ETV Bharat / sports

Cricket World Cup 2023: ଏକ ବଡ଼ ଧରଣର ପତନର କାରିବିଆନ୍ କାହାଣୀ - ବିଶ୍ବକପ୍ ୨୦୨୩

ଦିନେ ଥିଲା ବିଶ୍ବ କ୍ରିକେଟର ସର୍ବୋଚ୍ଚ ଶାସନକର୍ତ୍ତା, ଏଥର ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ ମଧ୍ୟ କରିପାରିନି ୱେଷ୍ଟଇଣ୍ଡିଜ ଟିମ୍‌ । ଜାଣନ୍ତୁ ସଫଳତାର ଶିଖରରୁ ରସାତଳ ପର୍ଯ୍ୟନ୍ତ ଏକ ବଡ଼ ଧରଣର ପତନର କାରିବିଆନ୍ କାହାଣୀ । ଅଧିକ ପଢ଼ନ୍ତୁ

Cricket World Cup 2023: ଏକ ବଡ଼ ଧରଣର ପତନର କାରିବିଆନ୍ କାହାଣୀ

author img

By ETV Bharat Odisha Team

Published : Sep 30, 2023, 9:58 PM IST

ହାଇଦ୍ରାବାଦ: ଯଦି ଆଗାମୀ ବିଶ୍ବକପ ପାଇଁ ନିଜ ପସନ୍ଦର ଦଳ ବିଷୟରେ ପଚରାଯାଏ, ତେବେ କ୍ରିକେଟ୍ ପ୍ରଶଂସକମାନେ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ନାମ ରଖିବେ । ତେବେ ପାଞ୍ଚ ଦଶନ୍ଧି ପୂର୍ବରୁ କିନ୍ତୁ ଏହି ଦୃଶ୍ୟ ଭିନ୍ନ ଥିଲା । ସମସ୍ତେ ପ୍ରଥମ ପସନ୍ଦ ଭାବେ ୱେଷ୍ଟଇଣ୍ଡିଜକୁ ବାଛୁଥିଲେ । ଏହା ହେଉଛି ଦୁଇଥର ବିଶ୍ବ ଚମ୍ପିଆନ୍ ତଥା ଦୁଇଥର ଟି20 ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍ ଦଳ, ଯିଏକି ବିଶ୍ବକପ୍ ୨୦୨୩ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରିପାରିନାହିଁ । ଦିନିକିଆ କ୍ରିକେଟର ପାଞ୍ଚ ଦଶନ୍ଧି ମଧ୍ୟରେ ବର୍ତ୍ତମାନ ଏହି ଦଳର ସବୁଠାରୁ ଖରାପ ପର୍ଯ୍ୟାୟ ବୋଲି କୁହାଯାଇପାରେ ।

କ୍ରିକେଟ ଓ ୱେଷ୍ଟଇଣ୍ଡିଜ୍: କ୍ରିକେଟ୍ ପଡ଼ିଆରେ ପ୍ରଥମ ଟେଷ୍ଟ ୧୮୭୭ ମସିହାରେ ଖେଳାଯାଇଥିଲା । ଇଂଲଣ୍ଡକୁ କ୍ରିକେଟର ଜନ୍ମସ୍ଥାନ ବୋଲି କୁହାଯାଏ । ଏହା ଦିନିକିଆ ହେଉ ବା ଟେଷ୍ଟ୍‌, ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଛି । କିନ୍ତୁ, କ୍ରିକେଟ ଖେଳ ଖେଳ ମନୋରଞ୍ଜନ ଏବଂ ଉତ୍ସାହଜନକ ମଧ୍ୟ ହୋଇପାରେ, ଏହା ୱେଷ୍ଟଇଣ୍ଡିଜ୍ ବିଶ୍ବକୁ ଦେଖାଇଲା । ୧୯୭୦ ଦଶକର ପ୍ରାରମ୍ଭରେ କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିବା ସହିତ ୱେଷ୍ଟଇଣ୍ଡିଜ୍ ବିଶ୍ବର ସମସ୍ତ ଦଳକୁ ନିଜ ଆଣ୍ଠୁରେ ବସାଇବାକୁ ବାଧ୍ୟ କରିଦେଲା । ଉତ୍ତର ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଅବସ୍ଥିତ ଛୋଟ ଦ୍ବୀପଗୁଡ଼ିକ ୱେଷ୍ଟଇଣ୍ଡିଜ୍ ନାମକ ଏକ ଦେଶ ଗଠନ କରି କ୍ରିକେଟ ଜଗତକୁ ରୋମାଞ୍ଚକର ମୂହୁର୍ତ୍ତ, ବିଶ୍ବସ୍ତରୀୟ ଖେଳାଳି ଏବଂ ଏକ ଚମ୍ପିଆନ୍ ଦଳ ଯୋଗାଇଥିଲା, ଯାହା ଏହି କ୍ରିକେଟ ଇତିହାସରେ ଲେଖିବା ପାଇଁ ଯଥେଷ୍ଟ ଥିଲା ।

