ETV Bharat / sports

Womens T20 World Cup: ମ୍ୟାଚ ମୋଡ ବଦଳାଇ ଦେଲା ହର୍ମନପ୍ରୀତଙ୍କ ରନ ଆଉଟ୍, ମନେ ପଡିଗଲେ MSD

author img

By

Published : Feb 24, 2023, 3:17 PM IST

ଆଇସିସି ମହିଳା ଟି-ଟେଣ୍ଟି ବିଶ୍ବକପ ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ଭାରତ 5 ରନରେ ପରାସ୍ତ ହୋଇଛି । ଫଳରେ ଫାଇନାଲ ଆଶା ଧୂଳିସାତ ହୋଇଛି । ହର୍ମନପ୍ରୀତଙ୍କ ରନ ଆଉଟ ହେବା ହିଁ ମ୍ୟାଚର ମୋଡ ବଦଳାଇ ଦେଇଥିଲା । ଅଧିକ ପଢନ୍ତୁ

harmanpreet kaur run out
Womens T20 World Cup

ହାଇଦ୍ରାବାଦ: ସମୟ ବଢିବା ସାଙ୍ଗକୁ ଦର୍ଶକଙ୍କ ହୃହସ୍ପନ୍ଦନ ବଢୁଥାଏ । ଗୋଟିଏ ଗୋଟିଏ ବଲକୁ ନେଇ ଆଶା ଉଜ୍ଜବୀତ ହେଉଥାଏ । ଭାରତୀୟ ବ୍ୟାଟର ନିଶ୍ଚୟ ଚମତ୍କାର କରିବେ ଏ ସମ୍ଭାବନା ନେଇ ପ୍ରାର୍ଥନା ଆରମ୍ଭ ହୋଇଯାଇଥାଏ । ଯେ ପର୍ଯ୍ୟନ୍ତ କ୍ରିଜରେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ ଅଛନ୍ତି ସବୁ ସମ୍ଭବ ହେଲେ ହର୍ମନପ୍ରୀତଙ୍କ ଅସମ୍ଭବ ଆଉଟ ପରେ ସବୁ କିଛି ଓଲଟ ପାଲଟ ହୋଇଗଲା । ଫ୍ୟାନ୍ସଙ୍କ ମୁହଁରେ ଖେଳିଗଲା ନିରାଶା । ହର୍ମନପ୍ରୀତ କ୍ରିଜରେ ରହି ଆକ୍ରାମଣାତ୍ମକ ବ୍ୟାଟଂ ଜାରି ରଖିଥିଲେ ମାତ୍ର ଅର୍ଦ୍ଧଶତକ ପରେ ରନ ଆଉଟ ହୋଇଥିଲେ । ରନ ନେଇ ସେ କ୍ରିଜରେ ପହଞ୍ଚି ସାରିଥିଲେ ମାତ୍ର ବ୍ୟାଟ ତାଙ୍କୁ ସାଥ ଦେଇ ନଥିଲା । ଏନେଇ ନିରାଶ ହୋଇଥିଲେ ହର୍ମନପ୍ରୀତ ।

ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ଭାରତର ଏପରି ସ୍ଥିତି ଦେଖିବାକୁ ମିଳିଥିଲା । 5 ରନରେ ପରାସ୍ତ ହେବାରୁ ଭାରତର ଫାଇନାଲ ସ୍ବପ୍ନ ଧୂଳିସାତ ହୋଇଛି । ହର୍ମନପ୍ରୀତଙ୍କ ରନ ଆଉଟ ହେବା ହିଁ ମ୍ୟାଚ ମୋଡ ବଦଳାଇ ଦେଇଥିଲା । କଙ୍ଗାରୁ ଦଳ କବଜାକୁ ମ୍ୟାଚ ଚାଲି ଆସିଥିଲା । ଭାରତ ମ୍ୟାଚ ହାରିବା ଯେତିକି ଚର୍ଚ୍ଚାର ବିଷୟ ହୋଇନାହିଁ ହର୍ମନପ୍ରୀତଙ୍କ ରନ ଆଉଟ ହେବା ଚର୍ଚ୍ଚାର ବିଷୟ ହୋଇଛି । ହର୍ମନପ୍ରୀତ 34 ବଲରୁ 54 ରନ କରିଥିଲେ । 15 ତମ ଓଭରରେ ହର୍ମନପ୍ରୀତ ଦ୍ବିତୀୟ ରନ ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଆଉଟ ହୋଇଥିଲେ । ତାଙ୍କ ବ୍ୟାଟ ଅଟକି ଯିବାରୁ ସେ କ୍ରିଜ୍ ଲାଇନ୍ ଛୁଇଁ ପାରି ନଥିଲା । ହର୍ମନପ୍ରୀତ କ୍ରିଜରେ ଥିବା ସମୟରେ ଭାରତକୁ 33 ବଲରେ 41 ରନ ଆବଶ୍ୟକ ଥିଲା ଯାହା ଭାରତ ପକ୍ଷେ ସମ୍ଭବ ଥିଲା । ମାତ୍ର ସେହି ରନ ଆଉଟ ହିଁ ସବୁ କିଛି ଓଲଟପାଲଟ କରି ଦେଇଥିଲା ।

