ETV Bharat / sports

U19 WC: ଆଜି ଭାରତ-ଅଷ୍ଟ୍ରେଲିଆ ସେମି ସମର

author img

By

Published : Feb 2, 2022, 7:47 AM IST

ଚଳିତ ICC ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପର ଆଜି ସେମି ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଶେଷ ସୁପର ଲିଗ କ୍ବାଟର-ଫାଇନାଲ ମୁକାବିଲାରେ ବାଂଲାଦେଶକୁ ହରାଇ ସେମିରେ ଯୋଗ୍ୟତା ଅର୍ଜନ କରିଥିଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଆଜି ଭାରତ-ଅଷ୍ଟ୍ରେଲିଆ ସେମି ସମର
ଆଜି ଭାରତ-ଅଷ୍ଟ୍ରେଲିଆ ସେମି ସମର

ଆଣ୍ଟିଗୁଆ: ଚଳିତ ICC ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପର ସେମିମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ଦୁଇ ପ୍ରମୁଖ ଦାବିଦାର ଏହି ବ୍ଲକବଷ୍ଟ ସୁପର ଲିଗ ସେମିଫାଇନାଲରେ ମୁହାଁମୁହିଁ ହେବେ । ଶେଷ ସୁପର ଲିଗ କ୍ବାଟର-ଫାଇନାଲ ମୁକାବିଲା ଭାରତ ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କରିଥିଲା ।

ଚତୁର୍ଥ ଥର ବିଜୟୀ ୟଶ ଧୁଲଙ୍କ ନେତୃତ୍ବରେ ଭାରତ ଲିଗ ପର୍ଯ୍ୟାୟରେ ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ, ଆୟର୍ଲାଣ୍ଡକୁ ୧୪୭ରନ ଓ ଉଗାଣ୍ଡାକୁ ୩୨୬ରନରେ ହରାଇ ଗ୍ରୁପ ଚମ୍ପିୟାନ ହୋଇଥିଲା । କ୍ବିର୍ଟର ଫାଇନାଲରେ ବାଂଲାଦେଶକୁ ୫ ୱିକଟରେ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା ।

ଆଜି ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଭାରତ ଶକ୍ତି ଏବଂ ବିଜୟ ଆଶା ନେଇ ପଡିଆକୁ ଓହ୍ଲାଇବ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ପୂର୍ବରୁ ସିନ୍ଧୁ କୋଭିଡରୁ ସୁସ୍ଥ ହୋଇ ଫେରିବା ଦଳ ପାଇଁ ଖୁସି ଖବର । ଦୁର୍ନର ସିଂହ, ଅଙ୍ଗକ୍ରିସ ରଘୁବଂଶୀ ଓ ରାଜ ବାୱାଙ୍କ ସହ ଅଧିନାୟକ ୟଶ ଧୂଳ ଓ ରସିଦଙ୍କ ବ୍ୟାଟିଂ ସ୍ଥିତି ସୃଦୁଢ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଧିନାୟକ ଧୂଳ ୮୨ ରନର ପାଳି ଖେଳିଥିଲେ । ଆଜି ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ବ୍ୟାଟିଂ ସହ ବୋଲିଂ ମଧ୍ୟ ସନ୍ତୁଳିତ ରହିଛି । ବ୍ୟାଟିଂ ଲାଇନକୁ ଅଟକାଇବାକୁ ସକ୍ଷମ ଅଛନ୍ତି ଭାରତୀୟ ବୋଲର ।

ଏହା ବି ପଢନ୍ତୁ...U19 WC: ବାଂଲାଦେଶକୁ ୫ ୱିକେଟରେ ହରାଇ ସେମିରେ ଭାରତ

ସେପଟେ ଦୁଇଥର ବିଜେତା ଅଷ୍ଟ୍ରେଲିଆ କ୍ବାର୍ଟର ଫାଇନାଲରେ ପାକିସ୍ତାନକୁ ୧୧୯ ରନରେ ହରାଇ ସେମିରେ ସ୍ଥାନ ପକ୍କା କରିଥିଲା । ଦଳ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗକୁ ସଜାଗ ରଖିଛି । ଭାରତର ଦୁର୍ବଳତାର ଫାଇଦା ନେବା ପାଇଁ ଟିମ ନିଜକୁ ପ୍ରସ୍ତୁତ କରିଛି । ଉଭୟ ଦଳ ବିଶ୍ବକପ ଅଭ୍ୟାସ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିଲେ ଅଷ୍ଟ୍ରେଲିଆ ପରାସ୍ତ ହୋଇଥିଲା । ଆଜିର ମ୍ୟାଚ ଭାରତ ପାଇଁ ଜିତିବା କଷ୍ଟସାଧ୍ୟ ହେବ ନାହିଁ । ମ୍ୟାଚଟି ଭାରତ ସପକ୍ଷରେ ରହିବା ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.