ETV Bharat / sports

ହୃଷିକେଶ କନିତକର ହେଲେ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ - ମହିଳା କ୍ରିକେଟ ଟିମ୍ ବ୍ୟାଟିଂ କୋଚ୍

ହୃଷିକେଶ କନିତକରଙ୍କୁ ଭାରତୀୟ ସିନିୟର ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ ଭାବରେ ନିଯୁକ୍ତି କରାଯାଇଛି । ଅଧିକ ପଢନ୍ତୁ

ହୃଷିକେଶ କନିତକର ହେଲେ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍

author img

By

Published : Dec 6, 2022, 10:44 PM IST

ହାଇଦ୍ରାବାଦ: ହୃଷିକେଶ କନିତକରଙ୍କୁ ଭାରତୀୟ ସିନିୟର ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ ଭାବରେ ନିଯୁକ୍ତି କରାଯାଇଛି । ଏନେଇ ବିସିସିଆଇ ଆଜି (ମଙ୍ଗଳବାର) ସୂଚନା ଦେଇଛି । ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ କନିତକର ବ୍ୟାଟିଂ ପ୍ରଶିକ୍ଷକ ରହିବେ । ସେପଟେ ମହିଳା କ୍ରିକେଟ ଟିମର ପୂର୍ବତନ ମୁଖ୍ୟ କୋଚ୍ ରମେଶ ପାୱାରଙ୍କୁ ଭିଭିଏସ୍ ଲକ୍ଷ୍ମଣଙ୍କ ସହିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ (NCA)ରେ ସାମିଲ ହେବେ ।

  • 🚨 NEWS 🚨: Hrishikesh Kanitkar appointed as Batting Coach - Team India (Senior Women), Ramesh Powar to join NCA

    More Details 🔽https://t.co/u3Agagamdd

    — BCCI (@BCCI) December 6, 2022 " class="align-text-top noRightClick twitterSection" data=" ">

ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ଭାବରେ ନିଯୁକ୍ତ ହେବା ପରେ ହୃଷିକେଶ କନିତକର କହିଛନ୍ତି, "ସିନିୟର ମହିଳା କ୍ରିକେଟ ଟିମର ନୂଆ ବ୍ୟାଟିଂ କୋଚ୍ ଭାବରେ ନିଯୁକ୍ତ ହେବା ଏକ ସମ୍ମାନର କଥା । ମୋତେ ଏହି ସିନିୟର ଟିମର ଉଜ୍ବଳ ଭବିଷ୍ୟତ ଦେଖାଯାଉଛି । ଦଳରେ ଯୁବ ମହିଳା କ୍ରିକେଟର ଏବଂ ଅନୁଭବୀ କ୍ରିକେଟରଙ୍କ ମିଶ୍ରଣ ରହିଛି । ଏହି ଦଳରେ ଆଗାମୀ ଦିନର ସମସ୍ତ ଆହ୍ବାନକୁ ସାମ୍ନା କରିବା ପାଇଁ କ୍ଷମତା ରଖିଛି । ଆଗକୁ କିଛି ବଡ ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଅଛି । ଏହା ଦଳ ପାଇଁ ଏବଂ ଏବଂ ବ୍ୟାଟିଂ କୋଚ ଭାବରେ ମୋ ପାଇଁ ଏକ ରୋମାଞ୍ଚକର ସ୍ଥିତି ସୃଷ୍ଟି କରିବାକୁ ଯାଉଛି ।"

ସେହିପରି NCA ରେ ସମିଲ ହେବା ପରେ ରମେଶ ପାୱାର କହିଛନ୍ତି, "ସିନିୟର ମହିଳା କ୍ରିକେଟ ଟିମର ମୁଖ୍ୟ କୋଚ୍ ଭାବରେ ମୋ କାର୍ଯ୍ୟକାଳର ଅନୁଭବ ବେଶ୍ ସମୃଦ୍ଧ ରହିଛି । ଏହି କିଛି ବର୍ଷ ହେବ ମୁଁ କିଛି କିମ୍ବଦନ୍ତୀ କ୍ରିକେଟର ଏବଂ ଦେଶର ପ୍ରତିଭାବାନଙ୍କ ସହିତ କାମ କରି ବହୁତ ଭଲ ଲାଗିଥିଲା । NCA ରେ ନିଜର ନୂଆ ଭୂମିକା ସହିତ ଭବିଷ୍ୟତ ପାଇଁ ପ୍ରତିଭାବାନ କ୍ରିକେଟରଙ୍କୁ ପ୍ରସ୍ତୁତ କରିବା ପାଇଁ ମୋର ଏହି ଦୀର୍ଘ ଦିନର ଅଭିଜ୍ଞତାକୁ ଆଗକୁ ବଢାଇବାକୁ ଚାହିଁବି । ମୁଁ ଖେଳ ଏହଂ ବେଞ୍ଚ ଷ୍ଟ୍ରେନ୍ଥର ବିକାଶ ପାଇଁ ଭିଭିଏସ ଲକ୍ଷ୍ଣଣଙ୍କ ସହିତ କାମ କରିବା ପାଇଁ ଉତ୍ସାହିତ ରହିଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.