ETV Bharat / sports

World Cup 2023: Timed Outକୁ ନେଇ ମାଥ୍ୟୁସ-ସାକିବ ମୁହାଁମୁହିଁ, ସଚେତନତା ବାର୍ତ୍ତା ଦେଲା ଓଡିଶା STA - ଟାଇମଡ ଆଉଟକୁ ଓଡିଶାର ବର୍ତ୍ତା

କ୍ରିକେଟ ଇତିହାସରେ ଟାଇମଡ ଆଉଟ ହୋଇଥିବା ଆଞ୍ଜେଲୋ ମାଥ୍ୟୁସ ବାଂଲାଦେଶ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ସାକିବ ଓ ବାଂଲାଦେଶ ଖେଳାଳିଙ୍କର ହିତାହିତ ଜ୍ଞାନ ନଥିବା କହିଛନ୍ତି ମାଥ୍ୟୁସ । ଅଧିକ ପଢନ୍ତୁ

Cricket World Cup 2023
Timed Out
author img

By ETV Bharat Odisha Team

Published : Nov 8, 2023, 8:38 AM IST

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ବକପ 2023ର 38ତମ ଲିଗ ମ୍ୟାଚରେ ଯାହା ଘଟିଲା ତାହା କ୍ରିକେଟ ଇତିହାସରେ କେବେ ଘଟିନାହିଁ । ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ପ୍ରଥମ ଖେଳାଳି ଭାବେ ଟାଇମଡ ଆଉଟ ହୋଇଥିଲେ । ମାଥ୍ୟୁସ ତାଙ୍କ ହେଲମେଟ ସମସ୍ୟା ନେଇ ସାକିବ ଓ ଅମ୍ପାୟାରଙ୍କୁ କହିଥିଲା ମାତ୍ର ତାଙ୍କ କଥା କେହି ଶୁଣି ନଥିଲେ ତାଙ୍କୁ ଆଉଟ ଘୋଷଣା କରାଯାଇଥିଲା । ଏହାକୁ ନେଇ ମାଥ୍ୟୁସ ଓ ବାଂଲାଦେଶ ଅଧିନାୟକ ମାଥ୍ୟୁସଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି । ମାଥ୍ୟୁସ ବାଂଲାଦେଶ ସାକିବଙ୍କ ଉପରେ ବର୍ଷିଛନ୍ତି । ବାଂଲାଦେଶ ଓ ସାକିବଙ୍କର ହିତାହିତ ଜ୍ଞାନ ନଥିବା କହିଛନ୍ତି ମାଥ୍ୟୁସ । ସେହିପରି ଖେଳୁଆଡ ମନୋଭାବ ପାଇଁ ନିୟମରେ ପରିବର୍ତ୍ତନ ହେଉ ବୋଲି କହିଛନ୍ତି ସାକିବ ।

ସାକିବ ଓ ବାଂଲାଦେଶର ହିତାହିତ ଜ୍ଞାନ ନାହିଁ: ଟାଇମଡ ଆଉଟ ହୋଇଥିବା ମାଥ୍ୟୁସ ବାଂଲାଦେଶ ଓ ସାକିବଙ୍କ ଉପରେ କ୍ଷୋଭ ଝାଡିଛନ୍ତି । ସେ କୌଣସି ଭୁଲ କରିନଥିବା କହିଛନ୍ତି । କ୍ରିଜରେ ପହଞ୍ଚିବାକୁ ମୋ ପାଖରେ 2ମିନିଟ ସମୟ ଥିଲା ପ୍ରସ୍ତୁତ ହୋଇସାରିଥିଲି । ହେଲମେଟ ଫିତା ଛିଣ୍ଡିଯିବାରୁ ତାହା ବଦଳାଇବା ପାଇଁ ଡ୍ରେସିଂ ରୁମକୁ ଜାଣାଇଥିଲି । ସାକିବ ଓ ବାଂଲାଦେଶ ଖେଳାଳିଙ୍କର ହିତାହିତ ଜ୍ଞାନ ନାହିଁ । ଯଦି ତୁମେ ଏତେ ତଳସ୍ତରକୁ ଯାଇ କ୍ରିକେଟ ଖେଳିବାକୁ ଚାହୁଁଛ ତେବେ ସେଠାରେ ବଡ ଧରଣର ତ୍ରୁଟି ରହିଛି । ମୋ ପାଖରେ ଆହୁରି 5 ସେକେଣ୍ଡ ସମୟ ଥିଲା ତାହାର ଭିଡିଓ ପ୍ରମାଣ ରହିଛି ।" ସାକିବଙ୍କୁ ଆଉଟ କରିବା ପରେ ମାଥ୍ୟୁସ ହାତରେ ଟାଇମ ଦେଖାଇ ମଧ୍ୟ ଇସାରା କରିଥିଲେ । ପୂର୍ବରୁ ସାକିବ ଅଲ୍‌ ହାସନଙ୍କ ଏପରି ନିଷ୍ପତିକୁ ଲଜ୍ଜା ଲାଗିବା କଥା ବୋଲି କହିଥିଲେ ମାଥ୍ୟୁସ ।

