବାବେଳେ ସେ ଇଂଲଣ୍ଡର ଅଷ୍ଟମ ଓପନର୍‌ ବ୍ୟାଟର ଭାବେ ଆଇସିସି ଦିନିକିଆ ଇଭେଣ୍ଟରେ ଶତକ ହାସଲ କରିଛନ୍ତି । ଆଜି ବାଂଲାଦେଶ ବିପକ୍ଷରେ ମଲାନ ବେଶ ଲୟରେ ନଜର ଆସିଥିଲେ । ସେ କେବଳ ୯୧ ବଲରେ ନିଜର ମେଡେନ ବିଶ୍ବକପ୍‌ ଶତକ ହାସଲ କରିଥିଲେ । ଏହା ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡ ପାଇଁ ପ୍ରଥମ ଶତକ । ମଲାନ ତାଙ୍କ ପାଳିରେ ୧୦୭ ବଲ ଖେଳି ୧୬ ଚୌକା ଓ ୫ ଛକା ସହିତ ବ୍ୟକ୍ତିଗତ ୧୪୦ ରନ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ଭାରତରେ ଆୟୋଜିତ ବିଶ୍ବକପରେ ଶତକ ହାସଲ କରି ମଧ୍ୟ ନୂଆ ରେକର୍ଡ କରିଛନ୍ତି ମଲାନ । ତୃତୀୟ ଇଂଲଣ୍ଡ ବ୍ୟାଟର ଭାବେ ଭାରତରେ ଅନୁଷ୍ଠିତ ହୋଇଥିବା କୌଣସି ବିଶ୍ବକପରେ ଶତକ ହାସଲ କରିଛନ୍ତି ମଲାନ । ତାଙ୍କ ପୂର୍ବରୁ ୧୯୮୭ ବିଶ୍ବକପରେ ଗ୍ରାହମ ଗୁଚ୍‌ ଭାରତ ବିପକ୍ଷ ମ୍ୟାଚ୍‌ରେ ୧୧୫ ରନର ପାଳି ଖେଳିଥିଲେ । ଏହାପରେ ୨୦୧୧ ବିଶ୍ବକପରେ ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌ ଭାରତ ବିପକ୍ଷରେ ୧୫୮ ରନର ବିସ୍ଫୋରକ ପାଳି ଖେଳିଥିଲେ । ଯଦିଓ ମଲାନ ଭାରତ ବିପକ୍ଷରେ ଏହି ଶତକ ହାସଲ କରିନାହାନ୍ତି, କିନ୍ତୁ ଭାରତରେ ଆୟୋଜିତ କୌଣସି ବିଶ୍ବକପ୍‌ରେ ଶତକ ହାସଲ କରିବାରେ ସେ ତୃତୀୟ ଇଂଲଣ୍ଡ ବ୍ୟାଟର ହୋଇଛନ୍ତି ।

ପ୍ରାଇମ ଫର୍ମରେ ମଲାନ: ଇଂଲଣ୍ଡ ପାଳିର ୩୨ତମ ଓଭର୍‌ରେ ମଲାନ ନିଜର ମେଡେନ୍‌ ବିଶ୍ବକପ୍‌ ଶତକ ହାସଲ କରିଥିଲେ । ଶତକ ହାସଲ କରିବା ପରେ ତୁରନ୍ତ ସେ ଗିୟର ବଦଳାଇଥିଲେ । ବାଂଲାଦେଶର ମେହିଦୀ ହାସନ ମିରାଜଙ୍କୁ ସେ ଗୋଟିଏ ଓଭରରେ ୪,୬,୬ ଓ ୪ ମାରି ବିସ୍ଫୋରକ ରୂପ ଦେଖାଇଥିଲେ । ଏହାପରେ ସେ ୩୮ତମ ଓଭର୍‌ରେ ସେହି ମେହିଦୀ ହାସନଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ । ସେତେବେଳକୁ ସେ ୧୪୦ ରନର ପାଳି ଖେଳି ଦଳୀୟ ସ୍କୋରକୁ ଲମ୍ବା ଗତି ଦେଇସାରିଥିଲେ । ତେବେ ମଲାନ ଏବେ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି । ଚଳିତ ବର୍ଷ ବିଶ୍ବକପ୍‌ ପୂର୍ବରୁ ସେ ଏକାଧିକ ଶତକ ହାସଲ କରିଛନ୍ତି । ଜାସନ ରୟ ଆହତ ହେବାରୁ ତାଙ୍କୁ ଇଂଲଣ୍ଡର ବିଶ୍ବକପ୍‌ ସ୍କ୍ବାର୍ଡରେ ସୁଯୋଗ ମିଳିଥିଲା । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପର ପ୍ରଥମ ମ୍ୟାଚରେ ମଲାନ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.