ETV Bharat / sports

ICC U19 WC: ବିଜୟରୁ ଟିମ ଇଣ୍ଡିଆର ଅଭିଯାନ ଆରମ୍ଭ - ଭାରତ ବନାମ ଦକ୍ଷିଣ ଆଫ୍ରିକା ବିଶ୍ବକପ ମ୍ୟାଚ୍‌

ଦମଦାର ବିଜୟରୁ ୧୯ ବର୍ଷରୁ କମ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଜୁନିଅର ଟିମ ଇଣ୍ଡିଆ । ନିଜର ଗ୍ରୁପ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୪୫ ରନ୍‌ରେ ହରାଇଛି ଭାରତ । ଅଧିକ ପଢନ୍ତୁ

ICC U19 WC: India off to winning start, defeat SA by 45 runs
ICC U19 WC: ବିଜୟରୁ ଟିମ ଇଣ୍ଡିଆର ଅଭିଯାନ ଆରମ୍ଭ
author img

By

Published : Jan 16, 2022, 9:44 PM IST

ଗୁୟାନା: ଦମଦାର ବିଜୟରୁ ୧୯ ବର୍ଷରୁ କମ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଜୁନିଅର ଟିମ ଇଣ୍ଡିଆ । ନିଜର ଗ୍ରୁପ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୪୫ ରନ୍‌ରେ ହରାଇଛି ଭାରତ । ୟଶ ଦୁଲ୍‌ଙ୍କ ନେତୃତ୍ବରେ ପ୍ରୋଭିଡେନ୍ସ ଷ୍ଟାଡିୟମ ଗୁୟାନାରେ ଖେଳାଯାଇଥିବା ପ୍ରଥମ ଗ୍ରୁପ B ମ୍ୟାଚ୍‌ରେ ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଛି ମେନ୍‌ ଇନ୍‌ ବ୍ଲୁ । ଜାନୁଆରୀ ୧୯ରେ ଭାରତ ପରବର୍ତ୍ତୀ ମୁକାବିଲା ଆୟରଲଣ୍ଡ ବିପକ୍ଷରେ ଖେଳିବା ନେଇ ସୂଚୀ ରହିଛି ।

ଏହାମଧ୍ୟ ପଢନ୍ତୁ: Test Captaincy: ବିରାଟଙ୍କ ଇସ୍ତଫା ଘୋଷଣାରେ ରୋହିତ ଆଚମ୍ବିତ

୨୨୩ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ଇଥାନ ଜନ କୁନିଙ୍ଗହମଙ୍କ ରୂପରେ ପ୍ରଥମ ଓଭରରେ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ ରାଜବର୍ଦ୍ଧନେ ହଙ୍ଗରଗେକର । ପରେ ଭଲିଣ୍ଟିନ କିଟିମ ଓ ଡେୱାଲ୍ଡ ଦ୍ବିତୀୟ ୱିକେଟ ଯୋଡିରେ ୫୮ ରନ୍‌ ଯୋଡିଥିଲେ । ମାତ୍ର ଭିକି ଓସ୍ତୱାଲ ଏହି ଯୋଡି ଭାଙ୍ଗିବା ସହ ଭାରତକୁ ବିଜୟ ନିକଟତର କରାଇଥିଲେ । ପରେ ନିୟମିତ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ୱିକେଟ ହରାଇଥିଲା । ଫଳରେ ୪୫ ରନ୍‌ରେ ପରାସ୍ତ ହୋଇଛି ଟିମ ।

ଭାରତ ପାଇଁ ଭିକି ଓସ୍ତୱାଲ ୫ଟି ୱିକେଟ ଓ ରାଜ ବାୱା ୪ଟି ୱିକେଟ ହାସଲ କରିବା ସହ ସଫଳତମ ବୋଲର ରହିଥିଲେ । ପୂର୍ବରୁ କ୍ୟାପଟେନ ୟଶ ଦୁଲଙ୍କ ଦମଦାର ୮୨ ରନ୍‌ର ଇଂନିସ ବଳରେ ଭାରତ ୨୩୨ ରନ୍‌ ସଂଗ୍ରହ କରିଥିଲା । ଦକ୍ଷିଣ ଆଫ୍ରିକା ପାଇଁ ମାଥ୍ୟୁ ବୋଷ୍ଟ ୩ଟ ୱିକେଟ ହାତେଇଥିଲେ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.