ଏହା ବି ପଢନ୍ତୁ...Cricket World Cup 2023: କେମିତି ଆଉଟ୍‌ ହେଲେ ମାଥ୍ୟୁସ୍‌ ? ଜାଣନ୍ତୁ କଣ Timed Out

ଖେଳୁଆଡ ମନୋଭାବ ପାଇଁ ନିୟମ ବଦଳାଉ: ସାକିବ କହିଛନ୍ତି,"ମାଥ୍ୟୁସ ଯେତେବେଳେ ଆସିବାରେ ବିଳମ୍ବ କରିଥିଲେ ସେତେବେଳେ ତାଙ୍କ ଜଣେ ସାଥୀ ଖେଳାଳି ଅପିଲ କରିବାକୁ କହିଥିଲେ । ନିୟମଅନୁସାରେ ମାଥ୍ୟୁସ ଆଉଟ ହୋଇଯିବେ । ତେଣୁ ମୁଁ ଅମ୍ପାୟାରଙ୍କୁ ଅପିଲ କରିଥିଲି । ମାଥ୍ୟୁସ ଓ ମୁଁ 19 ବର୍ଷରୁ କମ କ୍ରିକେଟରେ ଏକାଠୀ ଖେଳିଛୁ । ଉଭୟ ପରସ୍ପରକୁ ଦୀର୍ଘ ଦିନରୁ ଜାଣୁ । ଏହା ଦୁର୍ଭାଗ୍ୟଜନକ କିନ୍ତୁ ନିୟମ ଅନୁସାରେ ଠିକ । ଖେଳୁଆଡ ମନୋଭାବ ପାଇଁ ନିୟମରେ ପରିବର୍ତ୍ତନ କରୁ ICC ।"

ଏହା ବି ପଢନ୍ତୁ...Cricket World Cup 2023: ୧୪୬ବର୍ଷ କ୍ରିକେଟ ଇତିହାସରେ ପ୍ରଥମ, Timed Out ହେଲେ ମାଥ୍ୟୁସ

ସଚେତନତା ବାର୍ତ୍ତା ଦେଲା ଓଡିଶା: କ୍ରିକେଟ ବିଶ୍ବକପର 38ତମ ଲିଗ ମ୍ୟାଚରେ ''ଟାଇମଡ ଆଉଟ'' ହୋଇଥିବା ଆଞ୍ଜେଲୋ ମାଥ୍ୟୁସଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଳମ୍ବରେ ପିଚକୁ ଆସିବାକୁ ପଡିଥିବାରୁ ତାଙ୍କୁ ଆଉଟ କରାଯାଇଥିଲା । ଏହି ଘଟଣାକୁ ନେଇ ଓଡିଶା ରାଜ୍ୟ ପରିବହନ ପ୍ରାଧିକରଣ ଏକ ସଚେତନତା ବର୍ତ୍ତା ଦେଇଛି । ସାମାଜିକ ଗଣମାଧ୍ୟମ ସାଇଟରେ ମାଥ୍ୟୁସଙ୍କ ଫଟୋ ସହିତ ପଡିଆରେ ହେଉ କି ବାହାରେ ଖରାପ ମାନର ହେଲମେଟ ତୁମର ୱିକେଟ ନେଇ ଯାଇପାରେ ବୋଲି ବର୍ତ୍ତା ଦେଇଛି । ତେଣୁ ସବୁବେଳେ ଆଇଏସଆଇ ପ୍ରମାଣୀକୃତ ହେଲମେଟ ବ୍ୟବହାର କରିବା ସହ ଷ୍ଟ୍ରାପକୁ ଠିକରେ ବାନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.