ସଫଳତାର ଶିଖରରୁ ରସାତଳ ପର୍ଯ୍ୟନ୍ତ: ୭୦ ଏବଂ ୮୦ ଦଶକରେ ୱେଷ୍ଟଇଣ୍ଡିଜର ସଫଳତା ଅପରିହାର୍ଯ୍ୟ ଥିଲା ଏବଂ ସେହି ଯୁଗରେ କୌଣସି ଦଳ ଏହି ଦଳକୁ ଟକ୍କର ଦେବା ସ୍ଥିତିରେ ନଥିଲେ । ୧୯୭୫ରେ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍‌ ଉଦ୍‌ଘାଟନୀ ସଂସ୍କରଣରେ ଖେଳିଥିବା ସମସ୍ତ ୫ଟି ମ୍ୟାଚ୍‌ ଜିତି ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଏହି କାରବିଆନ୍ ଦଳ ପରବର୍ତ୍ତୀ ସଂସ୍କରଣ ଗୁଡ଼ିକରେ ମଧ୍ୟ ନିଜରର ସ୍ଥିତିକୁ ଏକ ପ୍ରାଧାନ୍ୟ ଶକ୍ତି ଭାବରେ ପ୍ରତିଷ୍ଠିତ କରିବା ଜାରି ରଖିଥିଲା ।

ଯେତେବେଳେ ୭୦ ଦଶକରେ ଦିନିକିଆ କ୍ରିକେଟ୍ ଆରମ୍ଭ ହୋଇଥିଲା, ୱେଷ୍ଟଇଣ୍ଡିଜ୍ ଏଥିରେ ରାଜ କରିବା ଆରମ୍ଭ କରିଥିଲା । ୧୯୮୩ ବିଶ୍ବକପ୍ ଭାରତ ଜିତିଥିଲା ସତ, କିନ୍ତୁ ସେହି ସଂସ୍କରଣରେ ରନର୍ ଅପ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ସମସ୍ତଙ୍କର ପ୍ରଥମ ପସନ୍ଦର ଦଳ ଭାବେ ବିବେଚନା କରାଯାଉଥିଲା । ୱେଷ୍ଟଇଣ୍ଡିଜର ସ୍ଥିତି ଏପରି ଥିଲା ଯେ, ଭାରତର ବିଶ୍ବ ବିଜୟକୁ ମଧ୍ୟ ଅସ୍ଥାୟୀ ବିବେଚନା କରାଯାଇଥିଲା । ଏହାର କାରଣ ହେଉଛି ୱେଷ୍ଟଇଣ୍ଡିଜ୍ ଦଳ ଯାହା ୭୦ ଓ ୮୦ ଦଶକରେ ଅପରାଜିତ ବୋଲି ବିବେଚନା କରାଯାଉଥିଲା ଏବଂ ପରିସଂଖ୍ୟାନରେ ମଧ୍ୟ ବେଶ ଆଗରେ ରହିଥିଲା । ୧୯୭୫ ଏବଂ ୧୯୭୯ ବିଶ୍ବକପରେ ୱେଷ୍ଟଇଣ୍ଡିଜ୍ ଗୋଟିଏ ମଧ୍ୟ ମ୍ୟାଚ୍ ହାରିନାହିଁ । ଏପରିକି ୧୯୮୩ ବିଶ୍ବକପ୍‌ରେ ଏହା ଭାରତୀୟ ଦଳ ଠାରୁ ମାତ୍ର ଗୋଟିଏ ମ୍ୟାଚ୍‌ (ଫାଇନାଲ୍‌) ହାରିଥିଲା । ଯଦିଓ ଏହି ବିଶ୍ବକପ ପରେ ମଧ୍ୟ ଦଳର ପ୍ରାଧାନ୍ୟ ଜାରି ରହିଥିଲା, ହେଲେ ପୁନର୍ବାର ଦିନିକିଆ ବିଶ୍ବକପ୍‌ରେ ଟ୍ରଫି ହାତେଇବାରେ ସେମାନେ ସଫଳ ହୋଇନଥିଲେ ।

