ETV Bharat / sports

Australia Vs South Africa: ଭାରି ପଡ଼ିଲେ ସାଉଥ ଆଫ୍ରିକା ପେସର୍‌, ୧୭୭ରେ ଅଲଆଉଟ୍‌ ଅଷ୍ଟ୍ରେଲିଆ

କଙ୍ଗାରୁ ଟିମ ଉପରେ ଭାରି ପଡ଼ିଲେ ସାଉଥ ଆଫ୍ରିକା ପେସର୍‌ । ୧୭୭ରେ ଅଲଆଉଟ୍‌ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 12, 2023, 9:49 PM IST

Updated : Oct 12, 2023, 10:07 PM IST

Australia Vs South Africa
Australia Vs South Africa

ଲକ୍ଷ୍ନୌ: ଦିନିକିଆ ବିଶ୍ବକପ୍‌ କ୍ରିକେଟ ମ୍ୟାଚର ୧୦ମ ଲିଗରେ ଅଷ୍ଟ୍ରେଲିଆକୁ ଭେଟିଥିଲା ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚ୍‌ରେ କଙ୍ଗାରୁ ଟିମ୍‌ ଉପରେ ଭାରି ପଡ଼ିଛନ୍ତି ଦକ୍ଷିଣ ଆଫ୍ରିକା ପେସର୍‌ । ଫଳରେ ଦଳ ୧୭୭ରେ ଅଲଆଉଟ୍‌ ହୋଇଛି । ୩୧୨ ରନ୍‌ ଟାର୍ଗେଟକୁ ପିଛା କରି ଦଳ ୧୩୪ ରନ୍‌ ବ୍ୟବଧାନରେ ପରାସ୍ତ ହୋଇଛି । ଏହାସହିତ ଦ୍ବିତୀୟ ଥର ଲାଗି ସାଉଥ ଆଫ୍ରିକା ନିଜ ବିଜୟ ଧାରା ବଜାୟ ରଖିବାରେ ସକ୍ଷମ ହୋଇଛି । ଦଳର ଅଭିଜ୍ଞ ବ୍ୟାଟର୍‌ କ୍ବିଣ୍ଟନ ଡିକକ୍‌ ଓ ପେସରଙ୍କ ଦମଦାର ପ୍ରଦର୍ଶନରେ ସାଉଥ ଆଫ୍ରିକା ଟିମକୁ ମିଳିଛି ସଫଳତା ।

ସାଉଥ ଆଫ୍ରିକାର ଦ୍ରୁତ ବୋଲର୍‌ କାଗିସୋ ରବାଡା ୩ଟି ୱିକେଟ ନେଇ ଦଳର ବିଜୟରେ ନିଜର ବଳିଷ୍ଠ ଯୋଗଦାନ ଦେଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟାଟର୍‌ ମାର୍ଣ୍ଣସ ଲାବୁସେନ ସର୍ବାଧିକ ରନ୍‌ କରିଛନ୍ତି । ସେ ମୋଟ ୭୪ଟି ବଲ୍‌ ଖେଳି ୪୬ ରନ୍‌ ସଂଗ୍ରହ କରିଛନ୍ତି । ଆଜି ମ୍ୟାଚ୍‌ରେ ଓପନର୍‌ ମିଚେଲ ମାର୍ସ ଓ ଡେଭିଡ ୱାର୍ଣ୍ଣର ଖରାପ ପ୍ରଦର୍ଶନ କରିଥିଲେ । ମାର୍ସ ୧୫ଟି ବଲ୍‌ ଖେଳି ୭ ରନ୍‌ ସଂଗ୍ରହ କରିଥିବା ବେଳେ କ୍ୟାଚ ଆଉଟ ହୋଇଥିଲେ । ସେହିପରି ୱାର୍ଣ୍ଣର ୨୭ଟି ବଲ୍‌ ଖେଳି ୧୩ ରନ୍‌ ସଂଗ୍ରହ କରିଥିବା ବେଳେ ସେ ମଧ୍ୟ କ୍ୟାଚ ଆଉଟ୍‌ ହୋଇଥିଲେ । ସେହିପରି ଦଳର ଅନ୍ୟତମ ଅଭିଜ୍ଞ ଖେଳାଳି ଷ୍ଟିଭ ସ୍ମିଥ ୧୬ ବଲ୍‌ ଖେଳି ୧୯ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଏହା ବି ପଢନ୍ତୁ- ICC World Cup 2023: କ୍ବିଣ୍ଟନ ଡିକକ୍‌ଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆ ଆଗରେ ୩୧୨ ରନ୍‌ ଟାର୍ଗେଟ

ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ କ୍ବିଣ୍ଟନ ଡିକକ୍‌ଙ୍କ ଦମଦାର ଶତକ ଦେଖିବାକୁ ମିଳିଥିଲା । ସେ ୧୦୬ ବଲ୍‌ରେ ୮ଟି ଚୌକା ଓ ୫ଟି ଛକା ସହ ୧୦୯ ରନ୍‌ ସଂଗ୍ରହ କରିଥିଲେ । ଏହାପରେ ଆଡେନ ମାର୍କ୍ରମ ମଧ୍ୟ ୪୪ ବଲ୍‌ରେ ୫୬ ରନ୍‌ ସଂଗ୍ରହ କରିଥିଲେ । ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଅଷ୍ଟ୍ରେଲିଆର ବୋଲିଂ ସମ୍ପର୍କରେ ଆଲୋଚନା କଲେ ମିଚେଲ ଷ୍ଟାର୍କ ଓ ଗ୍ଲେନ ମ୍ୟାକ୍ସୱେଲ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜସ୍‌ ହାଜେଲଉଡ ଓ ପ୍ୟାଟ କମିନ୍ସଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ସୂଚନା ଥାଉ କି ବିଶ୍ବକପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରମୁଖ ପ୍ରତିନ୍ଦ୍ବନ୍ଦୀ । 1999 ବିଶ୍ବକପ ସେମିଫାଇନାଲରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଚଳିତ ମ୍ୟାଚରେ ମଧ୍ୟ ସମାନ ମୁକାବିଲା ଦେଖିବା ଲାଗି ଦର୍ଶକ ଆଶା ରଖିଥିଲେ । ମାତ୍ର ସାଉଥ ଆଫ୍ରିକା ବୋଲର୍‌ କଙ୍ଗାରୁ ଟିମ ଉପରେ ଭାରି ପଡ଼ିଛି । ଫଳରେ ଦଳ ସମ୍ପୂର୍ଣ୍ଣ ଓଭର୍‌ ମଧ୍ୟ ଖେଳିପାରିନଥିବା ବେଳେ ୧୭୭ରେ ଅଲଆଉଟ୍‌ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 12, 2023, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.