ETV Bharat / sports

ପୁଣି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଝଟ୍‌କା, U19 ବିଶ୍ବକପ୍‌ ଆୟୋଜନ ଅଧିକାର ଛଡ଼ାଇ ନେଲା ICC

author img

By ETV Bharat Odisha Team

Published : Nov 21, 2023, 8:35 PM IST

ଦୟନୀୟ ସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । କ୍ରିକେଟ୍‌ ବୋର୍ଡ ଭାଙ୍ଗିବା ପରେ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟ୍‌କା । ବୋର୍ଡରେ ଅସ୍ଥିରତା କାରଣରୁ ୨୦୨୪ ଅଣ୍ଡର ୧୯ ବିଶ୍ବକପ୍‌ ଆୟୋଜନ ଅଧିକାର ଛଡ଼ାଇ ନେଲା ICC । ଅଧିକ ପଢ଼ନ୍ତୁ

ପୁଣି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଝଟ୍‌କା
ପୁଣି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଝଟ୍‌କା

ହାଇଦ୍ରାବାଦ: ବିଶ୍ବକପ୍‌ରେ ଶୋଚନୀୟ ପ୍ରଦର୍ଶନ ପରେ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ବିଶ୍ଵକପ୍‌ ୨୦୨୩ ଗ୍ରୁପ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିବା ପରେ ଶ୍ରୀଲଙ୍କା ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ଦେଶର କ୍ରିକେଟ୍‌ ବୋର୍ଡକୁ ଭାଙ୍ଗି ଦେଇଥିଲେ । ଏହାପରେ କ୍ରିକେଟ୍‌ ବୋର୍ଡରେ ସରକାରଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁଁ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଦସ୍ୟତା ଛଡ଼ାଇ ନେଇଥିଲା । ତେବେ କିଛିଦିନ ମଧ୍ୟରେ ପୁଣିଥରେ ବୋର୍ଡକୁ ଆଉ ଏକ ଝଟ୍‌କା ଦେଇଛି ଆଇସିସି । ୨୦୨୪ରେ ଶ୍ରୀଲଙ୍କାରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ଵକପ୍‌କୁ ଆୟୋଜନ ଅଧିକାର ଶ୍ରୀଲଙ୍କା ବୋର୍ଡଠାରୁ ଛଡ଼ାଇ ନେଇଛି ICC ।

  • ICC Board announce new hosts for Men's U19 Cricket World Cup 2024 👀

    More ⬇️

    — ICC (@ICC) November 21, 2023 " class="align-text-top noRightClick twitterSection" data=" ">

ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡରେ ସଂପ୍ରତି ଚାଲିଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ICC ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି । ଏହାକୁ ନେଇ ବହୁ ବିଚାର ବିମର୍ଶ ପରେ ଶେଷରେ ଦକ୍ଷିଣ ଆଫ୍ରିକାକୁ ୧୯ ବର୍ଷରୁ କମ ବିଶ୍ଵକପ୍ କ୍ରିକେଟ୍‌ର ଆୟୋଜନ ଦାୟିତ୍ଵ ଦେଇଛି ICC । ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୪ ଜାନୁଆରୀ ଓ ଫେବୃଆରୀରେ ଖେଳାଯିବ । ସେପଟେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡରେ ସ୍ଥିରତା ଆସିବା ପର୍ଯ୍ୟନ୍ତ ଆଇସିସି ନିଲମ୍ବନ ଆଦେଶ କାଏମ ରହିବ ବୋଲି ମଧ୍ୟ ଜଣାପଡ଼ିଛି । ଏନେଇ ICC ଏହାର ଆନୁଷ୍ଠାନିକ ୱେବ୍‌ସାଇଟ୍‌ରେ ଏନେଇ ବିସ୍ତୃତ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...Sri Lanka Cricket Board suspended: ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଶନିଦଶା, ନିଲମ୍ବନ କଲା ICC

ପ୍ରକାଶଯୋଗ୍ୟ, ୨୦୨୪ରେ ହେବାକୁ ଥିବା ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଆୟୋଜନ ଅଧିକାର ଶ୍ରୀଲଙ୍କା ପାଖରେ ଥିଲା । ହେଲେ ଏହା ପୂର୍ବରୁ ଭାରତରେ ଶେଷ ହୋଇଥିବା ବିଶ୍ବକପ୍‌ ୨୦୨୩ରେ ଶ୍ରୀଲଙ୍କା ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଥିଲା । ଏଭଳି ପ୍ରଦର୍ଶନକୁ ଦେଖି ଶ୍ରୀଲଙ୍କା ସରକାରଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ାମନ୍ତ୍ରୀ ପୂରା ବୋର୍ଡ ଭଙ୍ଗ କରିଥିଲେ । ସେପଟେ କ୍ରିକେଟ୍‌ ବୋର୍ଡରେ ସରକାରଙ୍କ ଅତ୍ୟଧିକ ହସ୍ତକ୍ଷେପ କାପରଣରୁ ବୋର୍ଡକୁ ଗତ ନଭେମ୍ବର ୧୦ ତାରିଖରେ ନିଲମ୍ବନ କରିଥିଲା ଆଇସିସି । ଏପର୍ଯ୍ୟନ୍ତ ବୋର୍ଡରେ ସବୁକିଛି ଠିକ୍‌ ହୋଇନଥିବାରୁ ଅଣ୍ଡର ୧୯ ବିଶ୍ବକପ୍‌ ଶ୍ରୀଲଙ୍କା ବଦଳରେ ଦକ୍ଷିଣ ଆଫ୍ରିକାରେ ଆୟୋଜନ କରିବା ନେଇ ନିଷ୍ପତ୍ତି ନେଇଛି ICC । ଏନେଇ ICC ଏହାର ଆଧିକାରୀକ ୱେବ୍‌ସାଇଟ୍‌ ଓ 'ଏକ୍ସ'ରେ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତଠୁ ଶୋଚନୀୟ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.