ETV Bharat / sports

ICC Womens T20 World Cup: ଆଜି ଭାରତ-ଆୟର୍ଲାଣ୍ଡ ଲଢେଇ, ସେମି ଲକ୍ଷ୍ୟରେ ଖେଳିବ ଇଣ୍ଡିଆ - ଆଇସିସି ମହିଳା ଟି ଟେଣ୍ଟି ବିଶ୍ବକପ

ଆଇସିସି ମହିଳା ଟି ଟେଣ୍ଟି ବିଶ୍ବକପରେ ଆଜି ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ସେମିରେ ସ୍ଥାନ ପକ୍କା କରିବା ନେଇ ଖେଳିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଆଜି ଭାରତ-ଆୟର୍ଲାଣ୍ଡ ଲଢେଇ
ICC Womens T20 World Cup
author img

By

Published : Feb 20, 2023, 7:56 AM IST

କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି । ଆଜି (ସୋମବାର) ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ପ୍ରଥମ ଦୁଇ ମ୍ୟାଚ ଜିତିବା ପରେ ତୃତୀୟ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ । ଆଜି ଆୟର୍ଲାଣ୍ଡ ବିପକ୍ଷରେ ବିଜୟ ହାସଲ କରି ସେମିରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଏହା ଶେଷ ଗ୍ରୁପ ମ୍ୟାଚ । ଏହି ମ୍ୟାଚରେ ଭାରତକୁ ଏକ ବଡ ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ । ଆୟର୍ଲାଣ୍ଡ ବିଜୟ ଖାତା ଖୋଲି ପାରିନାହିଁ । ଆଜିର ମୁକାବିଲା ଜିତି ବିଜୟ ଖାତା ଖୋଲିବା ଲକ୍ଷ୍ୟ ରଖିଛି ଦଳ । ଅନ୍ୟପଟେ ଲଗାତାର 3ଟି ମ୍ୟାଚ ହାରିବା ପରେ ସେମି ଦୌଡରୁ ଆୟର୍ଲାଣ୍ଡ ବାଦ ପଡିଛି ।

ଭାରତ ଇଂଲଣ୍ଡ ବିପକ୍ଷରେ କରିଥିବା ତ୍ରୁଟିକୁ ସୁଧାରି ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପଡିବ । ଦଳର ବୋଲିଂ ବିଭାଗ ଶୃଙ୍ଖଳିତ ଅଛି ମାତ୍ର ବ୍ୟାଟିଂ ବିଭାଗରେ ସନ୍ତୁଳନ ଆଣିବାକୁ ପଡିବ । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ସୁଧାର ଆଣିଲେ ବିଜୟ ସହଜ ହେବ । ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ଆଜି ଏକ ବଡ ବିଜୟ ହାସଲ କରିବାକୁ ହେବ । ତେବେ ଯାଇ ସେମି ଫାଇନାଲରେ ପ୍ରବେଶ କରିବା ନିଶ୍ଚିନ୍ତ ହେବ ।

ଇଂଲଣ୍ଡ ବିପକ୍ଷରେ ଉପ ଅଧିନାୟିକା ସ୍ମୃତି ମାନ୍ଧାନା ଓ ରିଚା ଘୋଷଙ୍କ ଭଲ ପାରି ଦେଖିବାକୁ ମିଳିଥିଲା । ଆଜିର ମୁକାବିଲାରେ ମଧ୍ୟ ତାଙ୍କ ପାଖରୁ ସମାନ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । ସେହିପରି ବୋଲିଂରେ ରେଣୁକା ସିଂହ 5 ୱିକେଟ ନେଇଥିଲେ ଆଜି ମଧ୍ୟ ତାଙ୍କ ଘାତର ବୋଲିଂ ଦେଖିବାକୁ ମିଳିପାରେ ।

ପ୍ରକାଶ ଥାଉ କି, ଭାରତ ତାର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା । ପାକିସ୍ତାନକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଦଳ । ଦ୍ବିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମି ନିକଟତର ହୋଇଥିଲା । ମାତ୍ର ଶନିବାର ଅନୁଷ୍ଠିତ ମୁକାବିଲାରେ ଇଂଲଣ୍ଡଠୁ 11ରନରେ ପରାସ୍ତ ହୋଇଥିଲା ଭାରତ । ଭାରତ 2ଟି ବିଜୟ ଓ ଗୋଟିଏ ପରାଜୟ ସହ 4 ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ହ୍ୟାଟ୍ରିକ ବିଜୟ ସହ 6 ପଏଣ୍ଟ ପାଇ ଗ୍ରୁପ ବିର ଟେବୁଲ ଶୀର୍ଷରେ ରହିଛି ।

ଏହା ବି ପଢନ୍ତୁ...Border Gavaskar Trophy 2nd Test: ଦିଲ୍ଲୀରେ ଧୂଳି ଚାଟିଲା ଅଷ୍ଟ୍ରେଲିଆ, ଭାରତ ୨-୦ରେ ଆଗୁଆ

ଗତକାଲି (ରବିବାର) ପାକିସ୍ତାନ ବନାମ ୱେଷ୍ଟଇଣ୍ଡିଜ ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମଧ୍ୟରେ 3ଟି ମ୍ୟାଚ ଖେଳାଯାଇଥିଲା । ଘରୋଇ ଦକ୍ଷିଣ ଆଫ୍ରିକାକୁ 6 ୱିକେଟରେ ପରାସ୍ତ କରି ସେମିରେ ଅଷ୍ଟ୍ରେଲିଆ ପ୍ରବେଶ କରିସାରିଛି । ସେହିପରି ଅନ୍ୟ ଦୁଇ ମୁକାବିଲାରେ ପାକିସ୍ତାନକୁ 3 ରନରେ ପରାସ୍ତ କରି ୱେଷ୍ଟଇଣ୍ଡିଜ ବିଜୟ ହାସଲ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ 102ରନରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି ।

ଏହା ବି ପଢନ୍ତୁ...BGT ୩ୟ ଓ ୪ର୍ଥ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା କଲା BCCI, ଦଳକୁ ଫେରିଲେ ଉନାଦକଟ

ଏହି ମ୍ୟାଚରେ ଭାରତ ବଡ ବ୍ୟବଧାନରେ ଜିତିଲେ ଦ୍ବିତୀୟ ଦଳ ଭାବେ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିବ । ଗ୍ରୁପ ବିରେ ପାକିସ୍ତାନ ଗୋଟିଏ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଇଂଲଣ୍ଡ ସେମିରେ ପ୍ରବେଶ କରି ସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.