ETV Bharat / sports

ICC World Cup 2023: ଅକ୍ଟୋବର ୪ରେ ଉଦ୍‌ଘାଟନୀ ସମାରୋହ, ଯୋଗଦେବେ ସବୁ ଦଳର ଅଧିନାୟକ - ବିଶ୍ବକପ୍‌ ଉଦ୍‌ଘାଟନୀ ସମାରୋହ

ଆସନ୍ତା ଅକ୍ଚୋବର ୫ରୁ ଭାରତରେ ଆରମ୍ଭ ହେବ ଦିନିକିଆ ବିଶ୍ବକପ୍‌ ୨୦୨୩ । ତେବେ ଏହାର ପୂର୍ବଦିନ, ଅର୍ଥାତ ଅକ୍ଟୋବର ୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ବକପ୍‌ ଉଦ୍‌ଘାଟନୀ ସମାରୋହ । ଯେଉଁଥିରେ ସମସ୍ତ ୧୦ ଦଳର ଅଧିନାୟକଙ୍କ ସମେତ ବଲିଉଡ୍‌ ଷ୍ଟାର ମଧ୍ୟ ଯୋଗଦେବେ । ଅଧିକ ପଢ଼ନ୍ତୁ

ଅକ୍ଟୋବର ୪ରେ ବିଶ୍ବକପ୍‌ ଉଦ୍‌ଘାଟନୀ ସମାରୋହ
ଅକ୍ଟୋବର ୪ରେ ବିଶ୍ବକପ୍‌ ଉଦ୍‌ଘାଟନୀ ସମାରୋହ
author img

By ETV Bharat Odisha Team

Published : Aug 27, 2023, 8:09 PM IST

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ପାଇଁ ଆରମ୍ଭ ହେଲାଣି କାଉଣ୍ଟ୍‌ଡାଉନ୍‌ । ହାତରେ ବାକି ଅଛି ଗୋଟିଏ ମାସ । ଅକ୍ଟୋବର ୫ରେ ଭାରତରେ ଆରମ୍ଭ ହେବ ଦିନିକିଆ କ୍ରିକେଟ ବିଶ୍ବକପ ମହାକୁମ୍ଭ । ତେବେ ଏହାପୂର୍ବରୁ ଅକ୍ଟୋବର ୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ବକପ୍‌ ଉଦ୍‌ଘାଟନୀ ସମାରୋହ । ବଲିଉଡ୍‌ ଜଗତର ନାମିଦାମୀ ତାରକାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି । ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବରେ ସମସ୍ତ ୧୦ଟି ଦଳର ଅଧିନାୟକ ସେଠାରେ ଉପସ୍ଥିତ ରହିବେ । ଏହା ପରଦିନ, ଅର୍ଥାତ ଅକ୍ଟୋବର ୫ରେ ଏହି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup 2023: ଟିମ୍‌ ଇଣ୍ଡିଆରେ ନମ୍ବର ୪ ପାଇଁ ପରଫେକ୍ଟ କୋହଲି, କାରଣ କହିଲେ ଡିଭିଲିୟର୍ସ

ନିକଟରେ ୱାର୍ମ୍‌ ଅପ୍‌ ମ୍ୟାଚ୍‌ ସୂଚୀ ପ୍ରକାଶ ପାଇଥିବା ବେଳେ ଏହି ମ୍ୟାଚ ଅକ୍ଟୋବର ୩ରେ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଛି । ୱାର୍ମ୍‌ ଅପ୍‌ ମ୍ୟାଚ୍‌ ଶେଷ ହେବା ପରେ ଅକ୍ଟୋବର ୪ ତାରିଖରେ ସମସ୍ତ ଅଧିନାୟକ ଅହମ୍ମଦାବାଦରେ ଉଦ୍‌ଘାଟନୀ ଭେନ୍ୟୁରେ ଏକାଠି ହେବେ । ଏହିଠାରେ ସମସ୍ତେ ଗଣମାଧ୍ୟମ ସହିତ ଯୋଗାଯୋଗ କରିବା ସହ ସେମାନଙ୍କର ଫଟୋଗ୍ରାଫ୍‌ ହେବ । ଏହାକୁ କ୍ରିକେଟ ଭାଷାରେ 'କ୍ୟାପଟେନ ଡେ' ବୋଲି କୁହାଯାଏ । ଏହାପରେ ସମସ୍ତ ଅଧିନାୟକ ସନ୍ଧ୍ୟାରେ ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ । ସେହିଭଳି ବିଶ୍ବକପ୍‌ ୨୦୨୩ର ଉଦ୍‌ଘାଟନୀ ମ୍ୟାଚ୍‌ ଭଳି ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ୧୯ ନଭେମ୍ବରରେ ଏହି ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: 'ସର୍ବାଧିକ ରନ୍‌ କରିବେ ରୋହିତ ଶର୍ମା', କାରଣ କହିଲେ ସେହୱାଗ

ତେବେ ଚଳିତ ଥର ଭାରତ ଆୟୋଜନ କରୁଥିବା ଦିନିକିଆ ବିଶ୍ବକପ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଏହି ୧୦ ଟିମ୍‌ ମଧ୍ୟରେ ବିଶ୍ବକପ୍‌ରେ ମୋଟ ୫୮ଟି ମ୍ୟାଚ୍‌ ଖେଳାଯିବ । ଏଥିରେ ୧୦ଟି ଅଭ୍ୟାସ ମ୍ୟାଚ୍‌ ମଧ୍ୟ ସାମିଲ ଅଛି । ଭାରତର ୧୦ଟି ସହରରେ ବିଶ୍ବକପ ମ୍ୟାଚ୍‌ ଖେଳାଯିବ । ପୂର୍ବ ନିର୍ଦ୍ଧାରୀତ ସୂଚୀ ଅନୁସାରେ ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ କୋଲକାତାରେ ଖେଳାଯିବ ବିଶ୍ବକପ୍‌ ମ୍ୟାଚ୍‌ । ସେହିଭଳି ଗୌହାଟି, ଥିରୁଅନନ୍ତପୁରମ ଏବଂ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ୍‌ ଖେଳିବେ ସମସ୍ତ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.