ETV Bharat / sports

ICC Rankings: ଦ୍ୱିତୀୟ ସ୍ଥାନରେ Sky, ରିଜୱାନଙ୍କଠୁ ମାତ୍ର 16 ପଏଣ୍ଟରେ ପଛରେ

author img

By

Published : Oct 5, 2022, 10:04 PM IST

ଭାରତୀୟ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ( Suryakumar Yadav ) ଗୋଟିଏ ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପାକିସ୍ତାନର ଷ୍ଟାର ବ୍ୟାଟର ମହମ୍ମଦ ରିଜୱାନ ( Pakistan Cricketer Mohammed Rizwan ) ୮୫୪ ରେଟିଂ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ

ICC Rankings : ଦ୍ବିତୀୟ ସ୍ଥାନକୁ ଖସିଲେ Sky, ପୁଣି ଶୀର୍ଷରେ ରିଜୱାନ

ହାଇଦ୍ରାବାଦ: ବୁଧବାର ଜାରି ହୋଇଛି ନୂତନ ଆଇସିସି ଟି-୨୦ ମନ୍ୟତା ( ICC T20I Rankings ) । ଭାରତୀୟ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ( Suryakumar Yadav ) ଗୋଟିଏ ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ପ୍ରଥମ ଏବଂ ଦ୍ବିତୀୟ ଟି୨୦ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିବା ଫଳରେ ସେ ଅକ୍ଟୋବର ୨ ତାରିଖ ଆଇସିସି ଟି୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚରେ ଆଖିଦୃଶିଆ ପାଳି ଖେଳି ନଥିଲେ ସୂର୍ଯ୍ୟକୁମାର । ତେଣୁ ଆଜି ( ବୁଧବାର ) ଜାରି ହୋଇଥିବା ଆଇସିସି ଟି୨୦ ମାନ୍ୟତାରେ ସେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ସୂର୍ଯ୍ୟକୁମାର ଯାଦବ ୮୩୮ ରେଟିଂ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପାକିସ୍ତାନର ଷ୍ଟାର ବ୍ୟାଟର ମହମ୍ମଦ ରିଜୱାନ ( Pakistan Cricketer Mohammed Rizwan ) ୮୫୪ ରେଟିଂ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ସେହିପରି ପାକିସ୍ତାନ ଅଧିନାୟକ ବାବର ଆଜମ ( Pakistan Captain Babar Azam ) ୮୦୧ ରେଟିଂ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଏଡେନ ମାକ୍ରମ ୭୭୭ ରେଟିଂ ସହିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

The race for top spot in the @MRFWorldwide ICC Men's T20I Player Rankings for batters is heating up 🔥

Details 👇https://t.co/V4Wvk0Cbhv

— ICC (@ICC) October 5, 2022

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚରେ 6 ବଲରୁ 8ରନ ସଂଗ୍ରହ କରି ଆଉଟ୍ ହେବା ପରେ ମାନ୍ୟତାରେ ପରିବର୍ତ୍ତନ ଘଟିଛି । ବର୍ତ୍ତମାନ ରିଜଓ୍ୱାନଙ୍କଠାରୁ ମାତ୍ର 16 ପଏଣ୍ଟ ପଛରେ ଅଛନ୍ତି ସୂର୍ଯ୍ୟକୁମାର ଯାଦବ।

ଆଇସିସି ଟି୨୦ ବ୍ୟାଟିଂ ମାନ୍ୟତା ଟପ ଟେନରେ କେବଳ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ଗୋଟିଏ ସ୍ଥାନ ତଳକୁ ଖସି ୬୦୪ ରେଟିଂ ସହିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ୧୬ ସ୍ଥାନରେ ରହିଛନ୍ତି । ଷ୍ଟାର ବ୍ୟାଟର ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ୬୦୫ ରେଟିଂ ସହିତ ୧୫ ସ୍ଥାନରେ ରହିଛନ୍ତି । ଲୋକେଶ ରାହୁଲ ମଧ୍ୟ ଗୋଟିଏ ସ୍ଥାନ ତଳକୁ ଖସି ୬୦୬ ରେଟିଂ ସହିତ ୧୪ ସ୍ଥାନରେ ରହିଛନ୍ତି ।

ସେହିପରି ଆଇସିସି ଟି୨୦ ବୋଲିଂ ମାନ୍ୟତାରେ ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ୨୮ ସ୍ଥାନ ଡେଇଁବା ସହିତ ୨୦ ସ୍ଥାନ ହାସଲ କରିଛନ୍ତି । ସେହିପରି ଇଂଲଣ୍ଡର ଫାଷ୍ଟ ବୋଲର ରିସି ଟୋପଲି ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୭ ଟିକିଆ ଟି୨୦ ସିରିଜରେ ଚାରୋଟି ମ୍ୟାଚରୁ ୫ ଟି ୱିକେଟ ହାସଲ କରି ୯ ଟି ସ୍ଥାନ ଡେଇଁ ୧୪ ସ୍ଥାନରେ ପହଁଞ୍ଚିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.