ETV Bharat / sports

Cricket World Cup 2023: ମ୍ୟାଚ୍‌ର ଫଳାଫଳ ବାହାରିବା ପର୍ଯ୍ୟନ୍ତ ଖେଳାଯିବ ସୁପର ଓଭର, ରିଜର୍ଭ ଡେ' ନିୟମ ରହିଛି ଏମିତି

ବିଶ୍ବକପ୍‌ ୨୦୨୩ ଆରମ୍ଭ ପାଇଁ ମାତ୍ର ଗୋଟିଏ ଦିନର ଅପେକ୍ଷା । ଏହା ପୂର୍ବରୁ ନଜର ପକାନ୍ତୁ ବିଶ୍ବକପ୍‌ ୨୦୨୩ ପାଇଁ ଆଇସିସି ସ୍ପଷ୍ଟ କରିଥିବା ନିୟମ ଉପରେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 3, 2023, 11:01 PM IST

ICC Rules for World Cup 2023
ବିଶ୍ବକପ୍‌ ୨୦୨୩ ପାଇଁ ଆଇସିସି ନିୟମ

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ବାଜିବ ବିଶ୍ଵକପ୍‌ ୨୦୨୩ ବିଗୁଲ । ଏଥର ଘରୋଇ ମାଟିରେ ବିଶ୍ବକପ୍‌ ଆୟୋଜନ କରୁଥିବା ବିସିସିଆଇର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଏହାପରେ ଅକ୍ଟୋବର ୫ ତାରିଖରେ ଆରମ୍ଭ ହେବ ଦିନିକିଆ କ୍ରିକେଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ବିଶ୍ଵକପ୍‌ ୨୦୨୩ ମହାକୁମ୍ଭ । ଏହାପୂର୍ବରୁ ଜାଣନ୍ତୁ ଏଥର ବିଶ୍ବକପ୍‌ ପାଇଁ ଆଇସିସି ସ୍ପଷ୍ଟ କରିଥିବା ବାଉଣ୍ଡରି ଏବଂ ଅନ୍ୟ ସଂପର୍କିତ ନିୟମ ।

ଚଳିତ ବିଶ୍ବକପ୍‌ ୨୦୨୩ ପାଇଁ ଆଇସିସି ଦ୍ଵାରା ଜାରି କରାଯାଇଥିବା ନିୟମ ଅନୁସାରେ, ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ହେବାକୁ ଥିବା ସମସ୍ତ ଷ୍ଟାଡିୟମର ସୀମାରେଖାର ଦୂରତା ଅତି କମରେ ୬୫ ଗଜ୍‌ ଅର୍ଥାତ ୫୯.୪୩ ମିଟର ରହିବା ଦରକାର । ଏହାପରେ ୩ ଗଜ୍ ଅର୍ଥାତ ୨.୪୫ ମିଟର ସ୍ଥାନ ଖାଲି ରହିବା ବାଧ୍ୟତାମୂଳକ । ଏହାପରେ ଆଡ୍‌ ପାଇଁ ଫ୍ଲେକ୍ସ କିମ୍ବା ହାର୍ଡ ଡିଜିଟାଲ୍ ବୋର୍ଡର ବ୍ୟବହାର କରାଯାଇପାରିବ । ପିଚ୍‌ର ମଧ୍ୟଭାଗରୁ ସୀମା ରେଖାର ଦୂରତା ସର୍ବାଧିକ ୯୦ ଗଜ ଅର୍ଥାତ ୮୨.୨୯ ମିଟରରୁ ଅଧିକ ରଖାଯାଇ ପାରିବ ନାହିଁ ବୋଲି ଆଇସିସି ଏହାର ନିୟମରେ ସ୍ପଷ୍ଟ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ ପାଇଁ ପ୍ରସ୍ତୁତ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ, ଜଣନ୍ତୁ କ'ଣ ରହିଛି ବ୍ୟବସ୍ଥା

ବର୍ଷା କାରଣରୁ ଭାରତର ଦୁଇଟିଯାକ ୱାର୍ମଅପ୍‌ ମ୍ୟାଚ୍‌ ରଦ୍ଦ ହୋଇଯାଇଛି । ଏଥିପାଇଁ ଏଥର ବିଶ୍ବକପ୍‌ରେ ଅନେକ ମ୍ୟାଚ୍‌ ବର୍ଷା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେବେ ଏଥିପାଇଁ ରିଜର୍ଭ ଡେ'କୁ ନେଇ ମଧ୍ୟ ନିୟମ ସ୍ପଷ୍ଟ କରିଦେଇଛି ଆଇସିସି । କେବଳ ସେମିଫାଇନାଲ୍‌ ଓ ଫାଇନାଲ୍‌ ପାଇଁ ରିଜର୍ଭ ଡେ' ରହିବ । ଯଦି ମ୍ୟାଚ୍ ନିର୍ଦ୍ଧାରିତ ଦିନରେ ସମ୍ପୂର୍ଣ୍ଣ ନହୁଏ, ତେବେ ରିଜର୍ଭ ଡେ'ରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ । ହେଲେ ଲିଗ୍ ପର୍ଯ୍ୟାୟରେ ରିଜର୍ଭ ଡେ'ର ବ୍ୟବସ୍ଥା ନାହିଁ । ଅର୍ଥାତ ମ୍ୟାଚ୍‌ ଖେଳିବା ସମ୍ଭବ ନହେଲେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ ବାଣ୍ଟିଦିଆଯିବ । ସେମିଫାଇନାଲ୍ ଓ ଫାଇନାଲ୍ ସମେତ ଟୁର୍ଣ୍ଣାମେଣ୍ଟର ଅନ୍ୟ ସମସ୍ତ ମ୍ୟାଚ୍‌ ଟାଇ ହେଲେ ସୁପର ଓଭର ଖେଲାଯିବ । ସୁପର ଓଭର ସେ ପର୍ଯ୍ୟନ୍ତ ଖେଳାଯିବ, ଯେ ପର୍ଯ୍ୟନ୍ତ ମ୍ୟାଚର ଫଳାଫଳ ନବାହାରିଛି । ସେହିଭଳି ଯଦି ରିଜର୍ଭ ଡେ'ରେ ମ୍ୟାଚ୍ ପୂରା ନହୁଏ, ତେବେ ସେମିଫାଇନାଲରେ ସେହି ଦଳକୁ ବିଜୟୀ ଘୋଷିତ କରାଯିବ, ଯିଏ ଲିଗ୍ ପର୍ଯ୍ୟାୟରେ ଅଧିକ ମ୍ୟାଚ୍ ଜିତିଥିବ ଏବଂ ନେଟ୍ ରନରେଟ୍ ଉନ୍ନତ ଥିବ । ଫାଇନାଲ୍ ମ୍ୟାଚ୍ ଯଦି ନିର୍ଦ୍ଧାରିତ ଦିନ ଏବଂ ରିଜର୍ଭ ଡେ'ରେ ପୂରା ନହୁଏ ତେବେ ଦୁଇ ଦଳକୁ ବିଜେତା ଘୋଷିତ କରାଯିବ ବୋଲି ଆଇସିସି ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.