ହର୍ମନପ୍ରୀତ ଯେଉଁ ଭଳି ରନ ଆଉଟ ହୋଇଥିଲେ ତାହାକୁ ଗ୍ରହଣ କରି ପାରିନାହାନ୍ତି ଫ୍ୟାନ୍ସ । ସେ ନିଜେ ମଧ୍ୟ ତାଙ୍କ ଆଉଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ହର୍ମନପ୍ରୀତ ଯେଉଁ ଭଳି ରନ ଆଉଟ ହୋଇଥିଲେ ତାକୁ ନେଇ ଭାରତୀୟ ପୂର୍ବତନ କ୍ରିକେଟରମାନେ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ କହିଛନ୍ତି ହର୍ମନପ୍ରୀତ ରନ ଆଉଟ ହେବା ହିଁ ଟର୍ଣ୍ଣିଂ ପଏଣ୍ଟ ଥିଲା । ସେହିିପରି ସେହ୍ବାଗ କହିଛନ୍ତି ମ୍ୟାଚ ହାତରେ ଥିଲା ମାତ୍ର ହାରିଗଲୁ । ଏପରି ପୂର୍ବରୁ ହୋଇଛି । ଆମେ ସବୁ ମ୍ୟାଚ ଜିତୁଥିଲୁ ମାତ୍ର ଅଷ୍ଟ୍ରେଲିଆ ପୁଣି ପ୍ରମାଣିତ କରି ଦେଲା ସେମାନଙ୍କ ହରାଇବା କାହିଁକି ମୁସ୍କିଲ । ଭାରତୀୟ ଦଳ ଭଲ ଚେଷ୍ଟା କରିଥିବା କହିଛନ୍ତି ସେହ୍ବାଗ ।

ଏହା ବି ପଢନ୍ତୁ...Women's T20 World Cup: ଭାରତର ଫାଇନାଲ ଆଶା ଧୂଳିସାତ, ୫ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

ତେବେ ସେମିଫାଇନାଲ ମୁକାବିଲାରେ ଏହି ପରି ରନ ଆଉଟ ହେବା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଭାରତୀୟ କ୍ରିକେଟରଙ୍କ ସହ ଏପରି ଘଟି ସାରିିଛି । କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ହୋଇଥିଲା ଘଟଣା ହର୍ମନପ୍ରୀତଙ୍କଠାରେ ରିପିଟ ହୋଇଥିଲା । ହର୍ମନପ୍ରୀତ ଆଉଟ ହେବା ସମୟରେ ଭାରତୀୟ ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହଙ୍କ କଥା ମନେ ପଡିଯାଇଥିଲା । 2019ରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ ସେମିଫାଇନାଲରେ ଏମଏସଡି ଏହି ପରି ଆଉଟ ହୋଇଥିଲେ । ଭାରତ 240ରନ ବିଜୟ ଲକ୍ଷ୍ୟ ନେଇ ଖେଳୁଥିଲା । ଧୋନୀ ଅର୍ଦ୍ଧଶତକ ହାସଲ କରି ସାରିଥିଲେ । ସେହି ସମୟରେ ମାର୍ଟିନ ଗୁପଟିଲ୍ ଡାଇରେକ୍ଟ ଥ୍ରୋ କରି ଧୋନୀଙ୍କୁ ଆଉଟ କରିଥିଲେ । ଏହା ପରେ ଭାରତ ହାତରୁ ମ୍ୟାଚ ଖସି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.