ETV Bharat / sports

ICC World Cup 2023 : ଭାରତୀୟ ଦଳ ଚୂଡାନ୍ତ, ରାହୁଲଙ୍କୁ ସ୍ଥାନ ମିଳିବା ସ୍ଥିର

ଦିନିକିଆ ବିଶ୍ବକପ ପାଇଁ ଭାରତୀୟ ଦଳ ଚୂଡନ୍ତ ହୋଇଛି । କେଏଲ ରାହୁଲ 15 ଜଣିଆ ଦଳରେ ସ୍ଥାନ ପାଇବା ନିଶ୍ଚିନ୍ତ ।

author img

By ETV Bharat Odisha Team

Published : Sep 3, 2023, 3:24 PM IST

India ODI World Cup 2023 squad finalized
ଭାରତୀୟ ଦଳ ଚୂଡାନ୍ତ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ବ କପ ପାଇଁ ଭାରତୀୟ ଦଳ ଚୂଡାନ୍ତ ହୋଇଛି । ନ୍ୟାସନାଲ କ୍ରିକେଟ ଏକାଡେମୀରୁ ଫିଟନେସ୍‌ ପ୍ରମାଣ ପତ୍ର ହାସିଲ କରିବା ପରେ କେଏଲ ରାହୁଲ ଦିନିକିଆ ବିଶ୍ବକପ ପାଇଁ ଭାରତର 15 ଜଣିଆ ଦଳରେ ସ୍ଥାନ ପାଇବା ନିଶ୍ଚିନ୍ତ । ଆସନ୍ତା ଦୁଇ ଦିନ ଭିତରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏସିଆ କପ୍‌ ପାଇଁ ଭାରତୀୟ ଦଳରେ ଷ୍ଟାଣ୍ଡ ବାଏ ପ୍ଲେୟାର ଥିବା ସଞ୍ଜୁ ସାମସନ ଦିନିକିଆ ବିଶ୍ବକପରୁ ବାଦ ପଡ଼ିଛନ୍ତି ।

ଏହା ବି ପଢନ୍ତୁ...ICC World Cup 2023: ଅକ୍ଟୋବର ୪ରେ ଉଦ୍‌ଘାଟନୀ ସମାରୋହ, ଯୋଗଦେବେ ସବୁ ଦଳର ଅଧିନାୟକ

ଆହତ ସମସ୍ୟାରେ ବିଶ୍ରାମ ନେଉଥିଲା କେଏଲ ରାହୁଲ ବେଙ୍ଗୁଲୁରୁ ସ୍ଥିତ ଏନ୍‌ସିଏରୁ ଫିଟ୍‌ନେସ୍‌ ପ୍ରମାଣ ପତ୍ର ପାଇବା ପରେ ତାଙ୍କୁ ଏସିଆ କପରେ ଭାରତୀୟ 17ଜଣିଆ ସ୍କ୍ବାଡ୍‌ରେ ସାମିଲ କରାଯାଇଥିଲା । ଏନ୍‌ସିଏ କୋଚ୍‌ ଓ ଟିମ୍‌ ମ୍ୟାନେଜମେଣ୍ଟ ରାହୁଲଙ୍କ ଫିଟ୍‌ନେସ୍‌ ନେଇ ସ୍ପଷ୍ଟ କରିଛନ୍ତି । ଆସନ୍ତାକାଲି ବିଶ୍ବକପ୍‌ ନେଇ ଭାରତୀୟ ଦଳ ଘୋଷଣା ହେବା ସମ୍ଭାବନା ରହିଛି । ସେପ୍ଟେମ୍ବର 5 ଶେଷ ତାରିଖ ରହିଛି । ୱିକେଟ୍‌ କିପର ବ୍ୟାଟର ରାହୁଲ ପଞ୍ଚମ ସ୍ଥାନରେ ଖେଳି ପାରନ୍ତି । ଶ୍ରୀଲଙ୍କା ଗସ୍ତ ପୂର୍ବରୁ କେଏଲ ରାହୁଲ ତାଙ୍କ ଫିଟନେସ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଭାଗ ନେବେ । ଅନ୍ୟପଟେ ସଞ୍ଜୁ ସାମ୍‌ସନ୍‌ ବିଶ୍ବକପ ସ୍କ୍ବାଡ୍‌ରୁ ବାଦ ପଡ଼ିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...World Cup 2023: ସେପ୍ଟେମ୍ବର 29ରୁ ୱାର୍ମ ଅଫ ମ୍ୟାଚ, ଇଂଲଣ୍ଡ-ନେଦରଲାଣ୍ଡସ ବିପକ୍ଷରେ ଖେଳିବ ଭାରତ

ରାହୁଲଙ୍କୁ ଫିଟନେସ୍‌ ପ୍ରମାଣ ପତ୍ର ମିଳିବା ପରେ ଚୟନକର୍ତ୍ତା ଏବେ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରିବାକୁ ପ୍ରସ୍ତୁତ ରହିଛନ୍ତି । ବିଶ୍ବକପରେ ରାହୁଲଙ୍କୁ ୱିକେଟ କିପର ଓ ବ୍ୟାଟର ଭୂମିକା ତୁଲାଇବେ । ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ବିଶ୍ବକପ ନେଇ ଭାରତୀୟ ସ୍କାଡ୍‌ ବାବଦରେ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ସହ ଆଲୋଚନା କରି ପାରନ୍ତି । ଈଷାନ କିସନ ବିଶ୍ବକପ ଟିମର ଦ୍ବିତୀୟ ୱିକେଟ କିପର ରହିବେ । ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ତାଙ୍କର 81 ରନ୍‌ର ପାଳି ଯୋଗୁଁ ସେ ବିଶ୍ବକପ ସ୍କ୍ବାଡ୍‌ରେ ସାମିଲ ହେବା ସମ୍ଭାବନା ଅଧିକ ରହିଛି । ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିବ ନାହିଁ ।

ଏହା ବି ପଢନ୍ତୁ...ICC World Cup 2023: ଅକ୍ଟୋବର 5ରୁ ଆରମ୍ଭ ହେବ ବିଶ୍ବକପ, 14ରେ ଭାରତ-ପାକ୍ ଫାଇଟ୍

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏଁ ଭାରତରେ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡ଼ିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍‌ ଖେଳାଯିବ । ଆୟୋଜକ ଭାରତ ଅକ୍ଟୋବର 8 ତାରିଖରେ 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.