ETV Bharat / sports

1000ତମ ODI ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ, ସଚିନଙ୍କ ଶୁଭେଚ୍ଛା

author img

By

Published : Feb 4, 2022, 9:53 PM IST

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଫର୍ମାଟରେ ଟିମ ଇଣ୍ଡିଆ ଖେଳିବାକୁ ଯାଉଛି ୧୦୦୦ତମ ମ୍ୟାଚ୍‌ । ଏହି ମ୍ୟାଚ୍‌କୁ ନେଇ ଉତ୍ସାହିତ ଭାରତୀୟ କ୍ୟାମ୍ପ୍‌ । ସଚିନ ତେନ୍ଦୁଲକର ଶୁକ୍ରବାର ଏହାକୁ ଦେଶପାଇଁ ବଡ ମୂହୂର୍ତ୍ତ ବୋଲି କହିଛନ୍ତି । ଅଧିକ ପଢନ୍ତୁ

'Huge milestone': Tendulkar on India's 1000th ODI match
1000ତମ ODI ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ, ସଚିନଙ୍କ ଶୁଭେଚ୍ଛା

ମୁମ୍ବାଇ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଫର୍ମାଟରେ ଟିମ ଇଣ୍ଡିଆ ଖେଳିବାକୁ ଯାଉଛି ୧୦୦୦ତମ ମ୍ୟାଚ୍‌ । ଏହି ମ୍ୟାଚ୍‌କୁ ନେଇ ଉତ୍ସାହିତ ଭାରତୀୟ କ୍ୟାମ୍ପ୍‌ । ସଚିନ ତେନ୍ଦୁଲକର ଶୁକ୍ରବାର ଏହାକୁ ଦେଶପାଇଁ ବଡ ମୂହୂର୍ତ୍ତ ବୋଲି କହିଛନ୍ତି । ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ । ଏହି ମ୍ୟାଚ୍‌ ମେନ ଇନ୍‌ ବ୍ଲୁ ପାଇଁ ୧୦୦୦ତମ ମ୍ୟାଚ୍‌ ହେବ । ପ୍ରଥମ ଟିମ ଭାବେ ଭାରତ ଏହି ଉପଲବ୍ଧି ହାସଲ କରିବାକୁ ଯାଉଛି ।

ଏହାମଧ୍ୟ ପଢନ୍ତୁ: ଜାଫର ଯୁଗରେ ରଣଜୀ ଅଭିଯାନ ସଫଳ ନେଇ OCA ଆଶାବାଦୀ

ତେନ୍ଦୁଲକର କହିଛନ୍ତି, "ଭାରତ ୧୦୦୦ତମ ODI ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏହା ଏକ ବଡ ମୂହୂର୍ତ୍ତ ହେବାକୁ ଯାଉଛି । ବର୍ଷ ୧୯୭୪ରେ ପ୍ରଥମ ODI ଖେଳାଯାଇଥିଲା, କେବଳ ପୂର୍ବତନ କ୍ରିକେଟର, ବର୍ତ୍ତମାନର କ୍ରିକେଟର, ପୂର୍ବତନ ଓ ବର୍ତ୍ତମାନର ବୋର୍ଡ ସଦସ୍ୟଙ୍କ ପାଇଁ ଏହି ଲମ୍ବା ଯାତ୍ରା ସଫଳ ହୋଇଛି ।

ଏଥିସହ ଭାରତୀୟ କ୍ରିକେଟ ଟିମର ଗତ ପିଢିର ଓ ବର୍ତ୍ତମାନ ପିଢିର ଅଗଣିତ ଶୁଭେଚ୍ଛୁଙ୍କ ବିଶେଷ ଭୁମିକା ମଧ୍ୟ ରହିଥିବା କହିଛନ୍ତି ସଚିନ । ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ମାଷ୍ଟର ବ୍ଳାଷ୍ଟର ଟିମ ଇଣ୍ଡିଆକୁ ଭଲ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଫେବୃଆରୀ ୬ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମ୍ମଦାବାଦରେ ଟିମ ଇଣ୍ଡିଆ ODI ସିରିଜର ୩ଟି ମ୍ୟାଚ୍‌ ଓ ଫେବୃଆରୀ ୧୬ରୁ ଇଡେନ ଗାର୍ଡେନ କୋଲକାତାରେ ଟି-୨୦ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.