ETV Bharat / sports

T20 World Cup schedule out: ଅକ୍ଟୋବର ୨୩ରେ ଭାରତ-ପାକ୍ ଫାଇଟ

author img

By

Published : Jan 21, 2022, 11:30 AM IST

ପ୍ରକାଶ ପାଇଛି ଟି-୨୦ ପୁରୁଷ ବିଶ୍ବକପ୍ ଖେଳସୂଚୀ ତାଲିକା । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଟି୨୦ ବିଶ୍ବକପ୍ । ଏନେଇ ଆଇସିସି ଜାରି କରିଛି ଟୁର୍ଣ୍ଣାମେଣ୍ଟ ସୂଚୀ । ଅଧିକ ପଢନ୍ତୁ

୨୩ ଅକ୍ଟୋବରରେ ଭାରତ-ପାକ୍ ମୁକାବିଲା
୨୩ ଅକ୍ଟୋବରରେ ଭାରତ-ପାକ୍ ମୁକାବିଲା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଟି-୨୦ ପୁରୁଷ ବିଶ୍ବକପ୍ ଖେଳସୂଚୀ ତାଲିକା । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଟି୨୦ ବିଶ୍ବକପ୍ । ଏ ନେଇ ଆଇସିସି ଜାରି କରିଛି ଟୁର୍ଣ୍ଣାମେଣ୍ଟ ସୂଚୀ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହା ମୁକାବିଲା ।

ପ୍ରକାଶ ପାଇଲା ଟି୨୦ ବିଶ୍ୱକପ୍  ଖେଳସୂଚୀ
ପ୍ରକାଶ ପାଇଲା ଟି୨୦ ବିଶ୍ୱକପ୍ ଖେଳସୂଚୀ

ଅକ୍ଟୋବର ୧୬ରୁ ଆରମ୍ଭ ନଭେମ୍ବର ୧୩ ଯାଏଁ ଚାଲିବ ମ୍ୟାଚ । ୨୨ ତାରିଖରୁ ସୁପର ୧୨ ଖେଳାଯିବ । ଯେଉଁଥିରେ ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ୨୩ ତାରିଖରେ ପାକିସ୍ତାନ ସହ ମୁହାଁମୁହିଁ ହେବ ଭାରତ । ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଏବଂ ଅନ୍ୟ ଦୁଇ କ୍ବାଲିଫାୟାର ଟିମ୍ ଗୋଟିଏ ଗ୍ରୁପରେ ରହିବେ । ଫାଇନାଲ ମ୍ୟାଚ୍ ନଭେମ୍ବର ୨୩ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ ଓ ଅଷ୍ଟ୍ରେଲିଆର ୭ଟି ବିଭିନ୍ନ ସହରରେ ମ୍ୟାଚ୍ ଆୟୋଜନ ହେବ ।

  • The fixtures for the ICC Men’s #T20WorldCup 2022 are here!

    All the big time match-ups and how to register for tickets 👇

    — ICC (@ICC) January 20, 2022 " class="align-text-top noRightClick twitterSection" data=" ">

ଅକ୍ଟୋବର ୧୬ରୁ ପ୍ରଥମ ରାଉଣ୍ଡ ଖେଳାଯିବ । ୨୦୧୪ରେ ଚମ୍ପିଆନ ହୋଇଥିବା ଶ୍ରୀଲଙ୍କା ନାମ୍ବିବିଆକୁ ଭେଟିବ । ଦୁଇଥର ଚମ୍ପିଅନ ହୋଇଥିବା ୱେଷ୍ଟଇଣ୍ଡିଜ ମଧ୍ୟ ସମାନ ଦିନରେ ପ୍ରଥମ ରାଉଣ୍ଡ ମ୍ୟାଚ ସ୍କଟଲାଣ୍ଡ ସହ ଖେଳିବ । ଏହା ପରେ ପର୍ଯ୍ୟାୟ କ୍ରମେ ମ୍ୟାଚ ଅନୁଷ୍ଠିତ ହେବ ।

ପ୍ରକାଶ ଥାଉ କି, ଟି-୨୦ ବିଶ୍ବକପ ୨୦୨୧ ଅକ୍ଟୋବର ୨ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ ୧୦ ଓ୍ବିକେଟରେ ମ୍ୟାଚ୍ ଜିତି ନେଇଥିଲା । ୨୦୨୨ ଟୁର୍ଣ୍ଣାମେଣ୍ଟରେ ବ୍ଲୁ ଇନ ମେନ ଭାରତୀୟ ଦଳ ପ୍ରତିଶୋଧ ଲକ୍ଷ୍ୟରେ ରହିବ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.