୯୦ ଦଶକର ନିକଟତର ହେବାପରେ ବିଜେତା ଦଳର କାରବିଆନ୍ ଖେଳାଳିମାନେ ଅବସର ଗ୍ରହଣ କରିବାକୁ ଲାଗିଲେ । ୧୯୯୬ର ସେମିଫାଇନାଲ ବ୍ୟତୀତ, ଏହି ଦଳ ବିଶ୍ବକପ୍‌ର ଶ୍ରେଷ୍ଠ ୪ଟି ଦଳର ଅଂଶ ହୋଇପାରିନାହିଁ । ଏପରିକି ଚଳିତ ୨୦୨୩ ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ମଧ୍ୟ ଅର୍ଜନ କରିବାରେ ବିଫଳ ହୋଇଛି ଦିନିକିଆ କ୍ରିକେଟ ଇତିହାସର ଏହି ସର୍ବଶ୍ରେଷ୍ଠ ଦଳ । ଯଦିଓ ୱେଷ୍ଟଇଣ୍ଡିଜ୍ ଦଳ ୨୦୧୨ ଏବଂ ୨୦୧୬ରେ ଟି20 ବିଶ୍ବକପ୍ ଏବଂ ୨୦୦୪ରେ ଚମ୍ପିଆନ୍ସ ଟ୍ରଫି ଜିତିଥିଲା, ହେଲେ ବିପକ୍ଷ ଦଳ ଆଗରେ ସେମାନେ ନିଜ ପୁରୁଣା ଗର୍ବକୁ ଫେରାଇ ଆଣିବାରେ ସଫଳ ହୋଇନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଟିମ୍‌ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା

ୱେଷ୍ଟଇଣ୍ଡିଜର ପେସ୍ ବ୍ୟାଟେରୀ: ଆଜିର ଯୁଗରେ, ଯେତେବେଳେ ପେସ୍ ବୋଲିଂ କିମ୍ବା ସ୍ପିଡ୍ କଥା ଆସେ, ବ୍ରେଟ୍ ଲି, ଶୋଏବ ଅଖତର, ଶନ୍ ଟାଇଟ୍, ସେନ୍‌ ବଣ୍ଡ ଏବଂ ଡେଲ୍‌ ଷ୍ଟେନଙ୍କ ଭଳି ବୋଲରଙ୍କ ନାମ ପ୍ରଶଂସକଙ୍କ ମନକୁ ଆସେ । ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ଦ୍ରୁତ ଗତିରେ ବଲ୍ ବୋଲିଂ କରୁଥିବା ଏହି ବୋଲରମାନେ ଭିନ୍ନ ଭିନ୍ନ ଦଳରେ ଥିଲେ ଏବଂ ବିପକ୍ଷ ଦଳର ବ୍ୟାଟରଙ୍କ ପାଇଁ ଭୟର କାରଣ ପାଲଟୁଥିଲେ । କିନ୍ତୁ ଥରେ ଭାବନ୍ତୁ, ଯଦି ଗୋଟିଏ ଦଳରେ ଏପରି ୪ ଜଣ ବୋଲର ରହିବେ, ତେବେ ବିପକ୍ଷ ବ୍ୟାଟରଙ୍କ ଅବସ୍ଥା କଣ ହେବ ?

ମାଇକେଲ୍ ହୋଲଡିଂ, ମଲକମ୍ ମାର୍ଶଲ୍, ଆଣ୍ଡି ରୋବର୍ଟସ୍ ଏବଂ ଜୋଏଲ୍ ଗାର୍ନର... ଆଜିର ପିଢ଼ୀ ଏହି ନାମଗୁଡିକ ବିଷୟରେ ଜାଣି ନଥିବେ, କିନ୍ତୁ କ୍ରିକେଟର ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପୂର୍ବ ପିଢ଼ୀ ସେମାନଙ୍କ ବିଷୟରେ ଅଜ୍ଞ ନୁହନ୍ତି । ସେ ଯାହା ବି ହେଉ, ଏହି ବୋଲରମାନେ ସେହି ଯୁଗର ବ୍ୟାଟରମାନଙ୍କ ପାଇଁ ଆତଙ୍କର ଅନ୍ୟ ଏକ ନାମ ଥିଲେ । ଏହା ଏପରି କ୍ରିକେଟର ଯୁଗ ଥିଲା, ଯେତେବେଳେ କେବଳ ବ୍ୟାଟରମାନେ ହିଁ ବୋଲରଙ୍କ ଗତି ଅନୁଭବ କରିପାରୁଥିଲେ । ଆଜି ତୁଳନାରେ, ବଲର ଗତି ମାପିବା ପାଇଁ ବ୍ୟାଟରଙ୍କ ପାଇଁ ସ୍ପିଡୋମିଟର କିମ୍ବା ହେଲମେଟ ବା ଅନ୍ୟାନ୍ୟ ଯନ୍ତ୍ରପାତି ନଥିଲା । କିମ୍ବା ବୋଲରଙ୍କ ପାଇଁ ବୋଲିଂ ବାଉନ୍ସର୍ ଉପରେ କୌଣସି ପ୍ରତିବନ୍ଧକ ନଥିଲା ।

