ETV Bharat / sports

ଟିଭିରେ ସଚିନଙ୍କୁ ଦେଖି ଷ୍ଟ୍ରେଟ୍‌ଡ୍ରାଇଭ ସଟ୍‌ ଶିଖିଥିଲି: ସେହ୍ବାଗ

author img

By

Published : Jun 9, 2021, 8:24 PM IST

ଟିଭି ପରଦାରେ ସଚିନ ତେନ୍ଦୁଲକରଙ୍କୁ ଦେଖି ଷ୍ଟ୍ରେଟ୍‌ଡ୍ରାଇଭ ସଟ୍‌ ଶିଖିଥିଲି କହିଛନ୍ତି, ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ । ଅଧିକ ପଢନ୍ତୁ...

I learnt the straight drive from watching Sachin Tendulkar on television: Sehwag
ଟିଭିରେ ସଚିନଙ୍କୁ ଦେଖି ଷ୍ଟ୍ରେଟ୍‌ଡ୍ରାଇଭ ସଟ୍‌ ଶିଖିଥିଲି: ସେହ୍ବାଗ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗଙ୍କ ବଡ ଖୁଲାସା । ଏକଦା ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ବାଗଙ୍କୁ ଏକାଠି ଖେଳୁଥିବାବେଳେ ହେଲମେଟ୍‌ ଭିତରୁ ଟିଭି ପରଦାରେ ଚିହ୍ନିବା ପ୍ରଶଂସଙ୍କ ପାଇଁ କଷ୍ଟକର ଥିଲା । କେହି କେହି ସଚିନଙ୍କୁ ସେହ୍ବାଗ ମଧ୍ୟ ଭାବୁଥିଲେ ।

ତେବେ ଅଗଣିତ ଯୁବ ଭାରତୀୟ କ୍ରିକେଟର ସଚିନଙ୍କୁ କ୍ରିକେଟ ଖେଳୁଥିବାର ଦେଖି ଅନୁପ୍ରାଣିତ ହୋଇଛନ୍ତି ଓ ପରେ ନିଜେ କ୍ରିକେଟର ପାଲଟିଛନ୍ତି । ଏହି କ୍ରମରେ ସେହ୍ବାଗ କହିଛନ୍ତି ତାଙ୍କର ହଲମାର୍କ ସଟ୍‌ ଷ୍ଟ୍ରେଟ୍‌ଡ୍ରାଇଭ ଓ ବ୍ୟାକଫୁଟ୍‌ ପଞ୍ଚ୍‌ ଟିଭି ପରଦାରେ ସଚିନଙ୍କୁ ଖେଳୁଥିବାର ଦେଖି ଶିଖିଥିଲେ ।

ସେହ୍ବାଗ କହିଛନ୍ତି, "1992 କ୍ରିକେଟ ବିଶ୍ବକପ ଠାରୁ ଟିଭି ପରଦାରେ କ୍ରିକେଟ ଦେଖିଆସୁଛି । ସଚିନ ତେନ୍ଦୁଲକରଙ୍କ ଠାରୁ ଷ୍ଟ୍ରେଟ ଡ୍ରାଇଭ ସଟ୍‌ ଶିଖିବାକୁ ଚେଷ୍ଟ କରିଛି ।

ତେବେ ବର୍ତ୍ତମାନ ସମୟରେ କ୍ରିକେଟରଙ୍କ କ୍ୟାରିୟରରେ ଟେକ୍ନୋଲୋଜିର ଗୁରୁତ୍ବ ବଢିଯାଇଛି । ଯୁବ କ୍ରିକେଟରଙ୍କ ପାଇଁ ଉପଯୋଗୀ ଦରକାରୀ ସମସ୍ତ ଭିଡିଓ ଇଣ୍ଟରନେଟ୍‌ରେ ଉପଲବ୍ଧ ରହିଛି । ଏପରି ସୁବିଧା ସେତେବେଳେ ଥିଲେ ହୁଏତ ଅଧିକ କିଛି ଶୀଘ୍ର ଶିକ୍ଷା ମିଳିବା ସହ ଆହୁରି କମ୍‌ ବୟସରେ ଭାରତୀୟ ଟିମ୍‌ରେ ଖେଳିବାର ସମ୍ଭାବନା ରହିଥାନ୍ତି କହିଛନ୍ତି ସେହ୍ବାଗ ।

ନିଜର କ୍ରିକେଟ କ୍ୟାରିୟର ଆରମ୍ଭ ସମୟରେ ଫୁଟ୍‌ ମୁଭମେଣ୍ଟ୍‌କୁ ନେଇ ସମାଲୋଚିତ ହୋଇଛନ୍ତି ସେହ୍ବାଗ । ତେବେ ପରବର୍ତ୍ତୀ ସମୟରେ ଅଭିଜ୍ଞ ମନସୁର ଅଲୀ ଖାନ, ସୁନୀଲ ଗାଭାସ୍କର ଓ କ୍ରୀଷ୍ଣାମଚାରୀ ଶ୍ରୀକାନ୍ତଙ୍କ ପରାମର୍ଶ ତାଙ୍କର ଖେଳକୁ ବଦଳାଇ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.