ଦୁବାଇ: ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ଦିଲହରା ଲୋକୁହେତିଗ ସମସ୍ତ ପ୍ରକାର କ୍ରିକେଟରୁ ଆଠବର୍ଷ ବାସନ୍ଦ । ବିଶ୍ବ କ୍ରିକେଟ ପରିଚାଳନା ସଂସ୍ଥାର ଦୁର୍ନୀତି ନିରୋଧ ନିୟମ ଉଂଲଘନ କରିଥିବା ନେଇ ଆଇସିସିର ଦୁର୍ନୀତି ନିରୋଧ ଟ୍ରିବୁନାଲ ଦୋଷୀ ପାଇବା ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବାସନ୍ଦାଦେଶ ଘୋଷଣା କରିଛି ।
ଏପ୍ରିଲ 3, 2019ରୁ 40 ବର୍ଷୀୟ ଅଲରାଉଣ୍ଡରଙ୍କ ଉପର ଲାଗିଥିବା ବାସନ୍ଦାଦେଶ ଲାଗୁ ହେବ । ପୂର୍ବରୁ ଶ୍ରୀଲଙ୍କା ପକ୍ଷରୁ ଏକଦିବସୀୟ ଓ ଟି20 ମ୍ୟାଚ ଖେଳିଛନ୍ତି ଦିଲହରା ।
ମ୍ୟାଚ ଆରମ୍ଭ ଓ ଫଳାଫଳ ନେଇ ଫିକ୍ସିଂ ଅଭିଯୋଗ ଆସିଥିଲା । ପରେ ଦିଲହରାଙ୍କୁ ଆଇସିସିର ଧାରା 2.1ର ଉଂଲଘନ ହୋଇଥିବା ତଦନ୍ତ ପରେ ACU ସ୍ପଷ୍ଟ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