ETV Bharat / sports

World Cup 2023: ବିଶ୍ବକପ ଆନ୍ଥେମ ରିଲିଜ୍‌, ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

author img

By ETV Bharat Odisha Team

Published : Sep 21, 2023, 8:23 AM IST

ଦିନିକିଆ ବିଶ୍ବକପ ପାଇଁ ଆଇସିସି ତରଫରୁ ରିଲିଜ୍‌ ହେଲା ଆନ୍ଥେମ। ଭାରତୀୟ ଦଳର ନୂଆଜର୍ସି ଉନ୍ମୋଚିତ। ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ ଦିନିକିଆ ବିଶ୍ବକପ । ଏହା ପୂର୍ବରୁ ବିଶ୍ବକପ ଆନ୍ଥେମ ଆଇସିସି ତରଫରୁ ରିଲିଜ୍‌ ହୋଇଛି । ଯାହାର ନାମ ରହିଛି ଓ୍ବାନଡେ ଏକ୍ସପ୍ରେସ । କ୍ରିକେଟ ପ୍ରେମୀଙ୍କୁ ଏହା ବେସ ପସନ୍ଦ ଆସୁଛି । ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିବା ପାଇଁ ବିଶ୍ବକପ ଆନ୍ଥେମ ପ୍ରସ୍ତୁତ ହୋଇଛି । ଏଥିରେ ବଲିଉଡ ଅଭିନେତା ରଣବୀର ସିଂ ନଜର ଆସିଛନ୍ତି । ଶ୍ଲୋକେ ଲାଲ ଓ ସାବେରି ବର୍ମା ଗୀତ ରଚନା କରିଛନ୍ତି । ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଏହାର ନିର୍ଦ୍ଦେଶନା ଓ ସ୍ବର ସଂଯୋଜନା କରିଛନ୍ତି । ନକସ ଅଜିଜ, ଶ୍ରୀରାମ ଚନ୍ଦ୍ରା, ଅମିତ ମିଶ୍ରା, ଜୋନିତା ଗାନ୍ଧୀ, ଅକ୍ଷା, ଚରଣ ଏଥିରେ କଣ୍ଠଦାନ କରିଛନ୍ତି। ରାପ୍‌ର ଛୁଙ୍କ ମଧ୍ୟ ରହିଛି ବିଶ୍ବକପ ଆନ୍ଥେମରେ । ଏକ ଟ୍ରେନରେ ଏହାର ଭିଡିଓ ସୁଟ ହୋଇଛି ।

  • DIL JASHN BOLE! #CWC23

    Official Anthem arriving now on platform 2023 📢📢

    Board the One Day Xpress and join the greatest cricket Jashn ever! 🚂🥳

    Credits:
    Music - Pritam
    Lyrics - Shloke Lal, Saaveri Verma
    Singers - Pritam, Nakash Aziz, Sreerama Chandra, Amit Mishra, Jonita… pic.twitter.com/09AK5B8STG

    — ICC (@ICC) September 20, 2023 " class="align-text-top noRightClick twitterSection" data=" ">

ବିଶ୍ବକପ ପାଇଁ ଦିନ ଯେତିକି ପାଖେଇ ଆସୁଛି ଦର୍ଶକଙ୍କ ମଧ୍ୟରେସ୍ତି ଉତ୍ସାହ ବଢିବାରେ ଲାଗିଛି । ଏହି କ୍ରମରେ ବୁଧବାର ଭାରତୀୟଦଳର ଜର୍ସି ଉତ୍ନୋଚିଚ ହୋଇଯାଇଛି । ଆଦିଦାସ ପକ୍ଷରୁ ଏକ ଏକ କାର୍ଯ୍ୟକ୍ରମରେ ଜର୍ସି ପ୍ରଦର୍ଶିତ କରାଯାଇଥିଲା । BCCI ଏକ୍ସରେ ଏହାର ଭିଡିଓ ଜାରି କରାଯାଇଛି। ଯେଉଁଥିରେ ଶୁବମନ ଗଲ, ବିରାଟ କୋହଲି, ରୋହିତ ଶର୍ମା, ପାଣ୍ଡ୍ୟା ନୂଆ ଜର୍ସିରେ ନଜର ଆସିଛନ୍ତି । ସେହିପରି ଭାରତୀୟ ଦଳ ପାଇଁ 'ଇମପସିବଲ ନେହିଁ ହୈ ସପନା...ତିନକା ଡ୍ରିମ...ହୈ ଅପନା' ସଙ୍ଗୀତ ମଧ୍ୟ ପ୍ରସ୍ତୁତ ହୋଇଛି । ଜର୍ସିରେ ଆଦିଦାସର ଲୋଗର ରଙ୍ଗ ପରିବର୍ତ୍ତନ କରାଯାଇଛି। ଜର୍ସି କାନ୍ଧରେ ରହିଥିବା ତିନୋଟି ଷ୍ଟ୍ରିପକୁ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗ ଦିଆଯାଇଛି । ଭିଡିଓରେ ଭାରତର ତୃତୀୟ ବିଶ୍ବକପ ସ୍ବପ୍ନ ଉପରେ ଅବଲୋକନ କରାଯାଇଛି । 1983 ଓ 2011ରେ ଭାରତ ବିଶ୍ବକପ ହାତେଇଥିଲା । ତେଣୁ ଚଳିତ ଥର ମଧ୍ୟ ବିଶ୍ବ ବିଜୟୀ ହେବାକୁ ଭାରତର ଲକ୍ଷ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ-ICC Men's Cricket World Cup 2023: ରାମୋଜୀ ଫିଲ୍ମ ସିଟିରେ ଆଇସିସି ବିଶ୍ୱକପ୍ ଟ୍ରଫି ପ୍ରଦର୍ଶିତ

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏଁ ଭାରତରେ ICC ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.