ETV Bharat / sports

ସିଏସକେ ବ୍ୟାଟିଂ କୋଚ୍‌ ମାଇକେଲ ହସି ପୁଣି କୋରୋନା ପଜିଟିଭ - ଆଇପିଏଲ 2021

ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କୋଚ୍‌ ମାଇକେଲ ହସି ପୁନର୍ବାର କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

Hussey tests positive for Covid-19 again
ସିଏସକେ ବ୍ୟାଟିଂ କୋଚ୍‌ ମାଇକେଲ ହସି ପୁଣି କୋରୋନା ପଜିଟିଭ
author img

By

Published : May 11, 2021, 9:21 PM IST

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କୋଚ୍‌ ମାଇକେଲ ହସି ପୁନର୍ବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅଧାରୁ ସ୍ଥଗିତ ହୋଇଥିବା ଆଇପିଏଲ 2021ରେ ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ହସି, ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାମ୍ପର ସଦସ୍ୟ ରହିଥିଲେ । ନୂଆଦିଲ୍ଲୀରେ ରହଣି ସମୟରେ ସଂକ୍ରମଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ଦ୍ବିତୀୟ ଥର ଟେଷ୍ଟ ହେବାପରେ ରିପୋର୍ଟ ନେଗେଟିଭ ରହିଥିଲା ମାତ୍ର, ତୃତୀୟ ରାଉଣ୍ଡ ଟେଷ୍ଟ ରିପୋର୍ଟ ପୁନର୍ବାର ପଜିଟିଭ ଆସିଛି । ଫଳରେ ଗୁରୁବାର ଆଉ ଏକ ଟେଷ୍ଟର ସାମ୍ନା କରିବେ ହସି ।

ସିଏସକେର ତିନିଜଣ ସଦସ୍ୟ ସଂକ୍ରମିତ ଚିହ୍ନଟ ହେବାର ତିନିଦିନ ପରେ ପ୍ରଥମ ଥର ପାଇଁ ହସି ସଂକ୍ରମଣର ଶିକାର ହୋଇଥିଲେ । ବର୍ତ୍ତମାନ ଚେନ୍ନାଇର ଏକ ହସ୍ପିଟାଲରେ ହସିଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ପଜିଟିଭ ଚିହ୍ନଟ ହୋଇଥିବା, ନ୍ୟୁଜିଲାଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ଟିମ ସୈଫର୍ଟ ମଧ୍ୟ ସମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୈଫର୍ଟ କୋଲକାତା ନାଇଟ ରାଇଡର୍ସ ସହ ଅହମ୍ମଦାବାଦରେ ଥିଲେ ।

ଭାରତରେ କୋରୋନାର ଦ୍ବିତୀୟ ଲହର ମଧ୍ୟରେ ଆଇପିଏଲ 2021 ଖେଳାଯାଇଥିଲା । ପରେ ଏକାଧିକ ଖେଳାଳି ସଂକ୍ରମିତି ଚିହ୍ନଟ ହେବାପରେ ଅଧାରୁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ବିସିସିଆଇ ବାଧ୍ୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.