ETV Bharat / sports

ICC ODI World Cup: ବିଶ୍ବକପ ଲୋଗୋ ଉନ୍ମୋଚନ କଲା ଆଇସିସି - ବିଶ୍ବକପ 2023

ଆଇସିସି ଦିନିକିଆ ବିଶ୍ବକପ 2023ର ଲୋଗୋ ଜାରି କରିଛି । ଅକ୍ଟୋବର 5ରୁ ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

world cup 2023 logo
World Cup 2023
author img

By

Published : Apr 3, 2023, 12:56 PM IST

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ବକପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଭିତରେ ବିଶ୍ବକପ 2023 ପାଇଁ ଲୋଗୋ ଜାରି କହିଛି ଆଇସିସି । 2011 ଏପ୍ରିଲ 2ତାରିଖରେ ଶ୍ରୀଲଙ୍କାକୁ 6 ୱିକେଟରେ ପରାସ୍ତ କରି 28 ବର୍ଷ ପରେ ବିଶ୍ବ ବିଜୟୀ ହୋଇଥିଲା । ଏହି ଅବସରରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବିଶ୍ବକପ 2023 ପାଇଁ ଲୋଗୋ ଜାରି କରିଛି । ବିଶ୍ବକପ 13 ତମ ସଂସ୍କରଣ ଭାରତରେ ଖେଳାଯିବ । 5 ଅକ୍ଟୋବରରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ ।

  • Ready to experience all the emotions at this year's Cricket World Cup 2023?

    More 👇https://t.co/dawlWMq6St

    — ICC Cricket World Cup (@cricketworldcup) April 2, 2023 " class="align-text-top noRightClick twitterSection" data=" ">

ରବିବାର ଆଇସିସି ତାର ଟ୍ବିଟର ଆକାଉଣ୍ଟରେ ଦିନିକିଆ ବିଶ୍ବକପ ଲୋଗା ଜାରି କରିଛି । ଲୋଗୋରେ ବିଶ୍ବକପ ଚିତ୍ର ରହିଥିବା ବେଳେ ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ଭାରତ 2023 ଲେଖା ରହିଛି । ଲେଗୋରେ ଧଳା ଓ ପିଙ୍କ ରଙ୍ଗର ବ୍ୟବହାର ହୋଇଛି । ନବରସ ମଧ୍ୟରୁ ଖୁସି, ସମ୍ମାନ, ଶକ୍ତି, ଗର୍ବ, ସାହାସ, ଗରିମା ଓ ଭାବନା ସାମିଲ ହୋଇଛି । ଯାହା ବିଶ୍ବକପ ସମୟରେ ଦେଖିବାକୁ ମିଳିଥାଏ ।

ଏହି ଅବସରରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି,'' ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ 2023 ପାଇଁ 6 ମାସ ବାକି ରହିଛି । ମାତ୍ର ଏବେଠୁ ଉତ୍ସାହ ଦେଖିବାକୁ ମିଳିଛି । ଘରୋଇ ମାଟିରେ ବିଶ୍ବକପ ଖେଳିବା ପ୍ରତିଟି ଖେଳାଳିର ସ୍ବପ୍ନ ହୋଇଥାଏ । ଭାରତୀୟ ଦଳର ଅଧିନାୟକ ଭାବେ ମୁଁ ବିଶ୍ବକପକୁ ନେଇ ଅଧିକ ଉତ୍ସାହିତ । ଏହା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର । ଆମେ ଆମର ଶତ ପ୍ରତିଶତ ଦେବାକୁ ପ୍ରସ୍ତୁତ ।''

ଏହା ବି ପଢନ୍ତୁ...ICC ODI World Cup: ଅକ୍ଟୋବର 5ରୁ ବିଶ୍ବକପ, ନଭେମ୍ବର 19ରେ ଫାଇନାଲ

ଏହା ବି ପଢନ୍ତୁ...IPL 2023: ଆଜି ଧୋନୀ-ରାହୁଲ ଲଢେଇ, ଖାତା ଖୋଲିବା ଲକ୍ଷ୍ୟରେ CSK

ଆଇସିସି ଦିନିକିଆ ବିଶ୍ବକପର 13ତମ ସଂସ୍କରଣ ଭାରତରେ ଆୟୋଜନ ହେବ । ଏନେଇ କ୍ରୀଡାସୂଚୀ ପ୍ରସ୍ତୁତ ହୋଇଛି । ଚଳିତବର୍ଷ ଶେଷ ଆଡକୁ ଅର୍ଥାତ ଅକ୍ଟୋବର 5ରୁ ଆଇସିସି ଦିନିକିଆ ବିଶ୍ବକପ ଆରମ୍ଭ ହେବ । ବିଧିବଦ୍ଧ ଭାବେ ସୂଚୀ ଜାରି ହୋଇନଥିଲେ ସୁଦ୍ଧା ଅକ୍ଟୋବର 5ରୁ ବିଶ୍ବକପ ମହାସମର ଆରମ୍ଭ ହେବ । ନଭେମ୍ବର 19ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମୁକାବିଲା ଖେଳାଯିବ । ବିଶ୍ବକପର ସମସ୍ତ ମ୍ୟାଚ ମୋଟ 12ଟି ଭେନ୍ୟୁରେ ଖେଳାଯିବ ।

ଆୟୋଜକ ଭାରତ, ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 2013 ପରଠୁ ଭାରତରେ ପାକିସ୍ତାନ ଖେଳି ନାହିଁ । ବିଶ୍ବକପ ଖେଳିବା ନେଇ ପାକିସ୍ତା ଭାରତ ଆସିବା ନେଇ ଦ୍ବନ୍ଦ ଲାଗି ରହିଛି । ଭାରତ ଘରୋଇ ଗ୍ରାଉଣ୍ଡରେ ବିଶ୍ବକପ 2023 ବିଜେତା ହେବା ନେଇ ଦାବିଦାର ରହିଛି । 2011ରେ 28 ବର୍ଷ ପରେ ଭାରତ ଶ୍ରୀଲଙ୍କାକୁ ହରାଇ ବିଶ୍ବକପ ଜିତିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.