ETV Bharat / sports

World Cup: ବିଶ୍ବକପ ମାସ୍କଟ ଉନ୍ମୋଚନ କଲା ଆଇସିସି, ଦେଲା ଲିଙ୍ଗଗତ ସମାନତା ବାର୍ତ୍ତା - ବିଶ୍ବକପ ମାସ୍କଟ

ପୁରୁଷ ଦିନିକିଆ ବିଶ୍ବକପ ପାଇଁ ଆଇସିସି ମାସ୍କଟ ଉନ୍ମୋଚନ କରିଛି । ମାସ୍କଟଟି ଲିଙ୍ଗଗତ ସମାନତା ବାର୍ତ୍ତା ଦେଉଛି । ଅଧିକ ପଢନ୍ତୁ

ବିଶ୍ବକପ 2023
World Cup 2023
author img

By

Published : Aug 20, 2023, 10:31 AM IST

icc launches mascot for world cup

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ ପାଇଁ ଦିନ ନିକଟ । ଫ୍ୟାନ୍ସଙ୍କ କ୍ରେଜ ଦ୍ବି-ଗୁଣିତ ହୋଇଛି । ଅକ୍ଟୋବର 5ରୁ ନଭେମ୍ଭର 19 ତାରିଖ ଯାଏ ଭାରତରେ ଆଇସିସି ଦିନିକିଆ ବିଶ୍ବକପ ଅନୁଷ୍ଠିତ ହେବ । ଏହାରି ଭିତରେ ଆଇସିସି ବିଶ୍ବକପ ମାସ୍କଟ ଉନ୍ମୋଚନ କରିଛି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସିଧ ବିଶ୍ବକପର ଏହି ମାସ୍କଟ ଉନ୍ମୋଚନ କରିଛି ।

ଏହି ଅବସରରେ 19 ବର୍ଷରୁ କମ ବିଶ୍ବକପ ଜିତିଥିବା ଭାରତୀୟ ପୁରୁଷ ଦଳ ଓ ମହିଳା ଦଳର ଅଧିନାୟକ ୟଶ ଧୂଳ ଓ ଶେଫାଳି ବର୍ମା ଉପସ୍ଥିତ ଥିଲେ । ଏହି ମାସ୍କଟରେ ଜଣେ ମହିଳା କ୍ରିକେଟର ଓ ଜଣେ ପୁରୁଷ କ୍ରିକେଟରଙ୍କୁ ଦେଖିବାକୁ ମିଳିଛି । ମାସ୍କଟର ଥିମରେ ଜଣେ ପୁରୁଷ ବ୍ୟାଟର ଓ ମହିଳା ବୋଲର ରହିଛନ୍ତି । ପୁରୁଷ କ୍ରିକେଟର ଜଣର ବ୍ୟାଟ ଓ ମହିଳା କ୍ରିକେଟର ଜଣକ ବଲ ଧରିଛନ୍ତି ।

ଆଇସିସି ମାସ୍କଟର ନାମ ଘୋଷଣା କରିନାହିଁ । କ୍ରିକେଟ ପ୍ରଶଂସକମାନେ ଏହି ମାସ୍କଟର ନାମ ବାଛିବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଏନେଇ ଆଇସିସି ନିଜ ୱେବସାଇଟରେ ଭୋଟିଂ ଲିଙ୍କ ଦେବ । ଏଥିରେ ପ୍ରଶଂସକ ମାନେ ନିଜ ପ୍ରଶଂସକମାନେ ପସନ୍ଦର ନାମ ଚୟନ କରିବେ । ଯେଉଁ ନାମକୁ ଅଧିକ ଭୋଟ ମିଳିବ ସେହି ନାମ ରଖାଯିବ । ମାସ୍କଟଟି ବିବିଧତା ଓ ଲିଙ୍ଗଗତ ସମାନତା ବାର୍ତ୍ତା ଦେଇଛି । ସଂସ୍କୃତି, ବିବିଧତା ଓ ଭିନ୍ନତାକୁ ପଛରେ ପକାଇ କ୍ରିକେଟ ସାରା ବିଶ୍ବରେ ଏକତାର ଭାବ ସୃଷ୍ଟି କରିଥିବାର ଝଲକ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ICC World Cup 2023: ଅକ୍ଟୋବର 5ରୁ ଆରମ୍ଭ ହେବ ବିଶ୍ବକପ, 15ରେ ଭାରତ-ପାକ୍ ଫାଇଟ୍

ଏହା ବି ପଢନ୍ତୁ...World Cup 2023: ଭାରତ-ପାକ୍ ମ୍ୟାଚ ରୋମାଞ୍ଚ, ବଢିଲା ବିମାନ-ହୋଟେଲ ଭଡା

ଏହା ବି ପଢନ୍ତୁ...ICC Mens Cricket World Cup 2023: ପ୍ରମୋ ଭିଡିଓରେ ନଜର ଆସିଲେ ଶାହରୁଖ, ଫ୍ୟାନ୍ସଙ୍କ ଏକ୍ସସାଇଟମେଣ୍ଟ କହିଲେ ନସରେ..

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏ ଭାରତରେ ଆସିସି ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ଅକ୍ଟୋବର 8 ତାରିଖରେ 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.