ETV Bharat / sports

ICC World Cup Qualifier: ନେଦରଲାଣ୍ଡସକୁ ବିଶ୍ବକପ ଟିକେଟ, 4 ୱିକେଟରେ ହାରିଲା ସ୍କଟଲାଣ୍ଡ

author img

By

Published : Jul 7, 2023, 8:17 AM IST

ଆଇସିସି ଦିନିକିଆ ବିଶ୍ବକପ 2023 ପାଇଁ ଟିକେଟ ହାତେଇଛି ନେଦରଲାଣ୍ଡସ । ସ୍କଟଲାଣ୍ଡକୁ 4 ୱିକେଟରେ ପରାସ୍ତ କରି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଉତୀର୍ଣ୍ଣ ହୋଇଛି ନେଦରଲାଣ୍ଡସ । ଅଧିକ ପଢନ୍ତୁ

Netherlands Qualified for world cup
ICC World Cup Qualifier

ହରାରେ: ଶେଷ ଦଳ ଭାବେ ଆଇସିସି ଦିନିକିଆ ବିଶ୍ବକପ 2023 ପାଇଁ ଯୋଗ୍ୟତା ଅର୍ଜନ କରିଛି ନେଦରଲାଣ୍ଡସ । ବାସ୍ ଡି ଲିଡଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଚଳିତ ବର୍ଷ ଭାରତରେ ହେବାକୁ ଯାଉଥିବା ଆଇସିସି ବିଶ୍ବକପ ପାଇଁ ଟିକେଟ ହାସଲ କରିଛି ନେଦରଲାଣ୍ଡସ । ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ସୁପର-6 ମୁକାବିଲାରେ ସ୍କଟଲାଣ୍ଡକୁ 4ୱିକେଟରେ ପରାସ୍ତ କରିଛି । ଦୁଇଦଳ ସମାନ ପଏଣ୍ଟ ପାଇଥିଲେ ସୁଦ୍ଧା ନେଦରଲାଣ୍ଡସ ଉନ୍ନତ ରନ ରେଟ ଆଧାରରେ ଦ୍ବିତୀୟ ସ୍ଥାନ ସହ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ସଫଳ ହୋଇଛି । ଅନ୍ୟପଟେ ସ୍କଟଲାଣ୍ଡର ବିଶ୍ବକପ ଖେଳିବା ସ୍ବପ୍ନ ଧୂଳିସାତ ହୋଇଛି ।

ଏହା ବି ପଢନ୍ତୁ...ICC World Cup Qualifier: ବିଶ୍ୱକପ୍‌ ଟିକେଟ୍‌ ହାତେଇଲା ଶ୍ରୀଲଙ୍କା, ୯ ୱିକେଟ୍‌ରେ ହାରିଲା ଜିମ୍ବାୱେ

ବିଶ୍ବକପ୍‌ ଯୋଗ୍ୟତା ହାସଲ କରିବା ପାଇଁ ସ୍କଟଲାଣ୍ଡ ଓ ନେଦରଲାଣ୍ଡସ ମୁହାମୁହିଁ ହୋଇଥିଲେ । ନେଦରଲାଣ୍ଡସଠୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ସ୍କଟଲାଣ୍ଡ 277ରନ କରିଥିଲା । ଦଳ ପକ୍ଷରୁ ବ୍ରାଣ୍ଡନ ମ୍ୟାକମୁଲେନ 106, ଖ୍ରୀଷ୍ଟୋଫର ମ୍ୟାଚ୍‌ବ୍ରାଇଡ 32, ରିଟି ବେରିଂଟନ 64, ଟୋମାସ ମ୍ୟାକିଣ୍ଟୋସ ଅପରାଜିତ 38 ରନ କରିଥିଲେ । ନେଦରଲାଣ୍ଡସର ଡି' ଲିଡ ସର୍ବାଧିକ 5ଟି ୱିକେଟ ନେଇଥିଲେ । ଏହାର ଜବାବରେ 42.5 ଓଭରରେ ନେଦରଲାଣ୍ଡସ 278ର ଲକ୍ଷ୍ୟ ପୂରଣ କରିଥିଲା । ନେଦରଲାଣ୍ଡସ 43ଟି ବଲ ବାକି ଥିଲା ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । 6 ୱିକେଟ ବିନିମୟରେ ଟାର୍ଗେଟ ହାସଲ କରି ନେଇଥିଲା ନେଦରଲାଣ୍ଡସ । ଡି' ଲିଡ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । ସେ 123 ରନ କରିଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ବିକ୍ରମଜିତ ସିଂହ 40, ମ୍ୟାକ୍ସ ଓ'ଦାଉଦ 20, ସ୍କଟ ଏକୱାର୍ଡ୍ସ 25 ଓ ସାକିବ ଜୁଲଫିକର ଅପରାଜିତ 33ରନ କରିଥିଲେ । ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଡି' ଲିଡ୍‌ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ...ICC World Cup Qualifier: ବିଶ୍ବକପ୍‌ ଇତିହାସରେ ପ୍ରଥମ; ୨ଥର ବିଶ୍ବ ବିଜୟୀ ୱେଷ୍ଟ୍‌ଇଣ୍ଡିଜ୍‌ ଏଥର ଖେଳିପାରିବନି ଓ୍ୱାର୍ଲ୍ଡକପ୍

ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏଁ ଭାରତରେ ବିଶ୍ବକପ ଅନୁଷ୍ଟିତ ହେବ । ଆସନ୍ତା 9 ତାରିଖରେ ଶ୍ରୀଲଙ୍କା ଓ ନେଦରଲାଣ୍ଡସ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ପଞ୍ଚମ ଥର ପାଇଁ ନେଦରଲାଣ୍ଡସ ଆଇସିସି ଦିନିକିଆ ବିଶ୍ବକପ ଖେଳିବାକୁ ଯାଉଛି । 2011ରେ ଦଳ ପ୍ରଥମ ଥର ଦିନିକିଆ ବିଶ୍ବକପ ଖେଳିଥିଲା । ଶ୍ରୀଲଙ୍କା 8 ପଏଣ୍ଟ ସହ ଶୀର୍ଷରେ ରହି ନବମ ଦଳ ଭାବେ ବିଶ୍ବକପ ଟିକେଟ ହାସଲ କରିଥିଲା । ଘରୋଇ ଜିମ୍ବାୱେକୁ ହରାଇ ବିଶ୍ବକପ୍‌ ଟିକେଟ୍‌ ହାତେଇଥିଲା ଶ୍ରୀଲଙ୍କା ।

ପ୍ରକାଶଥାଉ କି, ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ବିଶ୍ବକପ ଦୁଇଟି ଦଳ ସାମିଲ ହେବାର ଥିଲା । ଶ୍ରୀଲଙ୍କା ଓ ନେଦରଲାଣ୍ଡସ ଯୋଗ୍ୟତା ହାସଲ କରିଛନ୍ତି । ଅନ୍ୟପଟେ 2 ଥର ଚମ୍ପିଆନ ୱେଷ୍ଟଇଣ୍ଡିଜ ଏଥର ବିଶ୍ବକପ ଖେଳିବ ନାହିଁ । ଯାହା କ୍ରିକେଟ ଇତିହାସରେ ପ୍ରଥମ । ଯୋଗ୍ୟତା ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.