ETV Bharat / sports

ICC Women's T20 World Cup: ଆଜି ମୁହାଁମୁହିଁ ହେବେ ସାଉଥ ଆଫ୍ରିକା-ଶ୍ରୀଲଙ୍କା - ମହିଳା ଟି ଟ୍ବେଣ୍ଟି ବିଶ୍ବକପ

ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପର ଅଷ୍ଟମ ସଂସ୍କରଣ ଆଜିଠୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି । ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜିଠୁ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ, ମୁହିଁମୁହିଁ ହେବେ ସାଉଥ ଆଫ୍ରିକା-ଶ୍ରୀଲଙ୍କା
ICC Womens T20 World Cup
author img

By

Published : Feb 10, 2023, 7:48 AM IST

Updated : Feb 10, 2023, 10:25 AM IST

କେପଟାଉନ: ଆଜିଠୁ ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକାରେ ମହିଳା ଟି-ଟ୍ବେଣ୍ଟି ବିଶ୍ବକପର ଅଷ୍ଟମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଟି-ଟ୍ବେଣ୍ଟି ବିଶ୍ବକପରେ ମୋଟ 10ଟି ଦଳ ସାମିଲ ହୋଇଛନ୍ତି । 3ଟି ଭେନ୍ୟୁରେ ଖେଳାଯିବ ସମସ୍ତ ମ୍ୟାଚ । ଆଜି ଉଦଘାଟନୀ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । 12 ତାରିଖରେ ପାକିସ୍ତାନ ଭାରତ ମୁକାବିଲା ଅନୁଷ୍ଠିତ ହେବ ।

10ଟି ଦଳକୁ 2ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ-ଏରେ ଡିଫେଣ୍ଡି ଚମ୍ପିଆନ ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ରହିଛନ୍ତି । ସେହିପରି ଗ୍ରୁପ-ବିରେ ଭାରତ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ ଓ ପାକିସ୍ତାନ ସ୍ଥାନ ପାଇଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ 2ଟି ଲେଖାଏଁ ଦଳ ସେମି ଫାଇନାଲକୁ ଉନ୍ନିତ ହେବ । ଆସନ୍ତା 23 ଓ 24 ତାରିଖରେ ସେମି ଫାଇନାଲ ଓ 26 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଏହି ତିନୋଟି ମ୍ୟାଚ କେପଟାଉନର ନ୍ୟୁଲାଣ୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ।

ଏହା ବି ପଢନ୍ତୁ...IND vs AUS 1st Test : ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୧୭୭ରେ ଅଲ ଆଉଟ, ଭାରତ ୭୭/୧

ପୂର୍ବ ସଂସ୍କରଣରେ ଭାରତ ଟାଇଟଲ ହାତେଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା । ଏଥର ଦଳ ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇବ । ଟାଇଟଲ ହାତେଇବାକୁ ଦଳ କୌଣସି ସୁଯୋଗ ହାତଛଡା କରିବ ନାହିଁ । ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବା ଭାରତ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ ହର୍ମନପ୍ରୀତ କୌରଙ୍କ ସେନା । 12 ତାରିଖରେ ପାକିସ୍ତାନ, 15 ତାରିଖରେ ୱେଷ୍ଟଇଣ୍ଡିଜ, 18 ତାରିଖରେ ଇଂଲଣ୍ଡ ଓ 20 ତାରିଖରେ ଆୟର୍ଲାଣ୍ଡକୁ ଭେଟିବ ଭାରତ । ଟିମ ଇଣ୍ଡିଆ ପୂର୍ବରୁ 2ଟି ବିଶ୍ବକପ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ହୋଇଛି । 2020 ଟି-20 ବିଶ୍ବକପରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଥିଲା । ଏଥର ଭାରତ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ।

ଏହା ମେଗା ଇଭେଣ୍ଟରେ ଅଷ୍ଟ୍ରେଲିଆ 5ଥର ଚମ୍ପିଆନ ହୋଇଛି । 2009 ପ୍ରଥମ ସଂସ୍କରଣରେ ଇଂଲଣ୍ଡ ପ୍ରଥମ ଟାଇଟଲ ହାତେଇଥିଲା । ନିକଟରେ 19 ବର୍ଷରୁ କମ ଟି-ଟ୍ବେଣ୍ଟି ବିଶ୍ବକପର ପ୍ରଥମ ସଂସ୍କରଣରେ ଟ୍ରଫି ହାତେଇଥିଲା ଭାରତ । ଇଂଲଣ୍ଡକୁ ପରାସ୍ତ କରି ଇତିହାସ ରଚିଥିଲା ଟିମ ଇଣ୍ଡିଆ ।

Last Updated : Feb 10, 2023, 10:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.