ETV Bharat / sports

U19 WC: ବାଂଲାଦେଶକୁ ୫ ୱିକେଟରେ ହରାଇ ସେମିରେ ଭାରତ

author img

By

Published : Jan 30, 2022, 9:00 AM IST

ଚଳିତ ICC ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପର ଶେଷ ସୁପର ଲିଗ କ୍ବାଟର-ଫାଇନାଲ ମୁକାବିଲା ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିଥିଲେ । ଭାରତ ଦମଦାର ପ୍ରଦର୍ଶନ କରି ଏକ ସହଜ ବିଜୟ ସହିତ ସେମିରେ ପ୍ରବେଶ କରିଛି । ଅଧିକ ପଢନ୍ତୁ

ବାଂଲାଦେଶକୁ  ୫ ୱିକେଟରେ ହରାଇ ସେମିରେ ଭାରତ
ବାଂଲାଦେଶକୁ ୫ ୱିକେଟରେ ହରାଇ ସେମିରେ ଭାରତ

ଆଣ୍ଟିଗୁଆ: ଚଳିତ ICC ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପର ଶେଷ ସୁପର ଲିଗ କ୍ବାଟର-ଫାଇନାଲ ମୁକାବିଲା ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିଥିଲେ । ଭାରତ ଦମଦାର ପ୍ରଦର୍ଶନ କରି ଏକ ସହଜ ବିଜୟ ସହିତ ସେମିରେ ପ୍ରବେଶ କରିଛି । ବାଂଲାଦେଶକୁ ୫ ୱିକେଟରେ ହରାଇ ସେମିକୁ ଉର୍ତ୍ତୀର୍ଣ୍ଣ ହୋଇଛି ଟିମ ଇଣ୍ଡିଆ ।

ପ୍ରଥମେ ଟସ୍‌ ଜିତି ଭାରତୀୟ କ୍ୟାପଟେନ ୟଶ ଦୁଲ୍‌ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ବ୍ୟାଟଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୩୭. ୧ ଓଭରରେ ୧୧୧ ରନ କରି ଅଲ ଆଉଟ ହୋଇଥିଲା । ଦଳ ପକ୍ଷରୁ ଏସଏମ ମେହରବ ୩୦, ଐଚ ମୁଲା ୧୭, ଆଶିକୁର ଜମାନ ୧୬ ରନ କରିବାକୁ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ରବି କୁମାର ୧୪ ରନରେ ୩ଟି ଓ ଭିକି ଓସ୍ବାଲ ୧୬ ରନରେ ୨ଟି ୱିକେଟ ନେଇଥିଲେ । ତିନି ୱିକେଟ ନେଇଥିବା ରବି କୁମାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

୧୧୨ରନର ପିଛା କରି ମଇଦାନକୁ ଓହ୍ଲାଇଥିଲା ଭାରତୀୟ ଟିମ । ଭାରତ ମଧ୍ୟ ସଅଳ ପ୍ରଥମ ୱିକେଟ ହରାଇଥିଲେ । ଓପନର ହାରନୁର ସିଂହ ଖାତା ଖୋଲି ନ ପାରି ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସି ଶେଖ ରାସିଦ ଅପରାଜିତ ଓପନର ଅଙ୍ଗକ୍ରି ରଘୁବଂଶୀଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ ।

ଭଭୟ ଦଳୀୟ ସ୍କୋରକୁ ୭୦ରେ ପହଞ୍ଚାଇଥିଲେ । ଏହା ପରେ ରଘୁବଂଶୀଙ୍କ ସହ ଦ୍ବିତୀୟ ୱିକେଟ ପତନ ହୋଇଥିଲା । ୪୪ ରନ କରି ରଘୁବଂଶୀ ଆଉଟ ହୋଇଥିଲେ । ପରେ ପରେ ଟିମ ବିପର୍ଯ୍ୟୟର ସାମ୍ମା କରିଥିଲେ ।

ରସିଦ ୨୬, ସିର୍ଦ୍ଧାର୍ଥ ଯାଦବ ୬ ରନ କରିଥିବା ବେଳେ ରାଜ ବାୱା ଖାତା ଖୋଲି ପାରି ନଥିଲେ । ୯୭ ରନରେ ଦଳ ୫ଟି ୱିକେଟ ହରାଇଥିଲା । ଅଧିନାୟକ ୟଶ ଦୁଲ୍‌ ଓ କୌଶଲ ତାମ୍ବେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ୩୦.୫ ଓଭରରେ ବିଜୟ ହାସଲ କରି ନେଇଛି ଟିମ । ବାଂଲାଦେଶ ପକ୍ଷରୁ ରିପୋନ ମଣ୍ଡଳ ୪ଟି ୱିକେଟ ନେଇଥିଲେ । ଫେବ୍ରୁଆରୀ ୨ ତାରିଖରେ ଅଷ୍ଟ୍ରେଲିଆ ସହି ସେମି ମୁକାବିଲା ଲଢିବ ଟିମ ଇଣ୍ଡିଆ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.