ୱେଷ୍ଟଇଣ୍ଡିଜ୍ ବୋଲରମାନେ ସମଗ୍ର ବିଶ୍ବରେ ବ୍ୟାଟରଙ୍କୁ ଏପରି ଆଘାତ ଦେଇଛନ୍ତି, ଯାହା ଚିରଦିନ ପାଇଁ ସେମାନଙ୍କ ସହିତ ରହିବ । ଏହି ବୋଲରଙ୍କ ସାମ୍ନାରେ ବ୍ୟାଟରମାନେ ଆହତ ହେବା ସାଧାରଣ କଥା ଥିଲା । ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଭୟ ଏବେ ବି ଅନେକ ବ୍ୟାଟରଙ୍କ ଆତ୍ମଜୀବନୀ ଏବଂ କ୍ରିକେଟ୍ କାହାଣୀର ଏକ ଅଂଶ ହୋଇ ରହିଛି । ଏହି ୪ ବୋଲରଙ୍କ ପରେ କର୍ଟନି ୱାଲ୍ସ ଏବଂ କର୍ଟନି ଆମ୍ବ୍ରୋଜ୍ଙ୍କ ପରି ବୋଲରମାନେ ଆଗକୁ ବଢ଼ିଥିଲେ । କିନ୍ତୁ ୯୦ ଦଶକର ଶେଷ ସୁଦ୍ଧା ଦଳ ଏକ୍ସପ୍ରେସ ବୋଲିଂ ଫ୍ରଣ୍ଟରେ ପଛରେ ପଡ଼ିଯିବା ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup Qualifier: ବିଶ୍ବକପ୍‌ ଇତିହାସରେ ପ୍ରଥମ; ୨ଥର ବିଶ୍ବ ବିଜୟୀ ୱେଷ୍ଟ୍‌ଇଣ୍ଡିଜ୍‌ ଏଥର ଖେଳିପାରିବନି ଓ୍ୱାର୍ଲ୍ଡକପ୍

ୱେଷ୍ଟଇଣ୍ଡିଜ ବ୍ୟାଟିଂ: ଯଦି ଆପଣ ଆଜି ୱେଷ୍ଟଇଣ୍ଡିଜ୍ ବ୍ୟାଟରଙ୍କ ନାମ ପଚାରନ୍ତି, ତେବେ ଅନେକ ପ୍ରଶଂସକ କ୍ରିସ୍ ଗେଲ୍ ଏବଂ ବ୍ରାଏନ୍ ଲାରାଙ୍କ ବ୍ୟତୀତ ଅନ୍ୟ କାହା କଥା ଚିନ୍ତା କରିପାରିବେ ନାହିଁ । ତଥାପି ଏକ ଯୁଗ ଥିଲା, ଯେତେବେଳେ ୱେଷ୍ଟଇଣ୍ଡିଜ୍ ଯେକୌଣସି ବୋଲିଂ ଆକ୍ରମଣକୁ ଧ୍ବସ୍ତ ବିଧ୍ବସ୍ତ କରୁଥିଲା । ସେ ଡେସମଣ୍ଡ ହେନ୍ସଙ୍କ ଠାରୁ ଆରମ୍ଭ କରି ଗର୍ଡନ ଗ୍ରୀନଜ୍, ଭିଭିଆନ୍ ରିଚାର୍ଡସ୍, କ୍ଲିଭ୍ ଲୋଇଡ୍, ଗ୍ୟାରି ସୋବର୍ସ, ରୋହନ କାନହାଇ ଓ ଆଲ୍‌ଭିନ୍ କାଲିଚରନ୍ଙ୍କ ଭଳି ଦକ୍ଷ ବ୍ୟାଟର ଦୀର୍ଘ ଦଶନ୍ଧୀ ଧରି କ୍ରିକେଟ ଜଗତକୁ ଶାସନ କରି ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.