ETV Bharat / sports

ICC Women's WC: ଭାରତର ସେମି ସ୍ବପ୍ନ ଧୂଳିସାତ, ୩ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା - ୩ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା

ଚଳିତ ମହିଳା ବିଶ୍ବକପରେ ଭାରତର ସେମିରେ ଖେଳିବା ସ୍ବପ୍ନ ଧୂଳିସାତ ହୋଇଛି । ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଲିଗ ମ୍ୟାଚରେ ୩ ୱିକେଟରେ ବିଜୟ ହାସଲ ନେଇଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଭାରତ ବିଶ୍ବଯାତ୍ରା ଶେଷ ହୋଇଛି । ଅଧିକ ପଢନ୍ତୁ

ଭାରତର ସେମି ସ୍ବପ୍ନ ଧୂଳିସାତ
ଭାରତର ସେମି ସ୍ବପ୍ନ ଧୂଳିସାତ
author img

By

Published : Mar 27, 2022, 2:22 PM IST

Updated : Mar 28, 2022, 6:34 AM IST

ଖ୍ରୀଷ୍ଟଚର୍ଚ୍ଚ: ମଉଳିଲା ଆଶା । ବିଶ୍ୱକପରୁ ବିଦା ହେଲା ଭାରତ । ଚଳିତ ମହିଳା ବିଶ୍ବକପରେ ଭାରତର ସେମିରେ ଖେଳିବା ସ୍ବପ୍ନ ଧୂଳିସାତ ହୋଇଛି । ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଲିଗ ମ୍ୟାଚରେ ୩ ୱିକେଟରେ ବିଜୟ ହାସଲ କରି ନେଇଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଭାରତର ବିଶ୍ବକପ ଯାତ୍ରା ଶେଷ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟଂ କରିଥିଲା ଭାରତ । 'କର ବା ମର' ୫୦ ଓଭରରେ ୭ ୱିକେଟ ହରାଇ ୨୭୪ ରନ କରିଥିଲା ଭାରତ । ଦକ୍ଷିଣ ଆଫ୍ରିକାକୁ ୨୭୫ ରନର ଟାର୍ଗେଟ ଦେଇଥିଲା । ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ବୋଲିଂରେ ବିଶେଷ କିଛି କରି ପାରିନଥିଲା ଟିମ ଇଣ୍ଡିଆ । ଜବାବରେ ୭ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ଶେଷ ବଲରେ ଭାରତକୁ ହରାଇଛି ଦକ୍ଷିଣ ଆଫ୍ରିକା ।

୧୭୫ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । ଲିଜେଲ ଲି ଓ ଲାଉରା ପାଳି ଆରମ୍ଭ କରିଥିଲେ । ୧୪ ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା । ଲିଜେଲ ଲି ୬ ରନ କରି ଆଉଟ ହୋଇଥଲେ । ଏହାପରେ ଲାଉରା ଓ ଲାରା ଗୋଡାଲ ସ୍ଥିତି ସମ୍ଭାଳିଥିଲେ । ଏହାପରେ ୧୪୪ ରଲ ବେଳକୁ ସୁନେ ଲୁସ ଆଉଟ ହୋଇଥିଲେ । ପରେ ପରେ ୮୦ ରନ କରି ଲାଉରା ଆଉଟ ହୋଇଥିଲେ । ୨୩୦ ରନ ବେଳକୁ ଦକ୍ଷିଣ ଆଫ୍ରିକା ୫ଟି ୱିକେଟ ହରାଇଥିଲା । ଜିତିବା ପାଇଁ ଦଳକୁ ୩୦ ବଲରେ ୪୫ ରନ ଆବଶ୍ୟକ ଥିଲା । ୨୭୦ରେ ଦଳ ୭ଟି ୱିକେଟ ହରାଇଥିଲା ।

ଶେଷ ଓଭରରେ ଦଳକୁ ମ୍ୟାଚ୍ ଜିତିବା ପାଇଁ ୭ ରନ୍‌ର ଦରକାର ପଡ଼ୁଥିଲା । ଭାରତ ପକ୍ଷରୁ ଶେଷ ଓଭର ବୋଲିଂ କରିବାକୁ ଆସିଥିବା ଦିପ୍ତୀ ଶର୍ମା ଜବରଦସ୍ତ ବୋଲିଂ କରୁଥିଲେ ବି ଗୋଟିଏ ଭୁଲ୍ ଟିମ୍ ଇଣ୍ଡିଆ ଉପରେ ଭାରି ପଡ଼ିଲା। ଶେଷ ଓଭରର ପଞ୍ଚମ ବଲ୍‌ରେ ଦୀପ୍ତି ୱିକେଟ୍ ନେବା ପରେ ସମସ୍ତଙ୍କ ମନରେ ବିଶ୍ବକପ୍ ଆଶା ଜାଗି ଉଠିଥିଲା। ହେଲେ ଦୀପ୍ତି ଶର୍ମାଙ୍କର ଗୋଟିଏ ନୋ ବଲ୍ ସବୁ ଓଲଟପାଲଟ କରିଦେଲା । ଫଳରେ ୱିକେଟ ତ ମିଳିଲାନି ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଏକ୍ସଟ୍ରା ରନ୍ ମିଳିବା ସହିତ ଫ୍ରି ହିଟ୍ ବି ମିଳିଗଲା। ଫଳରେ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଜିତି ନେଲା । ଭାରତର ସେମିଫାଇନାଲରେ ପ୍ରବେଶ କରିବା ସ୍ବପ୍ନ ମଉଳି ଯାଇଛି ।

ଭାରତର ଅଭିଯାନ ଶେଷ ହେବା ସହ ବିଶ୍ବକପରେ ସେମି ଫାଇନାଲ ଲାଇନ ଚୂଡାନ୍ତ ହୋଇଛି । ଆସନ୍ତା ୩୦ରେ ଆଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ସେମି ଫାଇନାଲ ଓ ୩୧ରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ସମର ଖେଳାଯିବ ।

Last Updated : Mar 28, 2022, 6:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.