ETV Bharat / sports

ICC U19 World Cup: ଆଜି ଭାରତ-ଇଂଲଣ୍ଡ ଫାଇନାଲ ଟକ୍କର - cricket World Cup

୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ ଫାଇନାଲ ଆଜି ଅନୁଷ୍ଠିତ ହେବ । ସାର୍ ଭିଭିଆନ ରିଚାର୍ଡ୍ସ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବା ଏହି ମ୍ୟାଚ୍ । ଅଧିକ ପଢନ୍ତୁ

ICC U19 World Cup: ଆଜି ଭାରତ-ଇଂଲଣ୍ଡ ଫାଇନାଲ ଟକ୍କର

author img

By

Published : Feb 5, 2022, 12:19 PM IST

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ ଫାଇନାଲ ଆଜି ଅନୁଷ୍ଠିତ ହେବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବ ଏହି ଫାଇନାଲ ଟକ୍କର । ପ୍ରତିଯୋଗିତାର ୧୪ ସଂସ୍କରଣ ମଧ୍ୟରୁ ଭାରତ ୮ ଥର ଫାଇନାଲରେ ପ୍ରବେଶ କରିଥିବାବେଳେ ୪ ଥର ଟ୍ରଫି ନିଜ ନାଁରେ କରିସାରିଛି । ଆଜି ମଧ୍ୟ ଏହି ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି ଟିମ୍ । ସାର୍ ଭିଭିଆନ ରିଚାର୍ଡ୍ସ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡକୁ ହରାଇ ପଞ୍ଚମ ଥର ବିଶ୍ବକପ୍ ଟାଇଟେଲ ହାତେଇବାକୁ ଆଶା ରଖିଛି ଭାରତୀୟ ଦଳ ।

  • Best wishes to our U-19 boys for the World Cup final. 🇮🇳💪

    — Virat Kohli (@imVkohli) February 5, 2022 " class="align-text-top noRightClick twitterSection" data=" ">

କୋରୋନାରେ ସଂକ୍ରମିତ ହେବା ଯୋଗୁଁ ଧୁଲ୍ ଓ ଶେକ୍ ରଶିଦ୍ ୨ଟି ଲିଗ୍ ମ୍ୟାଚରେ ଖେଳି ପାରିନଥିଲେ । ଏହାସତ୍ତ୍ବେ ବି ଭାରତୀୟ ଟିମ୍ ଲିଗ୍ ପର୍ଯ୍ୟାୟ ପାର୍ କରି ନକଆଉଟ୍‌ରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୁଲ୍ ଶତକ ହାସଲ କରିଥିଲେ ।

ଆଜିର ଫାଇନାଲ ମୁକାବିଲା ପାଇଁ Under-19 ଟିମ୍କୁ ଶୁଭେଚ୍ଛା ଦେଇଛନ୍ତି ବିରାଟ କୋହଲି । ନିଜ ଟ୍ବିଟର ହ୍ୟାଣ୍ଡଲରେ U-19 ଦଳକୁ ବିଶ୍ବକପ୍ ଫାଇନାଲ ପାଇଁ ଶୁଭକାମନା ବୋଲି ଲେଖିଛନ୍ତି କୋହଲି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.